ସାଇକେଲ ଭବିଷ୍ୟତରେ ଲୋକଙ୍କ ପାଇଁ ଆବଶ୍ୟକତା ହୋଇ ରହୁ

ସାଇକେଲ ଭବିଷ୍ୟତରେ ଲୋକଙ୍କ ପାଇଁ ଆବଶ୍ୟକତା ହୋଇ ରହୁ। ନଚେତ ଦିନ ଆସିବ ଆଗାମୀ ପିଢି କେବଳ ମ୍ୟୁଜିୟମରେ ଶୋଭା ପାଉଥିବା ଦେଖିବାକୁ ପାଇବେ।

ସାଇକେଲ ଭବିଷ୍ୟତରେ ଲୋକଙ୍କ ପାଇଁ ଆବଶ୍ୟକତା ହୋଇ ରହୁ

ସାଇକେଲ୍ ଦିନେ ସମସ୍ତଙ୍କ ପାଇଁ ଥିଲା ଆବଶ୍ୟକତା, ଏବେ ଏହାର ଚାହିଦା କମିଛି। ରାସ୍ତରେ ଏବେ ବହୁତ କମ୍ ଗଡୁଛି ସାଇକଲ୍। ଲୋକେ ଆବଶ୍ୟକତାକୁ ଦେଖି ଜବୀନଶୈଳକୁ ପରିବର୍ତ୍ତନ କରୁଛନ୍ତି। ଏହାରି ଭିତରେ ସାଇକେଲର ବ୍ୟବହାର କମିଛି। ଶ୍ରମିକ ଶ୍ରେଣୀର ଲୋକେ ହୁଅନ୍ତୁ କିମ୍ବା ସ୍କୁଲ କଲେଜ ପଢୁଆ ଛାତ୍ରଛାତ୍ରୀ ସାଇକେଲ୍ ବ୍ୟବହାର କରୁଛନ୍ତି। ଦାମୀ ସାଇକେଲ ଯେଉଁମାନଙ୍କ ପାଖରେ ଅଛି ସେମାନେ ସୌକ ପାଇଁ ରଖିଛନ୍ତି। ଯାହା କ୍ରମଶଃ ଲୋକଙ୍କ ପାଇଁ ସୃତି ହୋଇଯିବ।

ସାଇକେଲ୍ ସହ ବହୁ ଲୋକଙ୍କ ସ୍ମୃତି ଯୋଡ଼ି ହୋଇ ରହିଛି। କିଏ ନିଜ ପାରିଶ୍ରମିକରେ କିଣିଛି ତ କିଏ ବାହାଘର ବେଳେ ଯୌତୁକରେ ଆଣିଛି। ହେଲେ ଏବେ ସାଇକେଲ କେବଳ ଗରିବ ଦିନ ମଜୁରିଆଙ୍କ ପାଇଁ ସାହାରା ହୋଇ ବଞ୍ଚିଛି। ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ସାଇକେଲ୍ ଦିବସ ପାଳନ କରି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରୁଛନ୍ତି କିଛି ସାଇକେଲ୍ ପ୍ରେମୀ।

ସାଇକେଲ ଭବିଷ୍ୟତରେ ଲୋକଙ୍କ ପାଇଁ ଆବଶ୍ୟକତା ହୋଇ ରହୁ। ନଚେତ ଦିନ ଆସିବ ଆଗାମୀ ପିଢି କେବଳ ମ୍ୟୁଜିୟମରେ ଶୋଭା ପାଉଥିବା ଦେଖିବାକୁ ପାଇବେ।