ସାଉଦି ଆରବର ଚେତାବନୀ ପରେ ୪୩୦୦ ଭିକାରୀଙ୍କ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସାରା ଦୁନିଆରେ, ଆତଙ୍କବାଦୀ, ଗଧ ଓ ଭିକାରି ରପ୍ତାନୀ କରିବାରେ ଫେମସ। ପାକିସ୍ତାନରେ ଭିକାରୀଙ୍କ ସମସ୍ୟା ଏତେ ଯେ ଭିକାରୀ ରପ୍ତାନୀ ନେଇ କିଛି ମଧ୍ୟପ୍ରାଚ୍ୟ ଦେଶ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆଉ ଏହି ଚେତାବାନୀ ପରେ ପାକିସ୍ତାନ ନିଜ ଦେଶର ୪,୩୦୦ ଭିକାରୀଙ୍କ ପାଇଁ ବିମାନ ଯାତ୍ରା ମନା କରିଦେଇଛି। ଏମାନଙ୍କୁ ଏକ୍‌ଜିଟ କଣ୍ଟ୍ରୋଲ ଲିଷ୍ଟ(ଇସିଏଲ୍)ରେ ପକାଇ ଦିଆଯାଇଛି। ଫଳରେ ଏମାନେ ଆଉ ପାକିସ୍ତାନ ଛାଡ଼ି ସାଉଦି ଆରବ ଯାଇପାରିବେ ନାହିଁ, କି ସେଠାରେ ଭିକ ମାଗି ଦେଶର ନାଁ ବଦନାମ କରିବେ ନାହିଁ। ସେପ୍ଟେମ୍ବର ମାସରେ ସାଉଦି ଆରବ ପାକିସ୍ତାନକୁ ଏକ ଚେତାବନୀ ଦେଇଥିଲେ। ଭିକାରୀମାନେ ହଜ୍ ଓ ଉମରା ଭିଜାର ଦୁରୁପଯୋଗ କରି ପବିତ୍ର ସହ ମକ୍କା ମଦିନାରେ ପହଞ୍ଚି ଭିକ ମାଗୁଛନ୍ତି। ତୁରନ୍ତ ଏହାକୁ ରୋକିବାକୁ ସାଉଦି ଆରବ ପାକିସ୍ତାନକୁ ଚେତବନୀ ଦେଇଥିଲା। ଏହାପରେ ପାକିସ୍ତାନ ଭିକାରୀମାନଙ୍କ ଭିଜା ଉପରେ ପ୍ରତିବନ୍ଧକ ଲଗାଇଛି। ଏ ସମ୍ପର୍କରେ ପାକିସ୍ତାନ ଇଣ୍ଟରିୟର ମନ୍ତ୍ରୀ ମୋହସୀନ ରାଜା ନାକଭୀ ବୁଧବାର ସାଉଦି ଆରବର ଡେପୁଟି ଇଣ୍ଟରିୟର ମନ୍ତ୍ରୀ ନାସେର ବିନ ଅବଦୁଲାଜିଜ ଅଲ ଦାଉଦଙ୍କୁ ଅବଗତ କରାଇଚନ୍ତି। ସାଉଦି ଆରବକୁ ଭିକାରୀ ପଠାଇବାରେ ମାଫିଆ ସାମିଲ ଅଛନ୍ତି ବୋଲି ପାକିସ୍ତାନ ମନ୍ତ୍ରୀ କହିଛନ୍ତି। ସାଉଦି ଆରବ ଯାଉଥିବା ଭିକାରୀଙ୍କ ପାଇଁ ପାକିସ୍ତାନ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ବୋଲ

ସାଉଦି ଆରବର ଚେତାବନୀ ପରେ ୪୩୦୦ ଭିକାରୀଙ୍କ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ସାରା ଦୁନିଆରେ, ଆତଙ୍କବାଦୀ, ଗଧ ଓ ଭିକାରି ରପ୍ତାନୀ କରିବାରେ ଫେମସ। ପାକିସ୍ତାନରେ ଭିକାରୀଙ୍କ ସମସ୍ୟା ଏତେ ଯେ ଭିକାରୀ ରପ୍ତାନୀ ନେଇ କିଛି ମଧ୍ୟପ୍ରାଚ୍ୟ ଦେଶ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଆଉ ଏହି ଚେତାବାନୀ ପରେ ପାକିସ୍ତାନ ନିଜ ଦେଶର ୪,୩୦୦ ଭିକାରୀଙ୍କ ପାଇଁ ବିମାନ ଯାତ୍ରା ମନା କରିଦେଇଛି। ଏମାନଙ୍କୁ ଏକ୍‌ଜିଟ କଣ୍ଟ୍ରୋଲ ଲିଷ୍ଟ(ଇସିଏଲ୍)ରେ ପକାଇ ଦିଆଯାଇଛି। ଫଳରେ ଏମାନେ ଆଉ ପାକିସ୍ତାନ ଛାଡ଼ି ସାଉଦି ଆରବ ଯାଇପାରିବେ ନାହିଁ, କି ସେଠାରେ ଭିକ ମାଗି ଦେଶର ନାଁ ବଦନାମ କରିବେ ନାହିଁ। 

ସେପ୍ଟେମ୍ବର ମାସରେ ସାଉଦି ଆରବ ପାକିସ୍ତାନକୁ ଏକ ଚେତାବନୀ ଦେଇଥିଲେ। ଭିକାରୀମାନେ ହଜ୍ ଓ ଉମରା ଭିଜାର ଦୁରୁପଯୋଗ କରି ପବିତ୍ର ସହ ମକ୍କା ମଦିନାରେ ପହଞ୍ଚି ଭିକ ମାଗୁଛନ୍ତି। ତୁରନ୍ତ ଏହାକୁ ରୋକିବାକୁ ସାଉଦି ଆରବ ପାକିସ୍ତାନକୁ ଚେତବନୀ ଦେଇଥିଲା। ଏହାପରେ ପାକିସ୍ତାନ ଭିକାରୀମାନଙ୍କ ଭିଜା ଉପରେ ପ୍ରତିବନ୍ଧକ ଲଗାଇଛି। 

ଏ ସମ୍ପର୍କରେ ପାକିସ୍ତାନ ଇଣ୍ଟରିୟର ମନ୍ତ୍ରୀ ମୋହସୀନ ରାଜା ନାକଭୀ ବୁଧବାର ସାଉଦି ଆରବର ଡେପୁଟି ଇଣ୍ଟରିୟର ମନ୍ତ୍ରୀ ନାସେର ବିନ ଅବଦୁଲାଜିଜ ଅଲ ଦାଉଦଙ୍କୁ ଅବଗତ କରାଇଚନ୍ତି। ସାଉଦି ଆରବକୁ ଭିକାରୀ ପଠାଇବାରେ ମାଫିଆ ସାମିଲ ଅଛନ୍ତି ବୋଲି ପାକିସ୍ତାନ ମନ୍ତ୍ରୀ କହିଛନ୍ତି। ସାଉଦି ଆରବ ଯାଉଥିବା ଭିକାରୀଙ୍କ ପାଇଁ ପାକିସ୍ତାନ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ବୋଲି ପାକିସ୍ତାନ କହିଛି। 

ସାଉଦି ଆରବ ରାସ୍ତାରେ ବିଶେଷ କରି ମକ୍କା, ମଦିନା ଏବଂ ଜେଦା ସହରରେ ପାକିସ୍ତାନୀ ଭିକାରୀଙ୍କ ଭିଡ଼ ଜମିବା ଏକ ସାଧାରଣ କଥା, ଯାହା ସାଉଦି ଆରବ ପାଇଁ ଚିନ୍ତାର କାରଣ ପାଲିଟିଛି। ପାକିସ୍ତାନ ଭୟଙ୍କର ଦରଦାମ ବୃଦ୍ଧି ଆର୍ଥିକ ଅବସ୍ଥା ଖରାପ ହେବା ଯୋଗୁ ଦେଶର ନାଗରିକମାନେ ଭିକ୍ଷା ମାଗିବା ପାଇଁ ସାଉଦି ଆରବ ସମେତ ପଶ୍ଚିମ ଏସୀୟ ଦେଶକୁ ଯାତ୍ରା କରୁଥିବା ଜଣା ପଡିଛି। ଅନେକ ଲୋକ ହଜ୍ ଏବଂ ଉମ୍ରା ଭିସା ଉପରେ ସାଉଦି ଆରବରେ ପ୍ରବେଶ କରି ଭିକ ମାଗୁଛନ୍ତି। 

ଏନେଇ ପାକିସ୍ତାନ ମଧ୍ୟ ଖୁବ ଚିନ୍ତାରେ ରହିଛି। ମକ୍କାର ବଡ଼ ମସଜିଦ ଭିତରେ ଗିରଫ ହୋଇଥିବା ୯୦ ପ୍ରତିଶତ ପକେଟମାର ହେଉଛି ପାକିସ୍ତାନର ବୋଲି ୨୦୨୩ରେ ତତ୍‌କାଳୀନ ବିଦେଶୀ ପାକିସ୍ତାନୀଙ୍କ ସେକ୍ରେଟାରୀ ଜୀଶନ ଖାନଜାଦା କହିଥିଲେ।

ସାଉଦି ଆରବର ନିୟମ ଅନୁଯାୟୀ, ଯେ କୌଣସି ରୂପରେ, ଯେକୌଣସି ଉଦ୍ଦେଶ୍ୟରେ ଭିକ ମାଗିବା ଏକ ଅପରାଧ ବୋଲି ବିବେଚନା କରାଯାଏ। ଭିକ ମାଗିବାରେ ନିୟୋଜିତ ଥିବା କିମ୍ବା ଏହାକୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ୬ ମାସ କାରାଦଣ୍ଡ  ସହିତ ୫୦ ହଜାର ରିୟାଲ ପର୍ଯ୍ୟନ୍ତ ଜରିମାନା କରାଯାଇଥାଏ। ଏହି କାରଣରୁ ଏକାଧିକ ପାକିସ୍ତାନୀ ସାଉଦିଆରବର ଜେଲ୍‌ରେ ବନ୍ଦୀ ରହିଛନ୍ତି।