ସଲମାନଙ୍କୁ ଇଦିରେ ମିଳିଲା ଗିଫ୍ଟ; ଜାଣନ୍ତୁ ରାମମନ୍ଦିର ଥିବା ଘଣ୍ଟାର ଦାମ୍ କେତେ ?
ନୂଆଦିଲ୍ଲୀ ୨୮।୦୩: ୩୦ ମାର୍ଚ୍ଚରେ ଆସୁଛି ସଲମାନଙ୍କ ସିକନ୍ଦର । ଏଥିପାଇଁ ଜୋରଦାର ପ୍ରମୋସନ କରୁଛନ୍ତି ଭାଇଜାନ୍ । ଏହାରି ମଧ୍ୟରେ ସଲ୍ଲୁଙ୍କ ହାତରେ ଦେଖିବାକୁ ମିଳିଛି ରାମ ମନ୍ଦିର ଥିବା ଘଣ୍ଟା । ସଲମାନ ଏକ ସ୍ପେଶାଲ୍ ଇଭେଣ୍ଟରେ ଏହି ଘଣ୍ଟାକୁ ପିନ୍ଧିଥିଲେ ।ତେବେ ଏହି ଘଣ୍ଟା ଭାଇଜାନଙ୍କୁ ଗିଫ୍ଟ ମିଳିଥିଲା । ଯାହାର ଖୁଲାସା ନିଜେ ସଲମାନ ଖାନ କରିଛନ୍ତି । ସଲମାନ କହିଛନ୍ତି କି ଏହି ରାମ ମନ୍ଦିର ଘଣ୍ଟା ତାଙ୍କୁ ତାଙ୍କ ମାଆ ଏବଂ ଭଉଣୀମାନେ ଉପହାର ଦେଇଥିଲେ। ତେବେ ଏହା ଜ୍ୟାକବ୍ ଆଣ୍ଡ୍ କୋ କମ୍ପାନୀର ଏକ ଘଣ୍ଟା। ସଲମାନ ଖାନ କହିଥିଲେ ଯେ ତୁମେ ଏହି ଘଣ୍ଟାକୁ ମୋର ଇଦି କହିପାରିବ। ଘଣ୍ଟାଟି ଯେତେ ସୁନ୍ଦର, ଏହାର ମୂଲ୍ୟ ମଧ୍ୟ ସେତିକି ଅଧିକ। ଜାକବ ଆଣ୍ଡ କୋ କମ୍ପାନୀର ଏହି ରାମ ମନ୍ଦିର ଘଣ୍ଟାର ମୂଲ୍ୟ ୩୪ ଲକ୍ଷ ଟଙ୍କା। ଘଣ୍ଟାଟିରେ ଭଗବାନ ରାମଙ୍କ ବ୍ୟତୀତ ହନୁମାନ ଏବଂ ରାମ ମନ୍ଦିର ମଧ୍ୟ ରହିଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଘଣ୍ଟାର ବେଲ୍ଟଟି ଗେରୁଆ ରଙ୍ଗର । ତେବେ ଆପଣ ମଧ୍ୟ ସଲମାନ ଖାନଙ୍କ ଘଣ୍ଟା କିଣିପାରିବେ। ଏହାକୁ EMIରେ ମଧ୍ୟ ନିଆଯାଇପାରିବ। ଏହାର ଲିଙ୍କ୍ ethoswatches.com ରେ ମଧ୍ୟ ଉପଲବ୍ଧ । ସଲମାନ ଖାନଙ୍କ ରାମ ମନ୍ଦିର ଥିବା ଘଣ୍ଟାର ନାଁ ହେଉଛି - ଏପିକ୍ x ରାମ ଜନ୍ମଭୂମି ଟାଇଟାନିୟମ୍ ଏଡିସନ୍ ୨। ଏହା ଦେଖିବାକୁ ବହୁତ ସୁନ୍ଦର।
ନୂଆଦିଲ୍ଲୀ ୨୮।୦୩: ୩୦ ମାର୍ଚ୍ଚରେ ଆସୁଛି ସଲମାନଙ୍କ ସିକନ୍ଦର । ଏଥିପାଇଁ ଜୋରଦାର ପ୍ରମୋସନ କରୁଛନ୍ତି ଭାଇଜାନ୍ । ଏହାରି ମଧ୍ୟରେ ସଲ୍ଲୁଙ୍କ ହାତରେ ଦେଖିବାକୁ ମିଳିଛି ରାମ ମନ୍ଦିର ଥିବା ଘଣ୍ଟା । ସଲମାନ ଏକ ସ୍ପେଶାଲ୍ ଇଭେଣ୍ଟରେ ଏହି ଘଣ୍ଟାକୁ ପିନ୍ଧିଥିଲେ ।

ତେବେ ଏହି ଘଣ୍ଟା ଭାଇଜାନଙ୍କୁ ଗିଫ୍ଟ ମିଳିଥିଲା । ଯାହାର ଖୁଲାସା ନିଜେ ସଲମାନ ଖାନ କରିଛନ୍ତି । ସଲମାନ କହିଛନ୍ତି କି ଏହି ରାମ ମନ୍ଦିର ଘଣ୍ଟା ତାଙ୍କୁ ତାଙ୍କ ମାଆ ଏବଂ ଭଉଣୀମାନେ ଉପହାର ଦେଇଥିଲେ। ତେବେ ଏହା ଜ୍ୟାକବ୍ ଆଣ୍ଡ୍ କୋ କମ୍ପାନୀର ଏକ ଘଣ୍ଟା। ସଲମାନ ଖାନ କହିଥିଲେ ଯେ ତୁମେ ଏହି ଘଣ୍ଟାକୁ ମୋର ଇଦି କହିପାରିବ।

ଘଣ୍ଟାଟି ଯେତେ ସୁନ୍ଦର, ଏହାର ମୂଲ୍ୟ ମଧ୍ୟ ସେତିକି ଅଧିକ। ଜାକବ ଆଣ୍ଡ କୋ କମ୍ପାନୀର ଏହି ରାମ ମନ୍ଦିର ଘଣ୍ଟାର ମୂଲ୍ୟ ୩୪ ଲକ୍ଷ ଟଙ୍କା। ଘଣ୍ଟାଟିରେ ଭଗବାନ ରାମଙ୍କ ବ୍ୟତୀତ ହନୁମାନ ଏବଂ ରାମ ମନ୍ଦିର ମଧ୍ୟ ରହିଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଘଣ୍ଟାର ବେଲ୍ଟଟି ଗେରୁଆ ରଙ୍ଗର ।

ତେବେ ଆପଣ ମଧ୍ୟ ସଲମାନ ଖାନଙ୍କ ଘଣ୍ଟା କିଣିପାରିବେ। ଏହାକୁ EMIରେ ମଧ୍ୟ ନିଆଯାଇପାରିବ। ଏହାର ଲିଙ୍କ୍ ethoswatches.com ରେ ମଧ୍ୟ ଉପଲବ୍ଧ । ସଲମାନ ଖାନଙ୍କ ରାମ ମନ୍ଦିର ଥିବା ଘଣ୍ଟାର ନାଁ ହେଉଛି - ଏପିକ୍ x ରାମ ଜନ୍ମଭୂମି ଟାଇଟାନିୟମ୍ ଏଡିସନ୍ ୨। ଏହା ଦେଖିବାକୁ ବହୁତ ସୁନ୍ଦର।