ସୈନ୍ଦର୍ଯ୍ୟ ପାଇଁ ମଟର
ସାଧାରଣତଃ ଶୀତଦିନେ ସମସ୍ତଙ୍କୁ ମଟର ଖାଇବାକୁ ବେଶ୍ ପସନ୍ଦ ଆସିଥାଏ । ମଟର ଖାଇବା ଆମ ଶରୀର ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ମଟର ଦ୍ୱାରା ଶରୀର ସହିତ ଆମେ ଆମ ତ୍ୱଚାର ମଧ୍ୟ ଯନି ନେଇପାରିବା । ମଟରରେ ଏଭଳି ଅନେକ ତତ୍ତ୍ୱ ରହିଛି ଯାହାଦ୍ୱାରା ତ୍ୱଚାର ଶୁଷ୍କପଣ ଦୂର ହୋଇଥାଏ । ତେଣୁ ନିମ୍ନରେ ମଟର ଦ୍ୱାରା ଦୁଇଟି ଫେସ୍ପ୍ୟାକ୍ ଦିଆଯାଇଛି, ଯାହାକୁ ଲଗାଇ ଆପଣ ଆପଣଙ୍କ […]

ସାଧାରଣତଃ ଶୀତଦିନେ ସମସ୍ତଙ୍କୁ ମଟର ଖାଇବାକୁ ବେଶ୍ ପସନ୍ଦ ଆସିଥାଏ । ମଟର ଖାଇବା ଆମ ଶରୀର ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ମଟର ଦ୍ୱାରା ଶରୀର ସହିତ ଆମେ ଆମ ତ୍ୱଚାର ମଧ୍ୟ ଯନି ନେଇପାରିବା । ମଟରରେ ଏଭଳି ଅନେକ ତତ୍ତ୍ୱ ରହିଛି ଯାହାଦ୍ୱାରା ତ୍ୱଚାର ଶୁଷ୍କପଣ ଦୂର ହୋଇଥାଏ । ତେଣୁ ନିମ୍ନରେ ମଟର ଦ୍ୱାରା ଦୁଇଟି ଫେସ୍ପ୍ୟାକ୍ ଦିଆଯାଇଛି, ଯାହାକୁ ଲଗାଇ ଆପଣ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ ।
– ମଟର ସହିତ ଅମୃତଭଣ୍ଡା ଫେସ୍ପ୍ୟାକ୍ ତ୍ୱଚା ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ । ଏହି ପ୍ୟାକ୍କୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ମଟର ଓ ଅମୃତଭଣ୍ଡାକୁ ଭଲଭାବେ ପେଶି ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣରେ ଗୋଲାପ ଜଳ ଓ ଚନ୍ଦନ ପାଉଡର ମିଶାଇ ମୁହଁରେ ଲଗାନ୍ତୁ । ଅଳ୍ପଦିନ ମଧ୍ୟରେ ଫରକ ଜାଣିପାରିବେ ।
– ସେହିପରି ମଟରରେ କିଛି ହଳଦୀ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏନେଇ ଆପଣ ଦୁଇକପ୍ ସିଝା ମଟରରେ ୨ ଚାମଚ ହଳଦୀ, ୨ ଚାମଚ ମହୁ, ୨ ଚାମଚ ଚନ୍ଦନ ପାଉଡର, ୧ ଚାମଚ ଆଲୋବେରା ଓ ଲେମ୍ବୁ ରସ ସାମିଲ କରିପାରିବେ । ଏହି ପ୍ୟାକ୍ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାର ଶୁଷ୍କପଣ ହ୍ରାସ ପାଇବ ।