ସାଢ଼େ ୫ ଇଞ୍ଚ୍‌ର ଶ୍ରୀରାମମନ୍ଦିର ପ୍ରତିକୃତି

ଖୋର୍ଦ୍ଧା,୨୨ା୧(ପ୍ରଭାତ ପାଣିଗ୍ରାହୀ): ସୋମବାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ। ଏନେଇ ସାରାଦେଶ ଉତ୍ସବମୁଖର ହୋଇଉଠିଛି। କିଏ ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିଲାଣି ତ’ ଆଉ କେଉଁଠି ପୂଜାପାଠ, ମନ୍ଦିରରେ ହୋମଯଜ୍ଞ, ସାମୂହିକ ହନୁମାନ ଚାଳିଶା ପାଠ କରାଯାଉଛି। ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ଜଟଣୀ ହାଟବଜାର ଗୋପୀନାଥପୁରର ସୂକ୍ଷ୍ମ କଳାକାର ଏଲ୍‌.ଈଶ୍ୱର ରାଓ ସାଢେ ୫ ଇଞ୍ଚ ଳମ୍ବ ଓ ୨ଇଞ୍ଚ ଚଉଡ଼ାର ଶ୍ରୀରାମ ମନ୍ଦିର ପ୍ରତିକାତ୍ମକ ମନ୍ଦିର ନିର୍ମାଣ କରିଛନ୍ତି। ଦିଆସିଲି କାଠି, ଚକ୍‌ପିସ୍‌କୁ […] The post ସାଢ଼େ ୫ ଇଞ୍ଚ୍‌ର ଶ୍ରୀରାମମନ୍ଦିର ପ୍ରତିକୃତି appeared first on Dharitri Odia News.

ସାଢ଼େ ୫ ଇଞ୍ଚ୍‌ର ଶ୍ରୀରାମମନ୍ଦିର ପ୍ରତିକୃତି

ଖୋର୍ଦ୍ଧା,୨୨ା୧(ପ୍ରଭାତ ପାଣିଗ୍ରାହୀ): ସୋମବାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ। ଏନେଇ ସାରାଦେଶ ଉତ୍ସବମୁଖର ହୋଇଉଠିଛି। କିଏ ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିଲାଣି ତ’ ଆଉ କେଉଁଠି ପୂଜାପାଠ, ମନ୍ଦିରରେ ହୋମଯଜ୍ଞ, ସାମୂହିକ ହନୁମାନ ଚାଳିଶା ପାଠ କରାଯାଉଛି। ଏହି ପରୀପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ଜଟଣୀ ହାଟବଜାର ଗୋପୀନାଥପୁରର ସୂକ୍ଷ୍ମ କଳାକାର ଏଲ୍‌.ଈଶ୍ୱର ରାଓ ସାଢେ ୫ ଇଞ୍ଚ ଳମ୍ବ ଓ ୨ଇଞ୍ଚ ଚଉଡ଼ାର ଶ୍ରୀରାମ ମନ୍ଦିର ପ୍ରତିକାତ୍ମକ ମନ୍ଦିର ନିର୍ମାଣ କରିଛନ୍ତି। ଦିଆସିଲି କାଠି, ଚକ୍‌ପିସ୍‌କୁ ବ୍ୟବହାର କରି ସେ ଏହି ମନ୍ଦିର ନିର୍ମାଣ କରିଥିବା ବେଳେ ତାଙ୍କୁ ଏଥିଲାଗି ଏକ ସପ୍ତାହ ଲାଗିଥିବା ରାଓ କହିଛନ୍ତି। ମନ୍ଦିର ବେଢ଼ାରେ ଚକ୍‌ପିସରେ ଏକ ଇଞ୍ଚ ହନୁମାନ ଦଣ୍ଡାୟମାନ ହୋଇଛନ୍ତି। ଏହି ପ୍ରତିକୃତି ମାଧ୍ୟମରେ ଶ୍ରୀରାମଙ୍କ ପ୍ରତି ଆସ୍ଥା ବିଶ୍ୱାସ ପ୍ରକଟ କରିଛନ୍ତି। ସୋମବାର ଘରେ ଘରେ ଦୀପ ଜାଳି, ଶ୍ରୀରାମଙ୍କ ଆଗମନର ଉତ୍ସବ ପାଳନ କରିବାକୁ ସେ ନିବେଦନ କରିଛନ୍ତି।

The post ସାଢ଼େ ୫ ଇଞ୍ଚ୍‌ର ଶ୍ରୀରାମମନ୍ଦିର ପ୍ରତିକୃତି appeared first on Dharitri Odia News.