ସାଇବର ଠକାମୀର ଶିକାର ହେଲେ ଶିକ୍ଷୟତ୍ରୀ… ଫୋନପେ ରୁ ଗଲା ୭୫ ହଜାର..
ଲକ୍ଷ୍ମୀପୁର ୧୭/୦୭ ଲକ୍ଷ୍ମୀପୁର ବ୍ଲକ କରଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନମିତା ମିଣିଆକା ସାଇବାର ଠକାମୀ ର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟ ରୁ କିଛି ସାଇବର ଠକ ମିଛ ଶତ କହି ୭୫ ହଜାର ପାଞ୍ଚ ଶହ ଟଙ୍କା ଉଠାଇ ନେଇଛନ୍ତି।ସମସ୍ତ ଟଙ୍କା ନଅଟି ପର୍ଯାୟରେ ଫୋନ୍ଯା ପେ ଜରିଆରେ ନେଇଥିବା ଜଣା ପଡିଛି।ଏନେଇ ଶିକ୍ଷୟତ୍ରୀ ଜଣକ ଚିନ୍ତାରେ ପଡିଯାଇଥିଲେ।ପରେ ତାଙ୍କ ଶିକ୍ଷକ ତା କରୁଥିବା ସ୍ୱାମୀ ଅର୍ଜୁନ ହିମେରିକା ଜାଣିବା ପରେ ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ତ […] The post ସାଇବର ଠକାମୀର ଶିକାର ହେଲେ ଶିକ୍ଷୟତ୍ରୀ… ଫୋନପେ ରୁ ଗଲା ୭୫ ହଜାର.. appeared first on Odisha.News.

ଲକ୍ଷ୍ମୀପୁର ୧୭/୦୭ ଲକ୍ଷ୍ମୀପୁର ବ୍ଲକ କରଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନମିତା ମିଣିଆକା ସାଇବାର ଠକାମୀ ର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟ ରୁ କିଛି ସାଇବର ଠକ ମିଛ ଶତ କହି ୭୫ ହଜାର ପାଞ୍ଚ ଶହ ଟଙ୍କା ଉଠାଇ ନେଇଛନ୍ତି।ସମସ୍ତ ଟଙ୍କା ନଅଟି ପର୍ଯାୟରେ ଫୋନ୍ଯା ପେ ଜରିଆରେ ନେଇଥିବା ଜଣା ପଡିଛି।ଏନେଇ ଶିକ୍ଷୟତ୍ରୀ ଜଣକ ଚିନ୍ତାରେ ପଡିଯାଇଥିଲେ।ପରେ ତାଙ୍କ ଶିକ୍ଷକ ତା କରୁଥିବା ସ୍ୱାମୀ ଅର୍ଜୁନ ହିମେରିକା ଜାଣିବା ପରେ ଲକ୍ଷ୍ମୀପୁର ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିବା ବେଳେ ଲକ୍ଷ୍ମୀପୁର ପୋଲିସ ସାଇବର ଥାନା ରେ ଦ୍ୱାରସ୍ତ ହେବାକୁ କହିଥିଲେ । ସାଇବର ଥାନା ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।ଶିକ୍ଷୟତ୍ରୀ ଜଣକୁ କେବଳ ଗୋଟିଏ କଲ ଆସିଥିଲା, ଯେଉଁ ସମୟରେ ଶିକ୍ଷୟତ୍ରୀ ଜଣକ କ୍ଲାସ କରୁଥିଲେ, କଲ ରିସିଭ କରିବା ପରେ ଫୋନ୍ପ୍ର ନାଁ କାଟିକି ସେମିତି ରଖିଦେଇଥିବା ବେଳେ ଅଧ ଘଣ୍ଟା ଭିତରେ ୯ ଥର ଫୋନ୍ ପେ ରେ ସମସ୍ତ ୭୫ ହଜାର ଟଙ୍କା କଟିଯାଇଥିଲା। ସେ କୌଣସି ଓଟିପି ମଧ୍ୟ ଦେଇ ନଥିବା କହିଛନ୍ତି ଏମିତି ରେ ବ୍ୟାଙ୍କ ରେ ମଧ୍ୟ ଟଙ୍କା ରଖିବା କେତେ ସୁରକ୍ଷିତ ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି ଏହା ପୂର୍ବରୁ ପରଡିଗୁଡା ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ମହାପାତ୍ର ଗତ ଦୁଇମାସ ତଳେ ସାଇବର ଠକେଇରେ ୧୯ ହଜାର ଟଙ୍କା ହରେଇ ଥିବା ବେଳେ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି।ଘରେ ଟଙ୍କା ରଖିଲେ ଚୋର ଙ୍କ ଭୟ ଥିବା ବେଳେ ବ୍ୟାଙ୍କ ରେ ରଖିଲେ ଏମିତି ଠକେଇ ର ଶିକାର ହେଲେ ଲୋକେ ନିଜ କଷ୍ଟ ଅର୍ଜିତ ଟଙ୍କା କେଉଁ ଠି ରଖିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି।
The post ସାଇବର ଠକାମୀର ଶିକାର ହେଲେ ଶିକ୍ଷୟତ୍ରୀ… ଫୋନପେ ରୁ ଗଲା ୭୫ ହଜାର.. appeared first on Odisha.News.