ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି
କଟକ : ସାଇବର ଅପରାଧୀଙ୍କର ଏକ ନୂଆ ଧରଣର ଗତି ବିଧି ସାମ୍ନାକୁ ଆସିଛି। ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପ୍ରଚୁର ଅର୍ଥ ରାଶି ମିଳିବ କହି ଠକୁଛନ୍ତି ସାଇବର ଠକ । ଏଥିପାଇଁ ଫେସ୍ବୁକ୍ କୁ ଏକ ଭଲ ମାଧ୍ୟମ ଭାବରେ ବାଛିଛନ୍ତି ସାଇବର ଠକ। ବିହାର ନୱାଡ଼ା ଜିଲ୍ଲାରୁ ଏହି ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି । ଫେସ୍ବୁକ୍ରେ ମାଳମାଳ ଠକ ଦମ୍ପତିଙ୍କ ଭିଡିଓ ଛାଡୁଛନ୍ତି ସାଇବର ଅପରାଧୀ ଗ୍ୟାଙ୍ଗ । ମହିଳାଙ୍କୁ ଗର୍ଭବତୀ […] The post ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି appeared first on KNews Odisha.

କଟକ : ସାଇବର ଅପରାଧୀଙ୍କର ଏକ ନୂଆ ଧରଣର ଗତି ବିଧି ସାମ୍ନାକୁ ଆସିଛି। ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପ୍ରଚୁର ଅର୍ଥ ରାଶି ମିଳିବ କହି ଠକୁଛନ୍ତି ସାଇବର ଠକ । ଏଥିପାଇଁ ଫେସ୍ବୁକ୍ କୁ ଏକ ଭଲ ମାଧ୍ୟମ ଭାବରେ ବାଛିଛନ୍ତି ସାଇବର ଠକ। ବିହାର ନୱାଡ଼ା ଜିଲ୍ଲାରୁ ଏହି ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି ।
ଫେସ୍ବୁକ୍ରେ ମାଳମାଳ ଠକ ଦମ୍ପତିଙ୍କ ଭିଡିଓ ଛାଡୁଛନ୍ତି ସାଇବର ଅପରାଧୀ ଗ୍ୟାଙ୍ଗ । ମହିଳାଙ୍କୁ ଗର୍ଭବତୀ କରାଇବାକୁ ଏହି ବିଜ୍ଞାପନରେ ଉଲ୍ଲେଖ କରାଯାଉଛି । ଯଦି କେହି ପୁରୁଷ ଜଣେ ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇ ଦିଅନ୍ତି, ତେବେ ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା ଯାଏଁ ଅର୍ଥ ମିଳିବାର ପ୍ରତିଶ୍ରୁତି ଦିଆଯାଉଛି । ଏପରିକି ଜାଗା ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି ।
Also read: ଡିପ୍ଲୋମା ଇଞ୍ଜିନିୟର ହୋଇ ବି ଲୋକଙ୍କୁ ଠକୁଥିଲା, ଏବେ ସାଇବର ପୋଲିସ ହାତରେ ଧରା ପଡ଼ିଲା
The post ସାଇବର ଅପରାଧୀଙ୍କର ନୂଆ ଧରଣର ଠକେଇ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ମିଳିବ ପ୍ରଚୁର ଅର୍ଥ ରାଶି appeared first on KNews Odisha.