ସାଉଥ୍ର ନମ୍ବର-୧ ଅଭିନେତା, କୋଟି କୋଟି ଟଙ୍କାର ପିନ୍ଧନ୍ତି ଘଣ୍ଟା
ନୂଆଦିଲ୍ଲୀ ୨୫।୦୪: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି । ଏଥିରେ ରହିଛନ୍ତି ଅନେକ ନାମୀଦାମୀ କଳାକାର । ଏମାନେ ନିଜର ଲଗଜୁରୀ ଲାଇଫ୍ ଷ୍ଟାଇଲ୍କୁ ନେଇ ଖୁବ୍ ପରିଚିତ । ଏହି ଷ୍ଟାର ତାରକା ବଡ ବଡ ବ୍ରାଣ୍ଡର ଜିନିଷ ପିନ୍ଧନ୍ତି । କିଏ ନାମୀଦାମୀ ବ୍ରାଣ୍ଡର ପୋଷାକ ପିନ୍ଧିବାକୁ ଭଲପାଆନ୍ତି ତ, ଆଉ କେହି ମହଙ୍ଗା ଚଷମା ପିନ୍ଧିବାକୁ ପସନ୍ଦ କରିନ୍ତି । କିନ୍ତୁ ସାଉଥ୍ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏକି ମହଙ୍ଗା ଘଣ୍ଟାର ସଉକ୍ ରଖିଥାନ୍ତି । ତାଙ୍କର ଏପରି ଏକ ଘଣ୍ଟା ରହିଛି ଯେଉଁଥିରେ ଦୁଇଟି ବଡ ବଙ୍ଗଳା କିଣି ହେବ । ଏହି ଅଭିନେତା ହେଉଛନ୍ତି ଜୁନିୟର୍ NTR । ନିକଟରେ ସେ ଏକ ଦାମୀ ଘଣ୍ଟା ପିନ୍ଧିଥିବା ଆସିଥିଲେ ନଜର । ଓସ୍କାର ବିଜେତା ଫିଲ୍ମ ‘RRR’ ର ଷ୍ଟାର ଅଭିନେତା ଜୁନିଅର NTR ଅନ୍ୟ ଷ୍ଟାରଙ୍କ ତୁଳନାରେ ବହୁତ ଦାମୀ ଘଣ୍ଟା ପିନ୍ଧନ୍ତି । ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ଦେଖିବାକୁ ମିଳିଛି ତାଙ୍କ ହାତରେ ଦାମୀ କମ୍ପାନୀର ରିଚାର୍ଡ ମିଲ୍ ଘଣ୍ଟା। NTR ଗ୍ରେ ଆଣ୍ଡ ଗାବାନା ସାର୍ଟ, ବ୍ଲାକ୍ କ୍ୟାପ୍, ଚଷମା ଏବଂ ଏକ ରିଚାର୍ଡ ମିଲି ଘଣ୍ଟା ପିନ୍ଧିଥିବାର ନଜର ଆସିଥିଲେ । ଯାହାର ଦାମ୍ ପ୍ରାୟ ୯ କୋଟି ଟଙ୍କା । ରିପୋର୍ଟ ଅନୁଯାୟୀ ଜୁନିଅର NTR ପୂର୍ବରୁ ୧ କୋଟି ୩୭ ଲକ୍ଷ ଟଙ୍କା ମୂଲ୍ୟର ଏକ ପ୍ରିମିୟମ ଘଣ୍ଟା ପିନ୍ଧିଥିବାର ଦେଖାଯାଇଥିଲେ। ଯାହା ପାଟେକ୍ ଫିଲିପେ ବ୍ରା
ନୂଆଦିଲ୍ଲୀ ୨୫।୦୪: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି । ଏଥିରେ ରହିଛନ୍ତି ଅନେକ ନାମୀଦାମୀ କଳାକାର । ଏମାନେ ନିଜର ଲଗଜୁରୀ ଲାଇଫ୍ ଷ୍ଟାଇଲ୍କୁ ନେଇ ଖୁବ୍ ପରିଚିତ । ଏହି ଷ୍ଟାର ତାରକା ବଡ ବଡ ବ୍ରାଣ୍ଡର ଜିନିଷ ପିନ୍ଧନ୍ତି । କିଏ ନାମୀଦାମୀ ବ୍ରାଣ୍ଡର ପୋଷାକ ପିନ୍ଧିବାକୁ ଭଲପାଆନ୍ତି ତ, ଆଉ କେହି ମହଙ୍ଗା ଚଷମା ପିନ୍ଧିବାକୁ ପସନ୍ଦ କରିନ୍ତି ।

କିନ୍ତୁ ସାଉଥ୍ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏକି ମହଙ୍ଗା ଘଣ୍ଟାର ସଉକ୍ ରଖିଥାନ୍ତି । ତାଙ୍କର ଏପରି ଏକ ଘଣ୍ଟା ରହିଛି ଯେଉଁଥିରେ ଦୁଇଟି ବଡ ବଙ୍ଗଳା କିଣି ହେବ । ଏହି ଅଭିନେତା ହେଉଛନ୍ତି ଜୁନିୟର୍ NTR । ନିକଟରେ ସେ ଏକ ଦାମୀ ଘଣ୍ଟା ପିନ୍ଧିଥିବା ଆସିଥିଲେ ନଜର । ଓସ୍କାର ବିଜେତା ଫିଲ୍ମ ‘RRR’ ର ଷ୍ଟାର ଅଭିନେତା ଜୁନିଅର NTR ଅନ୍ୟ ଷ୍ଟାରଙ୍କ ତୁଳନାରେ ବହୁତ ଦାମୀ ଘଣ୍ଟା ପିନ୍ଧନ୍ତି ।

ନିକଟରେ ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ। ଏହି ସମୟରେ ଦେଖିବାକୁ ମିଳିଛି ତାଙ୍କ ହାତରେ ଦାମୀ କମ୍ପାନୀର ରିଚାର୍ଡ ମିଲ୍ ଘଣ୍ଟା। NTR ଗ୍ରେ ଆଣ୍ଡ ଗାବାନା ସାର୍ଟ, ବ୍ଲାକ୍ କ୍ୟାପ୍, ଚଷମା ଏବଂ ଏକ ରିଚାର୍ଡ ମିଲି ଘଣ୍ଟା ପିନ୍ଧିଥିବାର ନଜର ଆସିଥିଲେ । ଯାହାର ଦାମ୍ ପ୍ରାୟ ୯ କୋଟି ଟଙ୍କା । ରିପୋର୍ଟ ଅନୁଯାୟୀ ଜୁନିଅର NTR ପୂର୍ବରୁ ୧ କୋଟି ୩୭ ଲକ୍ଷ ଟଙ୍କା ମୂଲ୍ୟର ଏକ ପ୍ରିମିୟମ ଘଣ୍ଟା ପିନ୍ଧିଥିବାର ଦେଖାଯାଇଥିଲେ। ଯାହା ପାଟେକ୍ ଫିଲିପେ ବ୍ରାଣ୍ଡର ଥିଲା ।

କେବଳ ବ୍ରାଣ୍ଡେଡ୍ ଘଣ୍ଟା ନୁହେଁ, ଲଗଜୁରୀ କାର୍ର ସଉକ୍ ରଖନ୍ତି ଜୁନିଅର NTR । ତାଙ୍କ କାର୍ କଲେକ୍ସନ୍ରେ ଲମ୍ବୋର୍ଗିନି ଉରୁସ୍ ଠାରୁ ପୋର୍ଚେ ପର୍ଯ୍ୟନ୍ତ ଅନେକ କାର୍ ରହିଛି । ଏହାବ୍ୟତୀତ ତାଙ୍କ ପାଖରେ ମର୍ସିଡିଜ୍-ବେଞ୍ଜ୍ ଜିଏଲ୍ଏସ୍, ରେଞ୍ଜ ରୋଭର ଭୋଗ ଏବଂ ବିଏମଡବ୍ଲୁ 7-ସିରିଜ ମଧ୍ୟ ଅଛି। ତେବେ ଜୁନିଅର ଏନଟିଆରଙ୍କର ମୋଟ ସମ୍ପତ୍ତି ହେଉଛି ୫୭୧ କୋଟିରୁ ଅଧିକ।

ପୂର୍ବରୁ ଅଭିନେତା ଗୋଟିଏ ଫିଲ୍ମ ପାଇଁ ୪୦ କୋଟି ଟଙ୍କା ନେଉଥିଲେ । କିନ୍ତୁ RRRର ସଫଳତା ପରେ ତାଙ୍କର ପାରିଶ୍ରମିକ ବୃଦ୍ଧି ପାଇଛି। ବର୍ତ୍ତମାନ ଷ୍ଟାର ଗୋଟିଏ ଫିଲ୍ମ ପାଇଁ ୫୦ ରୁ ୧୦୦ କୋଟି ଟଙ୍କା ଆଦାୟ କରୁଛନ୍ତି । ତେବେ ଅଭିନେତାଙ୍କ ପରିବାର କଥା କହିବାକୁ ଗଲେ ତାଙ୍କ ପତ୍ନୀ ମଧ୍ୟ ଏକ ଧନୀ ପରିବାରରୁ ଆସିଛନ୍ତି । ସେ ଲକ୍ଷ୍ମୀ ପ୍ରଣଥୀଙ୍କୁ ବିବାହ କରିଛନ୍ତି । ଯିଏକି ରିଅଲଟର୍ ତଥା ବ୍ୟବସାୟୀ ନର୍ନେ ଶ୍ରୀନିବାସ ରାଓଙ୍କ ଝିଅ ଅଟନ୍ତି । ଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ଝିଆରୀ।