ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖରେ ଖସିଲା ଡ୍ରୋନ୍, ଛାନଭିନ୍ ଜାରି

ଝାରସୁଗୁଡା ୨୫।୪: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖୀରେ ଖସିଲା ସନ୍ଦିଗ୍ଧ ଡ୍ରୋନ୍ l ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ନିକଟରେ ଥିବା ସୁରେଶ ପୂଜାରୀଙ୍କ ଅଫିସ ନିକଟରେ ଖସିଛି ଏହି ସନ୍ଦିଗ୍ଧ ଡ୍ରୋନ l ବେଲପାହାଡ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଡ୍ରୋନକୁ ଜବତ କରିବା ସହ ଡ୍ରୋନଟି ବନ ବିଭାଗର ନା ଆଉ କାହାର ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି  l ଆମଦରହ ଠାରେ ସାଂସଦ ସୁରେଶ ପୂଜାରୀ ରହୁଥିବା ବାସଭବନ ଉପରେ ଏହି ଡ୍ରୋନ କ୍ୟାମେରାଟି ଘୁରୁଥିଲା l ସେଠାରେ ଥିବା ଏକ ଇଲେକ୍ଟ୍ରି ଟାୱାରରେ ଡ୍ରୋନଟି ପିଟି ହୋଇ ତଳେ ପଡିଯାଇଥିଲା l ଏହାକୁ ନେଇ ସାଂସଦ ପୂଜାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସୂଚନା ଦେବାପରେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନକୁ ଡିଫ୍ୟୁଜ କରି ତଦନ୍ତ ଜାରି ରଖିଛନ୍ତି  l You Can Read :ପ୍ରଚଣ୍ଡ ତାତି ଜାରି, ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖରେ ଖସିଲା ଡ୍ରୋନ୍, ଛାନଭିନ୍ ଜାରି

ଝାରସୁଗୁଡା ୨୫।୪: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖୀରେ ଖସିଲା ସନ୍ଦିଗ୍ଧ ଡ୍ରୋନ୍ l ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ନିକଟରେ ଥିବା ସୁରେଶ ପୂଜାରୀଙ୍କ ଅଫିସ ନିକଟରେ ଖସିଛି ଏହି ସନ୍ଦିଗ୍ଧ ଡ୍ରୋନ l ବେଲପାହାଡ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଡ୍ରୋନକୁ ଜବତ କରିବା ସହ ଡ୍ରୋନଟି ବନ ବିଭାଗର ନା ଆଉ କାହାର ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି  l 

ଆମଦରହ ଠାରେ ସାଂସଦ ସୁରେଶ ପୂଜାରୀ ରହୁଥିବା ବାସଭବନ ଉପରେ ଏହି ଡ୍ରୋନ କ୍ୟାମେରାଟି ଘୁରୁଥିଲା l ସେଠାରେ ଥିବା ଏକ ଇଲେକ୍ଟ୍ରି ଟାୱାରରେ ଡ୍ରୋନଟି ପିଟି ହୋଇ ତଳେ ପଡିଯାଇଥିଲା l ଏହାକୁ ନେଇ ସାଂସଦ ପୂଜାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସୂଚନା ଦେବାପରେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନକୁ ଡିଫ୍ୟୁଜ କରି ତଦନ୍ତ ଜାରି ରଖିଛନ୍ତି  l

 You Can Read :

ପ୍ରଚଣ୍ଡ ତାତି ଜାରି, ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା