ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ୨ ଗିରଫ

ମୁମ୍ବାଇ: ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼... The post ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ୨ ଗିରଫ appeared first on .

ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ୨ ଗିରଫ

ମୁମ୍ବାଇ: ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣା ପରେ ୨ ଅଭିଯୁକ୍ତ ଗୁଜୁରାଟ ପଳାଇଯାଇଥିଲେ। ଉଭୟଙ୍କୁ ଗୁଜୁରାଟର କଚ୍ଛରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଉଛି। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବେ। ତେବେ ଅଭିଯୁକ୍ତମାନେ ବିହାରର ବାସିନ୍ଦା ବୋଲି ଜଣାପଡିଛି।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ୨୪ ବର୍ଷିୟ ବିକି ସାହବ ଗୁପ୍ତା ଏବଂ ୨୧ ବର୍ଷିୟ ଶ୍ରୀଜୋଗେନ୍ଦ୍ର ପାଲ ରହିଛନ୍ତି । ଉଭୟ ଅଭିଯୁକ୍ତ ବିହାରର ପଶ୍ଚିମ ଚମ୍ପରାନର ନରକାଟିଆ ତହସିଲର ମସହି ଗାଁର ବାସିନ୍ଦା। ଆହୁରି ମଧ୍ୟ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଏହି ମାମଲାରେ ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରିପାରେ। ଏଥିପାଇଁ ଏକ ଦଳ ଗୁଜୁରାଟର ସାବରମତି ଅଭିମୁଖେ ଯାତ୍ରା କରିବେ। କାରଣ ବର୍ତ୍ତମାନ ଲରେନ୍ସ ସାବରମତି ଜେଲରେ ବନ୍ଦୀ।

ଅଧିକ ପଢନ୍ତୁ:- ସଲମାନ୍ ଖାନଙ୍କ ଘର ବାହାରେ କିଏ ଚଳାଇଲା ଗୁଳି ?

The post ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ୨ ଗିରଫ appeared first on .