ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ…

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ଜଣେ ନାବାଳିକା ଛାତ୍ରୀ ବିଦ୍ୟାଳୟ ହଷ୍ଟେଲରୁ ରାଗି କି ଚାଲି ଆସିଥିଲେ। ତେବେ  ପ୍ରାୟ ୪୦ କିଲୋମିଟରରୁ ଅଧିକ ଚାଲି ଚାଲି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଦାନ୍ତିଆମୁଁହାରୁ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ବାଲେଶ୍ୱର ଜିଲା କୁଶଗଡ଼ ଫାଣ୍ଡି ଅଧୀନ କେନ୍ଦୁଖୁଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କ ଖାଇବା ତାଙ୍କ ସାଙ୍ଗସାଥୀ ମଙ୍ଗଳବାର ରାତିରେ ଖାଇଦେବାରୁ ତାଙ୍କ ସହ […] The post ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ… appeared first on Dharitri Odia News.

ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ…

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ଜଣେ ନାବାଳିକା ଛାତ୍ରୀ ବିଦ୍ୟାଳୟ ହଷ୍ଟେଲରୁ ରାଗି କି ଚାଲି ଆସିଥିଲେ। ତେବେ  ପ୍ରାୟ ୪୦ କିଲୋମିଟରରୁ ଅଧିକ ଚାଲି ଚାଲି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ ଦାନ୍ତିଆମୁଁହାରୁ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ବାଲେଶ୍ୱର ଜିଲା କୁଶଗଡ଼ ଫାଣ୍ଡି ଅଧୀନ କେନ୍ଦୁଖୁଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କ ଖାଇବା ତାଙ୍କ ସାଙ୍ଗସାଥୀ ମଙ୍ଗଳବାର ରାତିରେ ଖାଇଦେବାରୁ ତାଙ୍କ ସହ ଝଗଡ଼ା ହୋଇଥିଲା। ଏହା ପରେ ସେ ରାଗିଯାଇ ବୁଧବାର ସକାଳେ ହଷ୍ଟେଲରୁ କାହାକୁ ନ ଜଣାଇ ତାଙ୍କ ଘର ରାସଗୋବିନ୍ଦପୁର ଥାନା ଅଧୀନ ସାରୁମୂଳାକୁ ବାହାରିଥିଲେ। ତେବେ ଛାତ୍ରୀ ଜଣକ ବାଟବଣା ହୋଇ ଚାଲି ଚାଲି ଆଜି ଅପରାହ୍ନରେ ଦାନ୍ତିଆମୁଁହା ଛକରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ ଛାତ୍ରୀ ଜଣଙ୍କୁ ପଚାରିବାରୁ ଘଟଣା ବାବଦରେ ଜାଣି ବଡ଼ଜାମବଣି ଫାଣ୍ଡି ଅଧିକାରୀ ଅଶେଷ କୁମାର ଦାସଙ୍କୁ ଖବର ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଦାସ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ଫାଣ୍ଡିରେ ରଖିଥିବାର ଜଣାପଡ଼ିଛି। ତେବେ ଫାଣ୍ଡି ଅଧିକାରୀ ବିଦ୍ୟାଳୟ ଘଟଣା ବାବଦରେ ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ସୁକାନ୍ତି କୋରେଇଙ୍କୁ ଖବର ଦେଇଥିବାର ଜଣାପଡ଼ିଛି।

The post ସାଙ୍ଗପିଲା ଖାଦ୍ୟ ଖାଇ ଦେବାରୁ ରାଗିଯାଇ ହଷ୍ଟେଲ ଛାଡ଼ି ଚାଲିଆସିଲେ ଛାତ୍ରୀ, ଆଉ ତା’ ପରେ… appeared first on Dharitri Odia News.