ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା : ପ୍ୟାରିସ୍ ଅଭିଜ୍ଞତା ବାଣ୍ଟିଲେ ଅମିତ ଓ ସମ୍ବିତ୍
ଭୁବନେଶ୍ବର (କେନ୍ୟୁଜ୍) : ପ୍ୟାରିସ୍-୨୦୨୪ ଅନ୍ୟ ସମସ୍ତ ଅଲିମ୍ପିକ୍ସଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା। ଯେତିକି ରୋମାଞ୍ଚଭରା ଥିଲା ସେତିକି ଆହ୍ବାନ ଆଣି ଦେଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଖେଳାଳିଙ୍କୁ ଯେଭଳି କଷ୍ଟ କରିବାକୁ ପଡ଼ୁଥିଲା ବିଭିନ୍ନ ଇଭେଣ୍ଟ୍ ଭାବେ ଏହାକୁ କଭର୍ କରିବା କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ସେତିକି ଯନ୍ତ୍ରଣାଦାୟକ ଥିଲା। ରବିବାର ପ୍ୟାରିସ୍ ଅଲିମ୍ପିକ୍ସର ଅଭୁଲା ଅଭିଜ୍ଞତା ସବୁ ବାଣ୍ଟିବା ବେଳେ ଏଭଳି କଥାମାନ କହିଛନ୍ତି କ୍ରମାଗତ ହକି ପଦକ ଜିତିଥିବା ଓଡ଼ିଆ ହକି […] The post ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା : ପ୍ୟାରିସ୍ ଅଭିଜ୍ଞତା ବାଣ୍ଟିଲେ ଅମିତ ଓ ସମ୍ବିତ୍ appeared first on KNews Odisha.

ଭୁବନେଶ୍ବର (କେନ୍ୟୁଜ୍) : ପ୍ୟାରିସ୍-୨୦୨୪ ଅନ୍ୟ ସମସ୍ତ ଅଲିମ୍ପିକ୍ସଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା। ଯେତିକି ରୋମାଞ୍ଚଭରା ଥିଲା ସେତିକି ଆହ୍ବାନ ଆଣି ଦେଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଖେଳାଳିଙ୍କୁ ଯେଭଳି କଷ୍ଟ କରିବାକୁ ପଡ଼ୁଥିଲା ବିଭିନ୍ନ ଇଭେଣ୍ଟ୍ ଭାବେ ଏହାକୁ କଭର୍ କରିବା କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ସେତିକି ଯନ୍ତ୍ରଣାଦାୟକ ଥିଲା। ରବିବାର ପ୍ୟାରିସ୍ ଅଲିମ୍ପିକ୍ସର ଅଭୁଲା ଅଭିଜ୍ଞତା ସବୁ ବାଣ୍ଟିବା ବେଳେ ଏଭଳି କଥାମାନ କହିଛନ୍ତି କ୍ରମାଗତ ହକି ପଦକ ଜିତିଥିବା ଓଡ଼ିଆ ହକି ଖେଳାଳି ଅମିତ ରୋହଦାସ ଏବଂ ଅଲିମ୍ପିକ୍ସ ମଞ୍ଚରେ ପହଞ୍ଚିଥିବା ପ୍ରଥମ ଓଡ଼ିଆ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର।
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ରବିବାର ଅନୁଷ୍ଠିତ ଡକ୍ଟର ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଆକର୍ଷଣ ପାଲଟି ଥିଲେ ଅମିତ ରୋହିଦାସ। ଓସ୍ଜାର ସଭାପତି ସଂନ୍ଦୀପ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମାରକୀ ବକ୍ତୃତା ପୂର୍ବରୁ ଅମିତ ରୋହିଦାସ ଡକ୍ଟର ଅଶୋକ ପଟ୍ଟନୟକଙ୍କୁ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସ୍ଜାର ଉପସଭାପତି ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ସୁରେଶ ସ୍ବାଇଁ, ଯୁଗ୍ମ ସମ୍ପାଦକ ହିମାଂଶୁ ପତି ମିଶ୍ର, ସଂଜୀବ ବିଶ୍ବାଳ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, କାର୍ଯ୍ୟକାରୀ କମିଟି ସଦସ୍ୟ କେ. ରବି, ବିମଳ କୁମାର ରାଉଳ, ଶକ୍ତି ପ୍ରସାଦ ନନ୍ଦ, ମନୋରଂଜନ ଦାସଙ୍କ ସହ ବରିଷ୍ଠ ସଦସ୍ୟ ରଜନୀକାନ୍ତ ଶତ୍ରୁଶଲ୍ୟ, ସନ୍ତୋଷ ମହାନ୍ତି, ଅନିରୁଦ୍ଧ ମିଶ୍ର, ବିଜୟ ରଣା, ଶୁଭଲକ୍ଷ୍ମୀ ବଳ, ରଂଜନ ରାୟ, ପ୍ରତାପ ପ୍ରଧାନ, ପ୍ରଫୁଲ୍ଲ କିଶୋର ସାହୁ, ଦେବୀ ପ୍ରସନ୍ନ ପାଣିଗ୍ରାହୀ ଏବଂ କ୍ରୀଡ଼ା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ମଳୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
The post ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା : ପ୍ୟାରିସ୍ ଅଭିଜ୍ଞତା ବାଣ୍ଟିଲେ ଅମିତ ଓ ସମ୍ବିତ୍ appeared first on KNews Odisha.