ସହାୟତା ଅପେକ୍ଷାରେ ଆନନ୍ଦ
ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁ ପରେ ମାଡିବସିଲା ପକ୍ଷାଘାତ ରୋଗ। କଳାହାଣ୍ଡି କଲମପୁର ବ୍ଲକ ପଣ୍ଡି ଗାଁର ଆନନ୍ଦ ମାଝି।... The post ସହାୟତା ଅପେକ୍ଷାରେ ଆନନ୍ଦ appeared first on .
ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁ ପରେ ମାଡିବସିଲା ପକ୍ଷାଘାତ ରୋଗ। କଳାହାଣ୍ଡି କଲମପୁର ବ୍ଲକ ପଣ୍ଡି ଗାଁର ଆନନ୍ଦ ମାଝି। ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଚିନ୍ତା ଦୁଇ ଗୁଣ ବଢିଯାଇଛି । ବଡ଼ ପୁଅ କୋଶଳେଶ୍ୱର ଦଶମ ପାସ୍ କରି ଆଗକୁ ପଢ଼ିବାକୁ ଇଛା ରଖିଥିଲେ ମଧ୍ୟ ବାପା ଓ ଭାଇକୁ ପୋଷିବା ଚିନ୍ତା । ସରକାରଙ୍କ ପକ୍ଷରୁ ଘରଡିହ ଖଣ୍ଡିକ ମିଳିଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇପାରି ନାହିଁ ।
କଥାରେ ଅଛି ଦୁଃଖ ଯେତେବେଳେ ଆସିଥାଏ ଭାଇ ବନ୍ଧୁକୁ ସାଥିରେ ନେଇ ଆସିଥାଏ। ସ୍ତ୍ରୀର ମୃତ୍ୟୁ ପରେ ଦୁଇ ପୁଅଙ୍କୁ କିପରି ମଣିଷ କରିବେ ସେଇ ଚିନ୍ତାରେ କଳାହାଣ୍ଡି କଲମପୁର ପଣ୍ଡି ଗାଁର ଆନନ୍ଦ ମାଝି। ହଠାତ୍ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଚିନ୍ତା ଦୁଇ ଗୁଣ ବଢିଯାଇଛି। ବଡ଼ ପୁଅ କୋଶଳେଶ୍ୱର ଦଶମ ପାସ୍ କରି ଆଗକୁ ପଢ଼ିବାକୁ ଇଛା ଥିଲେ ମଧ୍ୟ ବାପା ଓ ଭାଇକୁ ପୋଷିବା ଚିନ୍ତା।
କୋଶଳେଶ୍ୱର ଅନ୍ୟଘରେ ମୂଲ ଲାଗି ଛୋଟ ଭାଇ ପଢାଖର୍ଚ୍ଚ ସହ ବାପାଙ୍କ ଚିକିତ୍ସା ଖର୍ଚ୍ଚ ଉଠାଉଛନ୍ତି। ବାପା ଆନନ୍ଦ ମାଝିଙ୍କର କୌଣସି ସ୍ଥାବର ଅବସ୍ଥାର ସମ୍ପତ୍ତି ନଥିବାରୁ ଦୀର୍ଘ ଦିନ ହେବ ଗାଁର ଜଣେ ବ୍ଯକ୍ତିଙ୍କ ପୋଖରୀ ହୁଡ଼ାରେ ଥିବା କୁଡ଼ିଆ ଘରେ ରହୁଛନ୍ତି ପୁରା ପରିବାର। ସରକାରଙ୍କ ପକ୍ଷରୁ ଘରଡିହ ଖଣ୍ଡିକ ମିଳିଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହୋଇପାରି ନାହିଁ। ତୁରନ୍ତ ସମସ୍ଯା ସମାଧାନର ପ୍ରତିଶୃତି ଦେଇଛନ୍ତି ବିଡିଓ।
The post ସହାୟତା ଅପେକ୍ଷାରେ ଆନନ୍ଦ appeared first on .