ମାଟି କାମୁଡ଼ିଲା ପାକିସ୍ତାନ, ଦିନିକିଆରେ ୮୦ ରନରେ ହରାଇଲା ଜିମ୍ବାଓ୍ଵେ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ୍ରେ ୩-୦ରେ ମୂଳପୋଛ ହେବା ପରେ ଜିମ୍ବାଓ୍ଵେରେ ଏବେ ମାଟି କାମୁଡିଛି ପାକିସ୍ତାନ। ଆଜି ଜିମ୍ବାଓ୍ବେର ବୁଲାବାୟୋରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଜିମ୍ବାଓ୍ଵେ ପାକିସ୍ତାନକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଡକ ଓ୍ଵର୍ଥ ଲୁଇସ୍ ନିୟମରେ ଜିମ୍ବାଓ୍ଵେ ୮୦ ରନରେ ପାକିସ୍ତାନକୁ ହରାଇଛି। ପାକିସ୍ତାନ ସଂପ୍ରତି ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି କରୁଛି। କିନ୍ତୁ ଛୋଟ ଦଳଠୁ ପରାଜୟ ଦଳକୁ ବହୁତ ବଡ଼ ଝଟକା ଦେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଜିମ୍ବାଓ୍ଵେ ୧-୦ରେ ଆଗୁଆ ରହିଛି।ପ୍ରଥମ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ଵେ ୪୦.୨ ଓଭରରେ ୨୦୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ସିକନ୍ଦର ରାଜା ୩୯ ରନ କରିଥିଲେ। ଟି ମରୁମନି ୨୯ ରନ, ସିନ ଓ୍ଵିଲିୟମ୍ସ ୨୩ ରନ ଓ ବ୍ରିଆନ ବେନେଟ୍ ୨୦ ରନ କରିଥିଲେ। ଏକଦା ଜିମ୍ବାଓ୍ଵେ ୭ ଓ୍ଵିକେଟ୍ ହରାଇ ୧୨୫ ରନ କରିଥିଲା। ଏନଗାରଭା ୪୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ଦଳ ୨୦୫ ରନ କରି ପାରିଥିଲା। ପାକିସ୍ତାନ ପକ୍ଷରୁ ଫୈଜଲ ଆକ୍ରମ ୨୪ ରନ ଦେଇ ୩ ଓ ଆଘା ଅସଲମ ୪୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।ଲାଗୁଥିଲା ପାକିସ୍ତାନ ମ୍ୟାଚ୍କୁ ସହଜରେ ଜିତିନେବ। ୨୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ୍ରେ ୩-୦ରେ ମୂଳପୋଛ ହେବା ପରେ ଜିମ୍ବାଓ୍ଵେରେ ଏବେ ମାଟି କାମୁଡିଛି ପାକିସ୍ତାନ। ଆଜି ଜିମ୍ବାଓ୍ବେର ବୁଲାବାୟୋରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଜିମ୍ବାଓ୍ଵେ ପାକିସ୍ତାନକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଡକ ଓ୍ଵର୍ଥ ଲୁଇସ୍ ନିୟମରେ ଜିମ୍ବାଓ୍ଵେ ୮୦ ରନରେ ପାକିସ୍ତାନକୁ ହରାଇଛି। ପାକିସ୍ତାନ ସଂପ୍ରତି ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି କରୁଛି। କିନ୍ତୁ ଛୋଟ ଦଳଠୁ ପରାଜୟ ଦଳକୁ ବହୁତ ବଡ଼ ଝଟକା ଦେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଜିମ୍ବାଓ୍ଵେ ୧-୦ରେ ଆଗୁଆ ରହିଛି।
ପ୍ରଥମ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ଵେ ୪୦.୨ ଓଭରରେ ୨୦୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ସିକନ୍ଦର ରାଜା ୩୯ ରନ କରିଥିଲେ। ଟି ମରୁମନି ୨୯ ରନ, ସିନ ଓ୍ଵିଲିୟମ୍ସ ୨୩ ରନ ଓ ବ୍ରିଆନ ବେନେଟ୍ ୨୦ ରନ କରିଥିଲେ। ଏକଦା ଜିମ୍ବାଓ୍ଵେ ୭ ଓ୍ଵିକେଟ୍ ହରାଇ ୧୨୫ ରନ କରିଥିଲା। ଏନଗାରଭା ୪୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ଦଳ ୨୦୫ ରନ କରି ପାରିଥିଲା। ପାକିସ୍ତାନ ପକ୍ଷରୁ ଫୈଜଲ ଆକ୍ରମ ୨୪ ରନ ଦେଇ ୩ ଓ ଆଘା ଅସଲମ ୪୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।
ଲାଗୁଥିଲା ପାକିସ୍ତାନ ମ୍ୟାଚ୍କୁ ସହଜରେ ଜିତିନେବ। ୨୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୨୧ ଓଭରରେ ଦଳ ୬ ଓ୍ଵିକେଟ୍ ହରାଇ ମାତ୍ର ୬୦ ରନ କରିଥିଲା। ଅଧିନାୟକ ମହମ୍ମଦ ରିଜଓ୍ଵାନ ୧୯ ରନରେ ଅପରାଜିତ ଥିଲେ। ଏହି ସମୟରେ ବର୍ଷା ଆରମ୍ଭ ହେବାରୁ ମ୍ୟାଚ୍ ବନ୍ଦ ରହିଥିଲା। ବର୍ଷା ନ ଛାଡ଼ିବାରୁ ଶେଷରେ ଡକଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଜିମ୍ବାଓ୍ଵେ ମ୍ୟାଚ୍କୁ ୮୦ ରନରେ ଜିତି ବଡ଼ କୀର୍ତ୍ତିମାନ ରଚିଛି।