ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ ଅଗ୍ରଣୀ କମ୍ପାନୀ ସମୂହ ଦୀର୍ଘବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଏପରି କି ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତା ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବ ବୋଲି ଶନିବାର ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ନୂତନ ଭାବେ ନିଯୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ଅବସରରେ ଏଭଳି କିଛି ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, […] The post ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ appeared first on Dharitri Odia News.

ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ ଅଗ୍ରଣୀ କମ୍ପାନୀ ସମୂହ ଦୀର୍ଘବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଏପରି କି ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତା ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବ ବୋଲି ଶନିବାର ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ନୂତନ ଭାବେ ନିଯୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ଅବସରରେ ଏଭଳି କିଛି ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଏକ ସୌଜନ୍ୟମୂଳକ ସାକ୍ଷାତ ସହ ନୂତନ ଭାବେ ଗଠିତ ହୋଇଥିବା ରାଜ୍ୟ ସରକାରଙ୍କୁ ସେ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟରେ ବର୍ତ୍ତମାନ ଏବଂ ଭବିଷ୍ୟତର ବିକାଶ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏପରିକି ରାଜ୍ୟ ସଚିବାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ଯୋଗ ଦେଇ ଅଗ୍ରୱାଲ ଓଡ଼ିଶାର ଅଗ୍ରଗତି ପାଇଁ ବେଦାନ୍ତ ଗ୍ରୁପର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସେହିଭଳି ସହଯୋଗର ନୂତନ କ୍ଷେତ୍ରଗୁଡିକ ଚିହ୍ନଟ କରିବା ଉପରେ ବ୍ୟାପକ ଆଲୋଚନା ହୋଇଥିଲାବେଳେ ଓଡ଼ିଶାର ପରିବର୍ତ୍ତନଶୀଳ ଯାତ୍ରାକୁ ଆହୁରି ତ୍ୱରାନ୍ବିତ କରି ରାଜ୍ୟର ଶିଳ୍ପ ଏବଂ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ବୃଦ୍ଧି କରିପାରିବ। ବିଶେଷ କରି ନୂତନ ସରକାରଙ୍କ ଦୃଷ୍ଟିକୋଣ ଏବଂ ନେତୃତ୍ୱ ଉପରେ ସେ ନିଜର ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ଏ ନେଇ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି, ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାର ପ୍ରମାଣ। ବେଦାନ୍ତର ସଫଳତା ପାଇଁ ଓଡ଼ିଶା ରାଜ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାର ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ବିକାଶ ପାଇଁ ଆମେ ସମର୍ପିତ ଅଟୁ। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ଥିଲା ଏବଂ ଆମେ ଓଡ଼ିଶାର ଅଭିବୃଦ୍ଧି ପାଇଁ ଆମର ସହଭାଗୀ ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲୁ।

ସେହିପରି ମୋହନ ଚରଣ ମାଝୀଙ୍କ ଦକ୍ଷ ନେତୃତ୍ୱରେ ଆମର ଦୀର୍ଘଦିନର ସହଭାଗିତା ଆଗକୁ ବଢ଼ିବା ସହିତ ରାଜ୍ୟକୁ ଆହୁରି ଅଧିକ ବିକାଶର ଶିଖରରେ ପହଞ୍ଚାଇବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଗ୍ରୁପ୍‌ ଓଡ଼ିଶାରେ ୧,୦୦,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଥିବାବେଳେ ବିଶ୍ୱର ଯେକୌଣସିଠାରେ ଏହା ହେଉଛି ସର୍ବବୃହତ୍‌ ପୁଞ୍ଜି ବିନିଯୋଗ। ଏହି ପୁଞ୍ଜି ବିନିଯୋଗ ଦ୍ୱାରା ୧.୮ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଝାରସୁଗୁଡା ଠାରେ ବିଶ୍ୱର ସର୍ବବୃହତ୍‌ ଇଣ୍ଟିଗ୍ରେଟେଡ୍‌ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଏବଂ ୩.୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନେରୀ ପ୍ରତିଷ୍ଠା ହୋଇଛି।

The post ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ appeared first on Dharitri Odia News.