ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି
ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଷ୍ଣୁ ଜେନା। ତାଙ୍କ ଘର ଭଦ୍ରକ ବ୍ଲକ ଅଧିନ ମୁଳଗାଁର ବୋଲି ଜଣାଯାଇଛି।
ଆଜି ସକାଳେ ବିଷ୍ଣୁ କୌଣସି କାମରେ ଭଦ୍ରକ ଆସୁଥିଲେ। ଗେଲପୁର ଛକ ନିକଟରେ ଏକ ଅଜଣା ଗାଡ଼ି ଆସି ସାଇକେଲ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ବିଷ୍ଣୁଙ୍କର ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ଗ୍ରାମାଞ୍ଚଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।