ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜର ପରବର୍ତ୍ତୀ ବ୍ଲକ୍‌ବଷ୍ଟର ପ୍ରୋଜେକ୍ଟ ‘ସିକନ୍ଦର’ ସହ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାଉଛନ୍ତି। ଏ. ମୁରୁଗଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ‘ସିକନ୍ଦର’ ଅବତାରକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷାକରି ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ଡିସେମ୍ବର ୨୭ରେ ସଲମାନ ନିଜ ଜନ୍ମଦିନ ଅବସରରେ ‘ସିକନ୍ଦର’ ଫିଲ୍ମର ପ୍ରଥମ ପୋଷ୍ଟର ସହ ଫିଲ୍ମରେ ନିଜ ଲୁକ୍‌ ଉପରୁ ପରଦା ଉଠାଇବେ। ଫିଲ୍ମର ପ୍ରଥମ ପୋଷ୍ଟର […] The post ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର appeared first on Dharitri Odia News.

ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜର ପରବର୍ତ୍ତୀ ବ୍ଲକ୍‌ବଷ୍ଟର ପ୍ରୋଜେକ୍ଟ ‘ସିକନ୍ଦର’ ସହ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାଉଛନ୍ତି। ଏ. ମୁରୁଗଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ‘ସିକନ୍ଦର’ ଅବତାରକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷାକରି ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ଡିସେମ୍ବର ୨୭ରେ ସଲମାନ ନିଜ ଜନ୍ମଦିନ ଅବସରରେ ‘ସିକନ୍ଦର’ ଫିଲ୍ମର ପ୍ରଥମ ପୋଷ୍ଟର ସହ ଫିଲ୍ମରେ ନିଜ ଲୁକ୍‌ ଉପରୁ ପରଦା ଉଠାଇବେ। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ ନେଇ ସଲମାନଙ୍କ ଜନ୍ମଦିନ ସର୍ବୋତ୍ତମ ସମୟ ହୋଇଥିବା ଫିଲ୍ମ ନିର୍ମାତାମାନେ ଆକଳନ କରିଛନ୍ତି। ବର୍ତ୍ତମାନ ଫିଲ୍ମରେ ଥିବା ବିଭିନ୍ନ ବିସ୍ଫୋରକ ଆକ୍ସନ୍‌ ସିନ୍‌ର ଶୁଟିଂ ହାଇଦ୍ରାବାଦରେ ଜାରି ରହିଛି। ଚଳଚ୍ଚିତ୍ରର ଅନ୍ତିମ ପର୍ଯ୍ୟାୟ ଶୁଟି ଆସନ୍ତା ବର୍ଷ ପ୍ରଥମ ଭାଗରେ ମୁମ୍ବାଇରେ ହେବାକୁ ଯାଇଛି। ଫିଲ୍ମରେ ସଲମାନଙ୍କ ବିପକ୍ଷରେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ। ପ୍ରଥମ ଥର ପାଇଁ ରଶ୍ମିକା ଓ ସଲମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବଡ଼ ପରଦାରେ ଉପଭୋଗ କରିବେ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ସୁନୀଲ ଶେଟ୍ଟୀ, ଶର୍ମନ ଜୋଷୀ ଏବଂ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲଙ୍କୁ ମଧ୍ୟ ‘ସିକନ୍ଦର’ ଫିଲ୍ମରେ ଦେଖିବାକୁ ମିଳିବ।

The post ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର appeared first on Dharitri Odia News.