ସାଂସଦ ପ୍ରଜ୍ବଳ ରେଭନ୍ନା ଜେଡିଏସରୁ ନିଲମ୍ବିତ, ସେକ୍ସ ସ୍କାଣ୍ଡାଲ ମାମଲାରେ ଅଛନ୍ତି ଫେରାର

ନୂଆଦିଲ୍ଲୀ: ଜେଡିଏସରୁ ନିଲମ୍ବିତ ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଲ ରେଭନ୍ନା। ଏସଆଇଟି ଯାଞ୍ଚ ସରିବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ ନିଲମ୍ବିତ କରାଯାଇଛି। ରେଭନ୍ନାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ରହିଛି ଏବଂ ସେ ବର୍ତ୍ତମାନ ଦେଶ ବାହାରକୁ ଚାଲିଯାଇଥିବା ମଧ୍ୟ କୁହାଯାଉଛି।ତାଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା ଆଉ ପୋଲିସ ମଧ୍ୟ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି। ଏହି ମାମଲାରେ ଦଳ ପ୍ରଜ୍ବଳ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଛି। ରେଭନ୍ନାଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଅନେକ ମହିଳାଙ୍କ ଯୌନ ଉତ୍ପୀଡ଼ନ କରିଥିଲେ। ଆଉ ଏହାର ଭିଡିଓ ମଧ୍ୟ ସାମ୍‌ନାକୁ ଆସିଥିଲା। ଏତିକି ନୁହେଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ଏଭଳି ଲୋକଙ୍କ ପକ୍ଷ ନନେବା ଦରକାର।ଆହୁରି ପଢ଼ନ୍ତୁ:  ‘୧୭ ବର୍ଷ ପୁରୁଣା ମାମଲାରେ ଲାଗିଛି ଧାରା ୩୦୭; ନାମାଙ୍କନ ଫେରାଇ ନେବାକୁ ମିଳୁଥିଲା ଧମକ’ଯଦି ଏସଆଇଟି ଯାଞ୍ଚ ତାଙ୍କ ବିରୋଧରେ ଯାଉଛି ତେବେ ନିଲମ୍ବନ ବଢ଼ିପାରେ। ତେବେ ସାଂସଦ ପ୍ରଜ୍ବଲ ରେଭନ୍ନାଙ୍କୁ ନେଇ ବିଜେପିର ଅଡ଼ୁଆ ବଢ଼ିପାରେ, କାରଣ ଦଳ ଜେଡିଏସ ସହ ମେଣ୍ଟରେ ରହିଛି। ଏମିତିରେ କଂଗ୍ରେସ ତରଫରୁ ମଧ୍ୟ ପ୍ରଶ୍ନ ଉଠାଯାଉଛି ଯେ, ବିଜେପି କିପରି ଜେଡିଏସ ସହ ରହିଛି, ଯାହାର ନେତାଙ୍କ ଉପରେ ଗୁରୁତର ଅଭିଯେ

ସାଂସଦ ପ୍ରଜ୍ବଳ ରେଭନ୍ନା ଜେଡିଏସରୁ ନିଲମ୍ବିତ, ସେକ୍ସ ସ୍କାଣ୍ଡାଲ ମାମଲାରେ ଅଛନ୍ତି ଫେରାର

ନୂଆଦିଲ୍ଲୀ: ଜେଡିଏସରୁ ନିଲମ୍ବିତ ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଲ ରେଭନ୍ନା। ଏସଆଇଟି ଯାଞ୍ଚ ସରିବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ ନିଲମ୍ବିତ କରାଯାଇଛି। ରେଭନ୍ନାଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ରହିଛି ଏବଂ ସେ ବର୍ତ୍ତମାନ ଦେଶ ବାହାରକୁ ଚାଲିଯାଇଥିବା ମଧ୍ୟ କୁହାଯାଉଛି।

ତାଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା ଆଉ ପୋଲିସ ମଧ୍ୟ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଦେଇଛି। ଏହି ମାମଲାରେ ଦଳ ପ୍ରଜ୍ବଳ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଛି। ରେଭନ୍ନାଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଅନେକ ମହିଳାଙ୍କ ଯୌନ ଉତ୍ପୀଡ଼ନ କରିଥିଲେ। ଆଉ ଏହାର ଭିଡିଓ ମଧ୍ୟ ସାମ୍‌ନାକୁ ଆସିଥିଲା। ଏତିକି ନୁହେଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ଏଭଳି ଲୋକଙ୍କ ପକ୍ଷ ନନେବା ଦରକାର।

ଆହୁରି ପଢ଼ନ୍ତୁ:  ‘୧୭ ବର୍ଷ ପୁରୁଣା ମାମଲାରେ ଲାଗିଛି ଧାରା ୩୦୭; ନାମାଙ୍କନ ଫେରାଇ ନେବାକୁ ମିଳୁଥିଲା ଧମକ’

ଯଦି ଏସଆଇଟି ଯାଞ୍ଚ ତାଙ୍କ ବିରୋଧରେ ଯାଉଛି ତେବେ ନିଲମ୍ବନ ବଢ଼ିପାରେ। ତେବେ ସାଂସଦ ପ୍ରଜ୍ବଲ ରେଭନ୍ନାଙ୍କୁ ନେଇ ବିଜେପିର ଅଡ଼ୁଆ ବଢ଼ିପାରେ, କାରଣ ଦଳ ଜେଡିଏସ ସହ ମେଣ୍ଟରେ ରହିଛି। ଏମିତିରେ କଂଗ୍ରେସ ତରଫରୁ ମଧ୍ୟ ପ୍ରଶ୍ନ ଉଠାଯାଉଛି ଯେ, ବିଜେପି କିପରି ଜେଡିଏସ ସହ ରହିଛି, ଯାହାର ନେତାଙ୍କ ଉପରେ ଗୁରୁତର ଅଭିଯୋଗ ଲାଗିଛି। ଏତିକି ନୁହେଁ ପ୍ରଜ୍ବଳ ରେଭନ୍ନାଙ୍କୁ ଦେଶରୁ ବାହାରକୁ ଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଉଛି। 

ଏହି ମାମଲାକୁ ନେଇ ରାଜନୈତିକ ଉଷ୍ମତା ଏଥିପାଇଁ ଦେଖିବାକୁ ମିଳିଛି, କାରଣ ରେଭନ୍ନା ଜେଡିଏସ ଏବଂ ବିଜେପିର ମିଳିତ ଆଶାୟୀ। ସେ ହାସନ ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ିଛନ୍ତି, ଏଠାରେ ଏପ୍ରିଲ ୨୬ରେ ଭୋଟିଂ ହୋଇଥିଲା। ପୂର୍ବରୁ ଏହି ମାମଲାରେ ଏଚଡି କୁମାରସ୍ବାମୀ ପୂର୍ବରୁ ହିଁ କହିଥିଲେ ଯେ, ସେ ମୋର ପୁତୁରା, କିନ୍ତୁ ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ତାଙ୍କ ଉପରେ ସହାନୁଭୂତି ଦେଖାଯିବ ନାହିଁ। ସେ ଆହୁରି କହିଥିଲେ ଏସଆଇଟି ଗଠନ ହୋଇଛି, ଯାଞ୍ଚ ଜାରି ରହିଛି। ଯିଏବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ।