ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ଚୋରି ହୋଇଛି। ବେହେରାଗୁଡ଼ା ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ଚୋରମାନେ ରବିବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ସାଇ ବାବାଙ୍କ ବିଭିନ୍ନ ପ୍ରକାର ରୂପା ନିର୍ମିତ ଗହଣା ଓ ଦାନ ବାକ୍ସକୁ ଟଙ୍କା ଚୋରି କରି ନେଇଛନ୍ତି। ଏଥିରେ ୧୭ କେଜିରୁ ଉଦ୍ଧର୍‌ବ ରୂପା ଅଳଙ୍କାର […] The post ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର appeared first on Dharitri Odia News.

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ଚୋରି ହୋଇଛି। ବେହେରାଗୁଡ଼ା ଭାଗିରଥି ପାର୍କ ନିକଟସ୍ଥ ସାଇ ମନ୍ଦିରରୁ ଚୋରମାନେ ରବିବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ସାଇ ବାବାଙ୍କ ବିଭିନ୍ନ ପ୍ରକାର ରୂପା ନିର୍ମିତ ଗହଣା ଓ ଦାନ ବାକ୍ସକୁ ଟଙ୍କା ଚୋରି କରି ନେଇଛନ୍ତି। ଏଥିରେ ୧୭ କେଜିରୁ ଉଦ୍ଧର୍‌ବ
ରୂପା ଅଳଙ୍କାର ରହିଥିବା ଜଣାପଡିଛି। ଏପରିକି ମନ୍ଦିର ପରିସରରେ ଖଞ୍ଜା ଯାଇଥିବା ସିସିଟିଭି ତାରକୁ ମଧ୍ୟ କାଟି ଦେଇ ଚୋରି କରି ନେଇଛନ୍ତି। ସକାଳୁ ପୂଜକ ମନ୍ଦିର ଖୋଳି ଦେଖିଲା ପରେ ଏହି ଘଟଣାଟି ଜଣାପଡ଼ିଥିଲା। ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି। ଏହାପରେ ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ ସହ ଆସି ତଦନ୍ତ କରିଛି।

The post ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର appeared first on Dharitri Odia News.