ଅସହ୍ୟ ତାତିରେ ଆଉଟୁପାଉଟୁ ରାଜ୍ୟ, ଟାଣ ଖରାରେ ବି ସ୍କୁଲରେ ଚାଲିଛି ପାଠପଢା
ଭୁବନେଶ୍ୱର ୩୦/୦୩: ଖରା ବଢ଼ୁଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଘରୁ ବାହାରିବା ମାତ୍ରେ ଦେହ ପୋଡ଼ି ଯାଉଛି । ମୁଣ୍ଡ ଝାଇଁ ମାରି ଦେଉଛି । ଏମିତି ଖରାରେ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ୍ ଯିବା ବେଳେ ମୁଣ୍ଡ ବୁଲାଇ ଦେଉଛି । ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଶ୍ରେଣୀଗୃହରେ ସନ୍ତୁଳି ହେଉଛନ୍ତି ପିଲା । ଶ୍ରେଣୀଗୃହରେ ଅସୁସ୍ଥ ଅନୁଭବ କରୁଛନ୍ତି । ତଥାପି ଏପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗୁନି । ସକାଳୁଆ ସ୍କୁଲ୍ କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଦାବି କରୁଥିଲେ ମଧ୍ୟ ଶୁଣିବାକୁ ନାରାଜ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଖରାକୁ ନଜରରେ ରଖି ସ୍କୁଲ୍ଗୁଡ଼ିକ ସକାଳୁଆ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ପାଣିପାଗ ବିଭାଗ ମଧ୍ୟ ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ସତର୍କ କରାଇଛି । ଏହାପରେ ବି ବେପରୁଆ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପିଲାଙ୍କୁ ଜୀବନ ପ୍ରତି ଟିକେ ହେଲେ ବି ଧ୍ୟାନ ଦେଉନି ।ଶୁକ୍ରବାର ରାଜଧାନୀର ତାପମାତ୍ରା ଦିନ ୧୧ଟା ବେଳକୁ ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଥିଲା । ଏପରିକି ୩୬ ଡିଗ୍ରୀର ତାପମାତ୍ରା ହ୍ୟୁମିଟିଡି ପାଇଁ ୪୫ ଡିଗ୍ରୀର ଅନୁଭୂତ ହେଉଥିଲା । ଖରାରେ ଅତିବାଇଗଣୀ ରଶ୍ମୀର ପ୍ରଭାବରେ ଆଖି ପୋଡ଼ି ଗଲା ପରି ଲାଗୁଛି । ଏମିତି ସ୍ଥିତିରେ ଜଣେ ସାଧାରଣ ଲୋକ ଖରାକୁ ବାହାରିବାକୁ ଭୟ କରୁଛନ୍ତି । ସ୍କୁଲ୍ ପିଲା କିପରି ଦିନରେ ସ୍କୁଲ
ଭୁବନେଶ୍ୱର ୩୦/୦୩: ଖରା ବଢ଼ୁଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଘରୁ ବାହାରିବା ମାତ୍ରେ ଦେହ ପୋଡ଼ି ଯାଉଛି । ମୁଣ୍ଡ ଝାଇଁ ମାରି ଦେଉଛି । ଏମିତି ଖରାରେ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ୍ ଯିବା ବେଳେ ମୁଣ୍ଡ ବୁଲାଇ ଦେଉଛି । ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଶ୍ରେଣୀଗୃହରେ ସନ୍ତୁଳି ହେଉଛନ୍ତି ପିଲା । ଶ୍ରେଣୀଗୃହରେ ଅସୁସ୍ଥ ଅନୁଭବ କରୁଛନ୍ତି । ତଥାପି ଏପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗୁନି ।
ସକାଳୁଆ ସ୍କୁଲ୍ କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଦାବି କରୁଥିଲେ ମଧ୍ୟ ଶୁଣିବାକୁ ନାରାଜ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଖରାକୁ ନଜରରେ ରଖି ସ୍କୁଲ୍ଗୁଡ଼ିକ ସକାଳୁଆ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ପାଣିପାଗ ବିଭାଗ ମଧ୍ୟ ଆଗକୁ ଆହୁରି ତାପମାତ୍ରା ବଢ଼ିବ ବୋଲି ସତର୍କ କରାଇଛି । ଏହାପରେ ବି ବେପରୁଆ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପିଲାଙ୍କୁ ଜୀବନ ପ୍ରତି ଟିକେ ହେଲେ ବି ଧ୍ୟାନ ଦେଉନି ।
ଶୁକ୍ରବାର ରାଜଧାନୀର ତାପମାତ୍ରା ଦିନ ୧୧ଟା ବେଳକୁ ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଥିଲା । ଏପରିକି ୩୬ ଡିଗ୍ରୀର ତାପମାତ୍ରା ହ୍ୟୁମିଟିଡି ପାଇଁ ୪୫ ଡିଗ୍ରୀର ଅନୁଭୂତ ହେଉଥିଲା । ଖରାରେ ଅତିବାଇଗଣୀ ରଶ୍ମୀର ପ୍ରଭାବରେ ଆଖି ପୋଡ଼ି ଗଲା ପରି ଲାଗୁଛି । ଏମିତି ସ୍ଥିତିରେ ଜଣେ ସାଧାରଣ ଲୋକ ଖରାକୁ ବାହାରିବାକୁ ଭୟ କରୁଛନ୍ତି । ସ୍କୁଲ୍ ପିଲା କିପରି ଦିନରେ ସ୍କୁଲ୍ରେ ପଢ଼ିବେ ତାକୁ ନେଇ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ସ୍କୁଲ୍ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।
କେବଳ ସ୍କୁଲ୍ରେ ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକୀୟ ପଦକ୍ଷେପ, ପାନୀୟ ଜଳ ସୁବିଧା ଏବଂ ଓଆର୍ଏସ୍ ଆଦି ରଖିବାକୁ ନିର୍ଦ୍ଦେଶ ଦେଇ ସୀମିତ ରହିଛି ବିଭାଗ । କିନ୍ତୁ ଏବେବି ରାଜ୍ୟର ଅଧିକାଂଶ ସ୍କୁଲ୍ରେ ପଙ୍ଖା ନାହିଁ । ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ରହିଛି । ଏପରିକି ଅଧିକାଂଶ ସମୟ ଘନ ଘନ ବିଦ୍ୟୁତ୍ କାଟ୍ ହେଉଛି । ଅସହ୍ୟ ତାପମାତ୍ରାକୁ ଦିନ ବେଳା ସ୍କୁଲ୍ରେ ପାଠପଢ଼ାକୁ ପିଲାମାନେ ଭୟ କରୁଛନ୍ତି । କ୍ଲାସ୍ ରୁମ୍ରେ ଅସୁସ୍ଥ ଅନୁଭବ କରୁଛନ୍ତି ।
ଅନ୍ୟପଟେ, ଗଣଶିକ୍ଷା ବିଭାଗ ଜାରି କରିଥିବା ଶିକ୍ଷା କ୍ୟାଲେଣ୍ଡରେ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ୍ ଥିବା ଦର୍ଶାଯାଇଛି । ଏହି ଆଧାରରେ ସ୍କୁଲ୍ ସକାଳୁଆ କରାଯିବ ବୋଲି ଜଣେ ଶିକ୍ଷା ଅଧିକାରୀ କହିଛନ୍ତି । କିନ୍ତୁ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଚିଠି କରାଯାଇନାହିଁ । ଜଣେ ଶିକ୍ଷକ କହିଛନ୍ତି, ବିଭାଗୀୟ ଅଧିକାରୀମାନେ ଏସି ରୁମ୍ରେ ବସୁଛନ୍ତି, ଏସି କାର୍ରେ ଯାଉଛନ୍ତି ତାଙ୍କୁ ଖରା ଜଣାପଡ଼ୁନି । ତେଣୁ ସେ କାହିଁକି ଜାଣିବେ ପିଲାଙ୍କ ଦୁଃଖ । ସୂଚନାଯୋଗ୍ୟ, ଗତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଆଗୁଆ ସ୍କୁଲ୍ ଛୁଟି ଘୋଷଣା କରିଥିଲେ ।