ସାଉଦୀ ଆରବରେ ଆଉ ୨ ପାକିସ୍ତାନୀଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ, ଜାଣନ୍ତୁ ବର୍ଷକରେ ଦଣ୍ଡ ପାଇଲେଣି କେତେ?

ରିୟାଦ ୧୯।୭: ସାଉଦୀ ଆରବ ଆନ୍ତରିକ ମନ୍ତ୍ରାଳୟ ଦେଶରେ ମାଦକ ପଦାର୍ଥ ତସ୍କରୀର ଦୁଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା କହିଛନ୍ତି। ଏକ ହିସାବ ଅନୁସାରେ କେବଳ ଚଳିତବର୍ଷ ଏପର୍ଯ୍ୟନ୍ତ ଦେଶରେ ମୃତ୍ୟୁଦାଣ୍ଡାଦେଶ ପାଇଥିବା ଲୋକଙ୍କ ସଂଖ୍ୟା ୧୦୬କୁ ପହଞ୍ଚିଛି, ଯେଉଁମାନଙ୍କ ମଧ୍ୟରେ ୭ ଜଣ ପାକିସ୍ତାନୀ ଅଛନ୍ତି। ମାନବାଧିକାର ସଙ୍ଗଠନଙ୍କ ହିସାବ ଅନୁସାରେ ଚଳିତବର୍ଷ ଯେଉଁମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ସେମାନଙ୍କ ମଧ୍ୟରେ ୭୮ ସାଉଦୀ ନାଗରିକ ହୋଇଥିବା ବେଳେ ୮ ୟେମେନ, ୫ ଇଥିଓପିୟା, ୭ ପାକିସ୍ତାନୀ, ୩ ସିରିଆ ଓ ଶ୍ରୀଲଙ୍କା, ନାଇଜେରିଆ, ଜୋର୍ଡାନ, ଭାରତ ଏବଂ ସୁଦାନର ଜଣେ ଲେଖାଏଁ ନାଗରିକ ଅଛନ୍ତି। ସାଉଦୀ ପ୍ରେସ ଏଜେନ୍ସୀ ମନ୍ତ୍ରାଳୟ ଘୋଷଣାର ସୂଚନା ଦେଇ କହିଛି ଯେ ଜଣେ ସାଉଦୀ ନାଗରିକକୁ ମେଫଟାମାଇନ ଓ ଆଉଜଣକୁ ହେରୋଇନ ତସ୍କରୀ ନିମନ୍ତେ ମକ୍କାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ସାଉଦୀ ଅଧିକାରୀମାନେ ୨୦୨୨ ଶେଷରେ ମାଦକ ପଦାର୍ଥ ସମ୍ପର୍କିତ ଅପରାଧ ନିମନ୍ତେ ପୁଣି ଥରେ ଦେଶରେ ମୃତ୍ୟୁଦଣ୍ଡ ଆରମ୍ଭ କରିଛନ୍ତି।  ଅଧିକାରୀକ ତଥ୍ୟ ଅନୁସାରେ ଚଲିତବର୍ଷ ରୁଜୁ ହୋଇଥିବା ୧୦୬ ମାମଲାରୁ ୭ ମୃତ୍ୟୁଦଣ୍ଡ ମାଦକ ଦ୍ରବ୍ୟ ସମ୍ପର୍କିତ ଅପରାଧ ନିମନ୍ତେ ଦିଆଯାଇଛି। ୨୦୨୩ ମସିହାରେ ଅଧିକାରୀମାନେ ଆତଙ୍କବାଦ ସମ୍ପର୍କିତ ଅପରାଧ ନିମନ୍ତେ ୩୩ ଅଭିଯୁକ୍ତଙ୍କ ସମେତ ୧୭୦  ଜଣଙ୍କୁ ମୃତ୍ୟୁଦଣ୍ଡ ଦେ

ସାଉଦୀ ଆରବରେ ଆଉ ୨ ପାକିସ୍ତାନୀଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ, ଜାଣନ୍ତୁ ବର୍ଷକରେ ଦଣ୍ଡ ପାଇଲେଣି କେତେ?

ରିୟାଦ ୧୯।୭: ସାଉଦୀ ଆରବ ଆନ୍ତରିକ ମନ୍ତ୍ରାଳୟ ଦେଶରେ ମାଦକ ପଦାର୍ଥ ତସ୍କରୀର ଦୁଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା କହିଛନ୍ତି। ଏକ ହିସାବ ଅନୁସାରେ କେବଳ ଚଳିତବର୍ଷ ଏପର୍ଯ୍ୟନ୍ତ ଦେଶରେ ମୃତ୍ୟୁଦାଣ୍ଡାଦେଶ ପାଇଥିବା ଲୋକଙ୍କ ସଂଖ୍ୟା ୧୦୬କୁ ପହଞ୍ଚିଛି, ଯେଉଁମାନଙ୍କ ମଧ୍ୟରେ ୭ ଜଣ ପାକିସ୍ତାନୀ ଅଛନ୍ତି। ମାନବାଧିକାର ସଙ୍ଗଠନଙ୍କ ହିସାବ ଅନୁସାରେ ଚଳିତବର୍ଷ ଯେଉଁମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ସେମାନଙ୍କ ମଧ୍ୟରେ ୭୮ ସାଉଦୀ ନାଗରିକ ହୋଇଥିବା ବେଳେ ୮ ୟେମେନ, ୫ ଇଥିଓପିୟା, ୭ ପାକିସ୍ତାନୀ, ୩ ସିରିଆ ଓ ଶ୍ରୀଲଙ୍କା, ନାଇଜେରିଆ, ଜୋର୍ଡାନ, ଭାରତ ଏବଂ ସୁଦାନର ଜଣେ ଲେଖାଏଁ ନାଗରିକ ଅଛନ୍ତି। 

ସାଉଦୀ ପ୍ରେସ ଏଜେନ୍ସୀ ମନ୍ତ୍ରାଳୟ ଘୋଷଣାର ସୂଚନା ଦେଇ କହିଛି ଯେ ଜଣେ ସାଉଦୀ ନାଗରିକକୁ ମେଫଟାମାଇନ ଓ ଆଉଜଣକୁ ହେରୋଇନ ତସ୍କରୀ ନିମନ୍ତେ ମକ୍କାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ସାଉଦୀ ଅଧିକାରୀମାନେ ୨୦୨୨ ଶେଷରେ ମାଦକ ପଦାର୍ଥ ସମ୍ପର୍କିତ ଅପରାଧ ନିମନ୍ତେ ପୁଣି ଥରେ ଦେଶରେ ମୃତ୍ୟୁଦଣ୍ଡ ଆରମ୍ଭ କରିଛନ୍ତି।  ଅଧିକାରୀକ ତଥ୍ୟ ଅନୁସାରେ ଚଲିତବର୍ଷ ରୁଜୁ ହୋଇଥିବା ୧୦୬ ମାମଲାରୁ ୭ ମୃତ୍ୟୁଦଣ୍ଡ ମାଦକ ଦ୍ରବ୍ୟ ସମ୍ପର୍କିତ ଅପରାଧ ନିମନ୍ତେ ଦିଆଯାଇଛି। 

୨୦୨୩ ମସିହାରେ ଅଧିକାରୀମାନେ ଆତଙ୍କବାଦ ସମ୍ପର୍କିତ ଅପରାଧ ନିମନ୍ତେ ୩୩ ଅଭିଯୁକ୍ତଙ୍କ ସମେତ ୧୭୦  ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ବର୍ଲିନସ୍ଥିତ ୟୁରୋପୀୟ-ସାଉଦୀ ମାନବାଧିକାର ସଙ୍ଗଠନ ଏଥି ପାଇଁ ସାଉଦୀ ଆରବକୁ ନିନ୍ଦା କରିଥିବା ବେଳେ ପାଖାପାଖି ପ୍ରତି ଦୁଇ ଦିନରେ ଜଣେ ବ୍ୟକ୍ତିଙ୍କୁ ହତ୍ୟାକରାଯାଇଥିବା କହିଛି। ମୁଣ୍ଡକାଟ ଲାଗି କୁଖ୍ୟାତ ଏହି ଦେଶ ମାର୍ଚ୍ଚ ୨୦୨୨ ରେ ଗୋଟିଏ ଦିନରେ ୮୧ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରି ସାରା ବିଶ୍ୱରେ ନିନ୍ଦାର ଲହର ସୃଷ୍ଟି କରିଥିଲା। ତେବେ ଅଧିକାରୀମାନେ ଏହି ଦଣ୍ଡ ସରିୟା ଆଇନ ଅନୁକୂଳ ଓ ସାର୍ବଜନିକ ବ୍ୟବସ୍ଥା କାୟମ ରଖିବାକୁ ଜରୁରି ବୋଲି କହିଥିଲେ।