ସୀମା ପୁନର୍ଗଠନ ଶେଷ ତାରିଖ ଜୁନ ୩୦, ଜନଗଣନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ଭୁବନେଶ୍ୱର: ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ସୀମା ପୁନର୍ଗଠନ ପାଇଁ ଚଳିତ ବର୍ଷ ଜୁନ ୩୦କୁ ଶେଷ ତାରିଖ ଭାବେ ରଖାଯାଇଛି। ଜିଲା, ସବଡିଭିଜନ, ତହସିଲ, ରାଜସ୍ୱ ଗ୍ରାମ, ୟୁଏଲବି ସୀମା ନିର୍ଦ୍ଧାରଣ ଏବଂ ପୁନର୍ଗଠନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଜନଗଣନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜୁଲାଇ ୧ରୁ ପ୍ରଶାସନିକ ସୀମା ପୁନର୍ଗଠନ […]

ଭୁବନେଶ୍ୱର: ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ସୀମା ପୁନର୍ଗଠନ ପାଇଁ ଚଳିତ ବର୍ଷ ଜୁନ ୩୦କୁ ଶେଷ ତାରିଖ ଭାବେ ରଖାଯାଇଛି। ଜିଲା, ସବଡିଭିଜନ, ତହସିଲ, ରାଜସ୍ୱ ଗ୍ରାମ, ୟୁଏଲବି ସୀମା ନିର୍ଦ୍ଧାରଣ ଏବଂ ପୁନର୍ଗଠନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ଆସନ୍ତା ଜନଗଣନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜୁଲାଇ ୧ରୁ ପ୍ରଶାସନିକ ସୀମା ପୁନର୍ଗଠନ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।