‘ସାଙ୍ଗମାନେ କେବେବି ଅନଲାଇନ୍‌ ଗେମ ଖେଳିବନି’, ଶେଷ ମେସେଜ୍‌ ଦେଇ ଜୀବନ ହାରିଲେ ଯୁବକ

ବାଲେଶ୍ୱର(ବାଞ୍ଛାନିଧି ଦେ)/ରେମୁଣା (ରବୀନ୍ଦ୍ର ମହାକୁଡ଼), ୧୮।୮: ସାଙ୍ଗମାନେ କେବେବି ଗେମ ଖେଳିବନି, ଜମା ବି ସେ ଭୁଲ୍‌ କରିବନି। ମୁଁ ଜାଣି ନ ଥିଲି ଗେମ ଖେଳି ଚକ୍ରବ୍ୟୁହରେ ପଡ଼ିଯିବି ବୋଲି। ଗେମ ହେଉଛି ମାୟାବିନୀ। ଟିକେ ଟିକେ ଖୁସି ଦେଇ ଜୀବନଟାକୁ ଅନ୍ଧାର ଭିତରକୁ ଟାଣି ନେବ। ପ୍ଲିଜ ମୋ କଥା ରଖିବ। କେବେ ବି ଅନଲାଇନ୍‌ ଗେମ ଖେଳିବନି। ଆଜି ମୁଁ ବଞ୍ଚତ୍ବି କି ନାହିଁ ଜାଣେନି। ମୋବାଇଲରେ ଏମିତି ଏକ ମେସେଜ ଲେଖି […] The post ‘ସାଙ୍ଗମାନେ କେବେବି ଅନଲାଇନ୍‌ ଗେମ ଖେଳିବନି’, ଶେଷ ମେସେଜ୍‌ ଦେଇ ଜୀବନ ହାରିଲେ ଯୁବକ appeared first on Dharitri Odia News.

‘ସାଙ୍ଗମାନେ କେବେବି ଅନଲାଇନ୍‌ ଗେମ ଖେଳିବନି’, ଶେଷ ମେସେଜ୍‌ ଦେଇ ଜୀବନ ହାରିଲେ ଯୁବକ

ବାଲେଶ୍ୱର(ବାଞ୍ଛାନିଧି ଦେ)/ରେମୁଣା (ରବୀନ୍ଦ୍ର ମହାକୁଡ଼), ୧୮।୮: ସାଙ୍ଗମାନେ କେବେବି ଗେମ ଖେଳିବନି, ଜମା ବି ସେ ଭୁଲ୍‌ କରିବନି। ମୁଁ ଜାଣି ନ ଥିଲି ଗେମ ଖେଳି ଚକ୍ରବ୍ୟୁହରେ ପଡ଼ିଯିବି ବୋଲି। ଗେମ ହେଉଛି ମାୟାବିନୀ। ଟିକେ ଟିକେ ଖୁସି ଦେଇ ଜୀବନଟାକୁ ଅନ୍ଧାର ଭିତରକୁ ଟାଣି ନେବ। ପ୍ଲିଜ ମୋ କଥା ରଖିବ। କେବେ ବି ଅନଲାଇନ୍‌ ଗେମ ଖେଳିବନି। ଆଜି ମୁଁ ବଞ୍ଚତ୍ବି କି ନାହିଁ ଜାଣେନି। ମୋବାଇଲରେ ଏମିତି ଏକ ମେସେଜ ଲେଖି ଜୀବନ ହରାଇ ଦେଇଛନ୍ତି ଜଣେ ଯୁବକ। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ରେମୁଣା ଥାନା ଅଧୀନ ସହାଜିପାଟଣା ଗ୍ରାମରେ।
ଏହି ଗ୍ରାମର ଶରତ ନାଏକଙ୍କ ପୁଅ ଗୌତମ (୨୬) ଏକ ପାନ ମସଲା ଘରୋଇ କମ୍ପାନୀର ବାଲେଶ୍ୱରରେ କାମ କରୁଥିଲେ। ଦୀର୍ଘଦିନ ଧରି ସେ ମୋବାଇଲରେ ଅନଲାଇନ୍‌ ଯୋଗେ ଗେମ୍‌ ଖେଳୁଥିଲେ। ସେଥିରୁ କିଛି ଟଙ୍କା ଜିତିବା ପରେ ଗେମ୍‌ ଖେଳିବା ନିଶା ବଢ଼ି ଯାଇଥିଲା। ହେଲେ ଯେତିକି ଟଙ୍କା ଜିତୁଥିଲେ ତା’ ଠାରୁ ଅଧିକ ଟଙ୍କା ହରାଉଥିଲେ। ଏମିତିକି ଧାର ଉଧାର କରି ଲକ୍ଷାଧିକ ଟଙ୍କା ସେ ପୂର୍ବରୁ ହରାଇ ଦେଇଥିଲେ। ଆଉ ଉକ୍ତ ଟଙ୍କାକୁ ପରିବାର ଲୋକଙ୍କୁ ଶୁଝିବାକୁ ପଡ଼ିଥିଲା। ଆଉ ଗେମ୍‌ ନ ଖେଳିବା ପାଇଁ ପରିବାର ଲୋକେ ତାଗିଦ୍‌ କରିଥିଲେ। ତଥାପି ଅନଲାଇନ୍‌ ଗେମ ନିଶାରୁ ସେ ମୁକୁଳି ପାରି ନ ଥିଲେ। ପୁଣି ଲକ୍ଷାଧିକ ଟଙ୍କା ହରାଇ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଶୁକ୍ରବାର ରାତିରେ ନିଜ ସାଙ୍ଗସାଥୀଙ୍କ ସହ ଉପରୋକ୍ତ ମେସେଜ୍‌କୁ ମୋବାଇଲ ଯୋଗେ ସେୟାର କରିଥିଲେ। ହାଜିପାଟଣା ଗାଁ ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ବେକରେ ଏକ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ। ଶନିବାର ସକାଳେ ତାଙ୍କ ମା’ ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କୁ ଜଣାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ରେମୁଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ରେମୁଣା ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୩୪/୨୪) ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

The post ‘ସାଙ୍ଗମାନେ କେବେବି ଅନଲାଇନ୍‌ ଗେମ ଖେଳିବନି’, ଶେଷ ମେସେଜ୍‌ ଦେଇ ଜୀବନ ହାରିଲେ ଯୁବକ appeared first on Dharitri Odia News.