ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍ଟି ଚଢ଼ାଉ
ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକରେ ରହିଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ ଗୁରୁବାର ଜିଏସ୍ଟି ଚଢ଼ାଉ ହୋଇଥିଲା। ଟିକସ ଫାଙ୍କିଥିବା ଅଭିଯୋଗରେ ବରଗଡ଼ର ସିଟି ଜିଏସଟି ଡେପୁଟି କମିଶନର ନାଭିଦିତ୍ୟ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା। ସମ୍ପୃକ୍ତ ସାଇକେଲ ଷ୍ଟୋର ମାଲିକଙ୍କ ରେଳ ଷ୍ଟେଶନସ୍ଥିତ ଗୋଦାମ ଏବଂ ତାଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ଏକକାଳୀନ ୩ଟି ସ୍ଥାନରେ ହୋଇଥିବା ଏହି ଚଢ଼ାଉରେ ସିଟି ଜି.ଏସ.ଟି ବିଭାଗର ବରଗଡ଼ ଓ ସମ୍ବଲପୁର ସର୍କଲ କର୍ମଚାରୀମାନେ ସାମିଲ ଥିଲେ। […] The post ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍ଟି ଚଢ଼ାଉ appeared first on Dharitri Odia News.
ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକରେ ରହିଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ ଗୁରୁବାର ଜିଏସ୍ଟି ଚଢ଼ାଉ ହୋଇଥିଲା। ଟିକସ ଫାଙ୍କିଥିବା ଅଭିଯୋଗରେ ବରଗଡ଼ର ସିଟି ଜିଏସଟି ଡେପୁଟି କମିଶନର ନାଭିଦିତ୍ୟ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ହୋଇଥିଲା।
ସମ୍ପୃକ୍ତ ସାଇକେଲ ଷ୍ଟୋର ମାଲିକଙ୍କ ରେଳ ଷ୍ଟେଶନସ୍ଥିତ ଗୋଦାମ ଏବଂ ତାଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ଏକକାଳୀନ ୩ଟି ସ୍ଥାନରେ ହୋଇଥିବା ଏହି ଚଢ଼ାଉରେ ସିଟି ଜି.ଏସ.ଟି ବିଭାଗର ବରଗଡ଼ ଓ ସମ୍ବଲପୁର ସର୍କଲ କର୍ମଚାରୀମାନେ ସାମିଲ ଥିଲେ। ତେବେ ଚଢ଼ାଉ ସରିବା ପରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି ସିଟି ଜିଏସ୍ଟି ଡେପୁଟି କମିଶନର ନାୟକ କହିଛନ୍ତି।
The post ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍ଟି ଚଢ଼ାଉ appeared first on Dharitri Odia News.