ସାଇନସ୍‌ ଇନ୍‌ଫେକସନ୍‌

ଋତୁ ପରିବର୍ତ୍ତନ କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ତାଲିକାରେ ଥଣ୍ଡା, ଜ୍ୱର ଭଳି ଅନେକ ରୋଗ ସାମିଲ ଅଛି । ସେଥିମଧ୍ୟରୁ ଗୋଟିଏ ହେଲା ସାଇନସ୍‌ ଇନ୍‌ଫେକସନ୍‌ । ଏହି ସମସ୍ୟା ପାଣିପାଗରେ ଘଟୁଥିବା ପରିବର୍ତ୍ତନ କାରଣରୁ ହୋଇଥାଏ । ଯେତେବେଳେ ଶିଶୁଟିର ବୟସ ବୃଦ୍ଧି ପାଏ, ସେତେବେଳେ ତାହାର ଶରୀରରେ ଅନେକ ପରିବର୍ତ୍ତନ ଆସେ । ଯେପରି ନାକର ହାଡ ବଢିବାକୁ ଆରମ୍ଭ କରିଥାଏ । ଏହା ଦ୍ୱାରା ବେଳେବେଳେ […]

ସାଇନସ୍‌ ଇନ୍‌ଫେକସନ୍‌
ସାଇନସ୍‌ ଇନ୍‌ଫେକସନ୍‌

ଋତୁ ପରିବର୍ତ୍ତନ କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ତାଲିକାରେ ଥଣ୍ଡା, ଜ୍ୱର ଭଳି ଅନେକ ରୋଗ ସାମିଲ ଅଛି । ସେଥିମଧ୍ୟରୁ ଗୋଟିଏ ହେଲା ସାଇନସ୍‌ ଇନ୍‌ଫେକସନ୍‌ । ଏହି ସମସ୍ୟା ପାଣିପାଗରେ ଘଟୁଥିବା ପରିବର୍ତ୍ତନ କାରଣରୁ ହୋଇଥାଏ । ଯେତେବେଳେ ଶିଶୁଟିର ବୟସ ବୃଦ୍ଧି ପାଏ, ସେତେବେଳେ ତାହାର ଶରୀରରେ ଅନେକ ପରିବର୍ତ୍ତନ ଆସେ । ଯେପରି ନାକର ହାଡ ବଢିବାକୁ ଆରମ୍ଭ କରିଥାଏ । ଏହା ଦ୍ୱାରା ବେଳେବେଳେ ନାକର ଉପରି ଭାଗରେ ଯନ୍ତ୍ରଣା ହୁଏ । ଏହାର ପ୍ରଭାବରେ ଥଣ୍ଡା ହେବା ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇଥାଏ । ଏହାକୁ ଡାକ୍ତରୀଭାଷାରେ ସାଇନସ୍‌ ଇନ୍‌ଫେସନ୍‌ ବା ସାଇନୋସାଇଟିସ୍‌ କୁହାଯାଏ । ତେବେ ଯଦି ଆପଣ ଏଭଳି ଲକ୍ଷଣ ନିଜ ପାଖରେ ଦେଖୁଛନ୍ତି ତେବେ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା କମରୁ ଆରମ୍ଭ ହୋଇ ଗୁରୁତର ହେବାର ସମ୍ଭାବନା ରହିଛି । ତେବେ ଏହାର କେତୋଟି ଘରୋଇ ଉପଚାର ମଧ୍ୟ ରହିଛ, ଯାହା ଦ୍ୱାରା କିଛି ଉପଶମ ମିଳିଥାଏ । ତେବେ ଏହି ଘରୋଇ ଉପଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।