ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ବିଦ୍ୟାଳୟ: କୃତି ପ୍ରତିଯୋଗୀଙ୍କୁ ପୁରସ୍କାର
ନୂଆପଡ଼ା,୨୨।୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ କୁରୁମପୁରି ପଞ୍ଚାୟତ ଦଲଦଲି ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରେମଲାଲ ସତ୍ନାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଧାକାନ୍ତ ତାଣ୍ଡି ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁବଳ ଶ୍ୟାମ ପଣ୍ଡା ମୁଖ୍ୟବକ୍ତା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫିରୋଜ ଖାନ, ବିଶ୍ୱଦେବ ପଣ୍ଡା, ରୀତା ପାତ୍ର, ଶ୍ରୀପାଲା ଶବର, ହେମରାଜ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ […] The post ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ବିଦ୍ୟାଳୟ: କୃତି ପ୍ରତିଯୋଗୀଙ୍କୁ ପୁରସ୍କାର appeared first on Dharitri Odia News.
ନୂଆପଡ଼ା,୨୨।୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍ କୁରୁମପୁରି ପଞ୍ଚାୟତ ଦଲଦଲି ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରେମଲାଲ ସତ୍ନାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଧାକାନ୍ତ ତାଣ୍ଡି ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁବଳ ଶ୍ୟାମ ପଣ୍ଡା ମୁଖ୍ୟବକ୍ତା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫିରୋଜ ଖାନ, ବିଶ୍ୱଦେବ ପଣ୍ଡା, ରୀତା ପାତ୍ର, ଶ୍ରୀପାଲା ଶବର, ହେମରାଜ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷା, ଆଲୁମ୍ନି ତଥା କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ଶିକ୍ଷକ ଅଶୋକ କୁମାର ମୁଦୁଲି, ପୁଷ୍ପାଞ୍ଜଳି ପଟେଲ, କଳ୍ପନା ଦାସ, ପୁଷ୍ପାଞ୍ଜଳି ପାତ୍ର, ଲିଲିମନି ତରାଇ ପ୍ରମୁଖ ସହଯୋଗ କରିଥିଲେ। ହିମାଞ୍ଚଳ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସୁଜାତା ରଣା ଧନ୍ୟବାଦ ଅର୍ପଣ କରିଥିଲେ।
The post ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ବିଦ୍ୟାଳୟ: କୃତି ପ୍ରତିଯୋଗୀଙ୍କୁ ପୁରସ୍କାର appeared first on Dharitri Odia News.