‘କନ୍ନଡ଼ କହିପାରୁନଥିଲେ ଦିଲ୍ଲୀ ଚାଲିଆସନ୍ତୁ’, କାର୍ସ୨୪ ସିଇଓଙ୍କ ପୋଷ୍ଟକୁ ନେଇ ବିବାଦ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କନ୍ନଡ଼ ଭାଷାକୁ ପ୍ରାଥମିକତା ଦିଆଯାଏ, ଏହା ସମସ୍ତଙ୍କ ଜଣା। ଅତୀତରେ କନ୍ନଡ଼ ଭାଷା ପ୍ରୀତି ସହ ଜଡ଼ିତ ଅନେକ ଘଟଣା ମଧ୍ୟ ସାମ୍‌ନାକୁ ଆସିଛି। ଏମିତିକି କନ୍ନଡ଼ କହିପାରୁନଥିବାରୁ ଜଣେ ଦୋକାନୀଙ୍କୁ ଠାରୁ ଅଧିକ ଟଙ୍କା ଆଦାୟ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ପୁଣି ହିନ୍ଦୀ ବନାମ କନ୍ନଡ଼କୁ ନେଇ ଚର୍ଚ୍ଚାବି କିଛି କମ୍। ଆଉ ଏସବୁ ମଧ୍ୟରେ କାର୍ସ ୨୪ କମ୍ପାନିର ସିଇଓ ବିକ୍ରମ ଚୋପ୍ରାଙ୍କ କନ୍ନଡ଼ ଭାଷାକୁ ନେଇ ଏକ ପୋଷ୍ଟ ପୁଣି ବିବାଦର କାରଣ ପାଲଟିଛି। ସେ ନିଜର ଏକ ପୋଷ୍ଟରେ ବେଙ୍ଗାଲୁରୁର ଭାଷା ବିବାଦକୁ ନେଇ ଟାର୍ଗେଟ କରିଛନ୍ତି ଏବଂ ସେଠାରେ ହିନ୍ଦୀ କହୁଥିବା ଲୋକଙ୍କୁ ଏକ ଅପିଲ କରିଛନ୍ତି । ଯାହା ଭାଇରାଲ ହୋଇଛି ଆଉ ଏବେ ବିବାଦର କାରଣ ପାଲଟିଛି। ସିଇଓ ବିକ୍ରମ ଚୋପ୍ରା ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ବର୍ଷ ବର୍ଷ ଧରି କନ୍ନଡ଼ କହିପାରୁନାହାଁନ୍ତି ? କିଛି କଥା ନାହିଁ, ଦିଲ୍ଲୀ ପଳେଇଆସନ୍ତୁ... ଆମ କମ୍ପାନି ସେ ଇଞ୍ଜିନିୟର୍ସଙ୍କୁ ଭର୍ତ୍ତି କରାଇବାକୁ ଚାହୁଛି, ଯେଉଁମାନେ ଘରେ ପାଖରେ ଅର୍ଥାତ ଦିଲ୍ଲୀରେ କାମ କରିବାକୁ ଚାହୁଛନ୍ତି। ଆପଣ ମତେ ଯୋଗାଯୋଗ କରିପାରିବେ। ଆଉ ସବଜେକ୍ଟରେ ଲେଖନ୍ତୁ ଦିଲ୍ଲୀ ମେରୀ ଜାନ (ଦିଲ୍ଲୀ ମୋ ଜୀବନ)।We are not saying Delhi NCR is better. Only that it really is.If you wish to come back, write to me at vikram@ca

‘କନ୍ନଡ଼ କହିପାରୁନଥିଲେ ଦିଲ୍ଲୀ ଚାଲିଆସନ୍ତୁ’, କାର୍ସ୨୪ ସିଇଓଙ୍କ ପୋଷ୍ଟକୁ ନେଇ ବିବାଦ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କନ୍ନଡ଼ ଭାଷାକୁ ପ୍ରାଥମିକତା ଦିଆଯାଏ, ଏହା ସମସ୍ତଙ୍କ ଜଣା। ଅତୀତରେ କନ୍ନଡ଼ ଭାଷା ପ୍ରୀତି ସହ ଜଡ଼ିତ ଅନେକ ଘଟଣା ମଧ୍ୟ ସାମ୍‌ନାକୁ ଆସିଛି। ଏମିତିକି କନ୍ନଡ଼ କହିପାରୁନଥିବାରୁ ଜଣେ ଦୋକାନୀଙ୍କୁ ଠାରୁ ଅଧିକ ଟଙ୍କା ଆଦାୟ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ପୁଣି ହିନ୍ଦୀ ବନାମ କନ୍ନଡ଼କୁ ନେଇ ଚର୍ଚ୍ଚାବି କିଛି କମ୍। ଆଉ ଏସବୁ ମଧ୍ୟରେ କାର୍ସ ୨୪ କମ୍ପାନିର ସିଇଓ ବିକ୍ରମ ଚୋପ୍ରାଙ୍କ କନ୍ନଡ଼ ଭାଷାକୁ ନେଇ ଏକ ପୋଷ୍ଟ ପୁଣି ବିବାଦର କାରଣ ପାଲଟିଛି। 

ସେ ନିଜର ଏକ ପୋଷ୍ଟରେ ବେଙ୍ଗାଲୁରୁର ଭାଷା ବିବାଦକୁ ନେଇ ଟାର୍ଗେଟ କରିଛନ୍ତି ଏବଂ ସେଠାରେ ହିନ୍ଦୀ କହୁଥିବା ଲୋକଙ୍କୁ ଏକ ଅପିଲ କରିଛନ୍ତି । ଯାହା ଭାଇରାଲ ହୋଇଛି ଆଉ ଏବେ ବିବାଦର କାରଣ ପାଲଟିଛି। ସିଇଓ ବିକ୍ରମ ଚୋପ୍ରା ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ବର୍ଷ ବର୍ଷ ଧରି କନ୍ନଡ଼ କହିପାରୁନାହାଁନ୍ତି ? କିଛି କଥା ନାହିଁ, ଦିଲ୍ଲୀ ପଳେଇଆସନ୍ତୁ... ଆମ କମ୍ପାନି ସେ ଇଞ୍ଜିନିୟର୍ସଙ୍କୁ ଭର୍ତ୍ତି କରାଇବାକୁ ଚାହୁଛି, ଯେଉଁମାନେ ଘରେ ପାଖରେ ଅର୍ଥାତ ଦିଲ୍ଲୀରେ କାମ କରିବାକୁ ଚାହୁଛନ୍ତି। ଆପଣ ମତେ ଯୋଗାଯୋଗ କରିପାରିବେ। ଆଉ ସବଜେକ୍ଟରେ ଲେଖନ୍ତୁ ଦିଲ୍ଲୀ ମେରୀ ଜାନ (ଦିଲ୍ଲୀ ମୋ ଜୀବନ)।


ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରି ନିଜ ପ୍ରତିକ୍ରିୟା ରଖୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, କମ୍ପାନିରେ ନିଯୁକ୍ତିର ଏହି ଉପାୟ ବେଶ୍ ଅଜବ। ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଆପଣ କେବଳ ନିଜ ଟିମ୍‌ରେ ଉତ୍ତର ଭାରତୀୟ କିମ୍ବା ଦିଲ୍ଲୀବାସୀଙ୍କୁ ହିଁ ନେବାକୁ ଚାହୁଛନ୍ତି ?