ସାଙ୍ଗକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡି ଚାଲିଗଲା ସାଙ୍ଗର ଜୀବନ
ଯାଜପୁର : ଆଜିକାଲି ସାଙ୍ଗ ସାଙ୍ଗ ଭିତରେ କେତେ ଶତୃତା ହେଉଛି ଜଣେ ଅନ୍ୟ ଜଣକର ଜୀବନ ବି ନେବାକୁ ପଛାଉ ନାହାଁନ୍ତି । କିନ୍ତୁ ଏହି ଘଟଣାରେ ସାଙ୍ଗ ପାଇଁ ଜୀବନ ଦେଇ ପ୍ରକୃତ ସାଙ୍ଗର ଉଦାହରଣ ସୃଷ୍ଟି କରିଛନ୍ତି ଛାତ୍ର ଜଣକ । ନଦୀରେ ଗାଧୋଇବା ଦୁଇ ବନ୍ଧୁଙ୍କ ପାଇଁ ହେଲା କାଳ । ଯାଜପୁର ଜିଲ୍ଲା ବ୍ରହ୍ମବରଦା ସେତୁ ନିକଟରେ କେଡ଼େ ଖୁସିରେ ଗତକାଲି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା […] The post ସାଙ୍ଗକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡି ଚାଲିଗଲା ସାଙ୍ଗର ଜୀବନ appeared first on KNews Odisha.

ଯାଜପୁର : ଆଜିକାଲି ସାଙ୍ଗ ସାଙ୍ଗ ଭିତରେ କେତେ ଶତୃତା ହେଉଛି ଜଣେ ଅନ୍ୟ ଜଣକର ଜୀବନ ବି ନେବାକୁ ପଛାଉ ନାହାଁନ୍ତି । କିନ୍ତୁ ଏହି ଘଟଣାରେ ସାଙ୍ଗ ପାଇଁ ଜୀବନ ଦେଇ ପ୍ରକୃତ ସାଙ୍ଗର ଉଦାହରଣ ସୃଷ୍ଟି କରିଛନ୍ତି ଛାତ୍ର ଜଣକ । ନଦୀରେ ଗାଧୋଇବା ଦୁଇ ବନ୍ଧୁଙ୍କ ପାଇଁ ହେଲା କାଳ । ଯାଜପୁର ଜିଲ୍ଲା ବ୍ରହ୍ମବରଦା ସେତୁ ନିକଟରେ କେଡ଼େ ଖୁସିରେ ଗତକାଲି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସ୍ଥାନରେ ସ୍ଥାନୀୟ କିଛି ବାଲି ମାଫିଆ ଚୋରାରେ ମେସିନ ଲଗାଇ ବାଲି ଉତ୍ତୋଳନ କରି ଉକ୍ତ ସ୍ଥାନରେ ବିରାଟ ଖାଲ ମାନ ସୃଷ୍ଟି କରିଥିଲେ । ସେହି ସ୍ଥାନରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଜଣେ ଛାତ୍ର ପାଣିରେ ବୁଡ଼ିଯାଇଥିଲା । ଏହାଦେଖି ଜଲାଲ ତାର ସାଙ୍ଗକୁ ଉଦ୍ଧାର କରିବା ସମୟରେ ନିଜେ ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇଥିଲା ।
ସେଠାରେ ଥିବା ଅନ୍ୟଜଣେ ସାଙ୍ଗ ଏହା ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ଖୋଜାଖୋଜି କରିଥିଲେ । ଏଥିସହ ରସୁଲପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ବହୁ ଖୋଜାଖୋଜି କରିବା ପରେ ଜଲାଲର କୌଣସି ସନ୍ଧାନ ପାଇ ପାରିନଥିଲେ ।ଆଜି ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ହେଲେ ସ୍ଥାନୀୟ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ସେକ ମୁକ୍ତାର ମହମ୍ମଦଙ୍କ ପୁଅ ସେକ ଜଲାଲ । ତାଙ୍କ ବୟସ ୧୯ ବର୍ଷ ହେବ ।
ତେବେ ଦୀର୍ଘ ୨୦ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ନଦୀରୁ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଦେହ ଉଦ୍ଧାର ପରେ ବରୁଆଁ – ବାଲିଚନ୍ଦ୍ରପୁର ରାସ୍ତାର ବ୍ରହ୍ମବରଦା ବ୍ରିଜ ନିକଟରେ ମୃତଦେହ ରଖି ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ନଦୀରେ ଚାଲିଥିବା ବେଆଇନ ବାଲିଘାଟ ଓ ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ହୋ ହଲ୍ଲା ସହ ଧାରଣାରେ ବସିଥିଲେ ।
ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ଼ ଏସଡ଼ିପିଓ, ରସୁଲପୁର ତହସିଲଦାର ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ମୃତକ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ଏଥିସହ ବେଆଇନ ବାଲି ଘାଟ ବନ୍ଦ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା।
The post ସାଙ୍ଗକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡି ଚାଲିଗଲା ସାଙ୍ଗର ଜୀବନ appeared first on KNews Odisha.