ସାଉଥ୍ ଶାଢି
ଶାଢ଼ି ସର୍ବଦା ମହିଳାଙ୍କ ପ୍ରଥମ ପସନ୍ଦ ହୋଇାଥାଏ । ଶାଢ଼ିକୁ ଉଭୟ ଟ୍ରାଡିସ୍ନାଲ୍ ଓ ଓଷ୍ଟର୍ଣ୍ଣ ଷ୍ଟାଇଲ୍ରେ ପିନ୍ଧାଯାଇପାରିବ । ତେବେ ସାଉଥ୍ରେ ବା ଦକ୍ଷିଣ ରାଜ୍ୟମାନଙ୍କରେ ମିଳୁଥିବା ପାରମ୍ପରିକ ଶାଢ଼ି ସର୍ବଦା ଟ୍ରେଣ୍ଡରେ ରହିଆସୁଛି । ଦକ୍ଷିଣ ଭାରତୀୟ ଶାଢ଼ି ଦେଖିବା ପାଇଁ ଯେତିକି ସୁନ୍ଦର ପିନ୍ଧିବା ପାଇଁ ମଧ୍ୟ ସେତିକି ଆରାମଦାୟକ ହୋଇଥାଏ । ହେଲେ ଏହିପରି ଶାଢ଼ିର ମୂଲ୍ୟ ଟିକେ ଅଧିକ ଥାଏ । ସବୁବର୍ଗର ମହିଳା ସାଉଥ୍ ଶାଢ଼ିରେ ବେଶ୍ ଆକର୍ଷଣୀୟ […]

ଶାଢ଼ି ସର୍ବଦା ମହିଳାଙ୍କ ପ୍ରଥମ ପସନ୍ଦ ହୋଇାଥାଏ । ଶାଢ଼ିକୁ ଉଭୟ ଟ୍ରାଡିସ୍ନାଲ୍ ଓ ଓଷ୍ଟର୍ଣ୍ଣ ଷ୍ଟାଇଲ୍ରେ ପିନ୍ଧାଯାଇପାରିବ । ତେବେ ସାଉଥ୍ରେ ବା ଦକ୍ଷିଣ ରାଜ୍ୟମାନଙ୍କରେ ମିଳୁଥିବା ପାରମ୍ପରିକ ଶାଢ଼ି ସର୍ବଦା ଟ୍ରେଣ୍ଡରେ ରହିଆସୁଛି । ଦକ୍ଷିଣ ଭାରତୀୟ ଶାଢ଼ି ଦେଖିବା ପାଇଁ ଯେତିକି ସୁନ୍ଦର ପିନ୍ଧିବା ପାଇଁ ମଧ୍ୟ ସେତିକି ଆରାମଦାୟକ ହୋଇଥାଏ । ହେଲେ ଏହିପରି ଶାଢ଼ିର ମୂଲ୍ୟ ଟିକେ ଅଧିକ ଥାଏ । ସବୁବର୍ଗର ମହିଳା ସାଉଥ୍ ଶାଢ଼ିରେ ବେଶ୍ ଆକର୍ଷଣୀୟ ଲାଗିଥାନ୍ତି ।
କସାବୁ: ଧଳା ଓ କ୍ରିମ୍ ରଙ୍ଗ ମିଶା ସିମ୍ପଲ୍ କସାବୁ ଶାଢ଼ିର ଧଡ଼ିରେ ସୁନେଲି ରଙ୍ଗର ଜରି କାମ ହୋଇଥାଏ । ସିଲମ୍ପ ଦେଖାଯାଉଥିବା ଏହିପରି ଶାଢ଼ିରେ ହେଭି କାମ ହୋଇଥିବା ଗହଣା ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ । କେରଳର ମହିଳାମାନେ ବିଶେଷ କରି କସାବୁ ଶାଢ଼ି ପର୍ବପର୍ବାଣୀରେ ପିନ୍ଧିଥାନ୍ତି । ଏହିପରି ଶାଢ଼ିରେ ଫୁଲର ଗଜରା ବେଶ୍ ମାନିଥାଏ ।
ଗୋଲାଭାମା: ତେଲେଙ୍ଗାନାର ଗୋଲାଭାମା ହାତବୁଣା ଶାଢ଼ି ବିଶ୍ୱ ପ୍ରସିଦ୍ଧ । ଏହିପରି ଶାଢ଼ିରେ ମାଠିଆ ଧରି ଠିଆ ହୋଇଥିବା ମହିଳାର ଚିତ୍ର ବୁଣାଯାଏ । କର୍ଟନ୍ ହେଉ ଅବା ସିଲ୍କ ସବୁ ଫେବ୍ରିକ୍ରେ ଆଜିକାଲି ଏହିପରି ଶାଢ଼ି ବଜାରରେ ମିଳୁଛି । ଲମ୍ବା ହାର ଏହିପରି ଶାଢ଼ିକୁ ବେଶ୍ ମାନିଥାଏ । ବିଭିନ୍ନ ରଙ୍ଗରେ ମିଳୁଥିବା ଏହି ଶାଢ଼ି କ୍ଲାସି ଲୁକ୍ ପ୍ରଦାନ କରେ ।

ଗଡ଼ଓ୍ୱାଲ୍: ବିଶେଷ କରି ଆନ୍ଧ୍ରପ୍ରଦେଶରେ ପିନ୍ଧାଯାଉଥିବା ଗଡ଼ଓ୍ୱାଲ୍ ଶାଢ଼ି ବେଶ୍ ଟ୍ରେଣ୍ଡରେ ରହିଛି । କର୍ଟନ ସୂତା ସହିତ ମାଲ୍ବେରୀ କିମ୍ବା ଟସର ସିଲ୍କ ମିଶାଯାଇ ଏହି ଶାଢ଼ିକୁ ପ୍ରସ୍ତୁତ କରାଯାଇଥାଏ । କଣ୍ଟ୍ରାଷ୍ଟ କଲର୍ ଥିବା ଏହି ଶାଢ଼ିରେ ସବୁ ପ୍ରକାର ଗହଣା ମାନିଥାଏ । ଯେପରି ମାଳି ବା ମୋତି, ସୁନା ବା ମେଟାଲ୍ ଗହଣା ଏହିପରି ଶାଢ଼ିକୁ ମାନିଥାଏ । ଅତ୍ୟଧିକ ପତଳା ଓ ପ୍ଲସ୍ ସାଇଜ୍ର ମହିଳା ସମସ୍ତେ ଏହି ଶାଢ଼ିରେ ସୁନ୍ଦର ଲାଗିଥାନ୍ତି ।
ମୈସୂର ସିଲ୍କ: ମୈସୂର ସିଲ୍କ ଶାଢ଼ିର ଚାହିଦା ଦେଶ ସହିତ ବିଦେଶରେ ମଧ୍ୟ ରହିଛି । ଏହିପରି ଶାଢ଼ିର ବର୍ଡର ବହୁତ ଚଉଡ଼ା ରହିଥାଏ । ହେଭି ଦେଖାଯାଉଥିବା ଏହି ଶାଢ଼ି ବାସ୍ତବରେ ପିନ୍ଧିବା ପାଇଁ ବେଶ୍ ହାଲୁକା ଓ ଆରମଦାୟକ । କର୍ଣ୍ଣାଟକର ମହିଳାମାନେ ବିଶେଷ କରି ବିବାହ ଓ ପାରମ୍ପରିକ କାର୍ଯ୍ୟକ୍ରମମାନଙ୍କରେ ପିନ୍ଧିବାକୁ ପସନ୍ଦ କରିଥାନ୍ତି ।
ପୋଚମପଲ୍ଲୀ ରେଶମ: ଆନ୍ଧ୍ରପ୍ରଦେଶରେ ପୋଚମପଲ୍ଳୀ ରେଶମ ଶାଢ଼ି ବେଶ୍ ଟ୍ରେଣ୍ଡରେ ରହିଛି । ପୋଚମପଲ୍ଲୀ ରେଶମ ରଙ୍ଗୀନ୍ ଶାଢ଼ି ଗ୍ରେସ୍ଫୁଲ୍ ଓ ଏଲିଗାଣ୍ଟ ଲୁକ୍ ପ୍ରଦାନ କରେ । ବିବାହ କାର୍ଯ୍ୟକ୍ରମାନଙ୍କରେ ଏହିପରି ଶାଢ଼ି ବେଶ୍ୟୁନିକ୍ ଲୁକ୍ ପ୍ରଦାନ କରେ । ସବୁପ୍ରକାର ଗହଣା ଏହି ଶାଢ଼ିକୁ ବେଶ୍ ଭଲ ମାନିଥାଏ । ଏହା ପିନ୍ଧିବାକୁ ନରମ ଓ ଆରାମଦାୟକ ହୋଇଥାଏ ।
କାଞ୍ଚିପୁରମ୍: ମହିଳାମାନଙ୍କ ମଧ୍ୟରେ କାଞ୍ଚିପୁରମ୍ ସିଲ୍କ ଶାଢ଼ି ବେଶ୍ ଟ୍ରେଣ୍ଡରେ ରହିଛି । ଏହା ତାମିଲନାଡ଼ୁର ପାରମ୍ପରିକ ଶାଢ଼ି । ଏହୋ ଦେଖିବାକୁ ଯେତିକି ସୁନ୍ଦର ଏହାର ମୂଲ୍ୟ ମଧ୍ୟ ସେତିକି ଅଧିକ । ଏହିପରି ଶାଢ଼ିରେ କେବଳ ଗୋଲେ୍ଡନ୍ ଗହଣା ହିଁ ଆକର୍ଷଣୀୟ ଲାଗେ । ଏହାକୁ ପିନ୍ଧିଲେ ଏକ ରୟାଲ୍ ଲୁକ୍ ମିଳିଥାଏ ।