‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’
ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳର ସସ୍ମିତ ପାତ୍ର, ରିବଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ, ତେଲୁଗୁ ଦେଶମ ପାର୍ଟିର ରାମ ମୋହନ ନାଇଡୁ, ବହୁଜନ ସମାଜ ପାର୍ଟିର ରିତେଶ ପାଣ୍ଡେ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ. ମୁରଗନ, ହିନା ଗାବିତଙ୍କ […] The post ‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂତନ ସଂସଦ ଗୃହର କ୍ୟାଣ୍ଟିନରେ ଏମ୍ପିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ବିଶେଷ କଥା ହେଲା ଭାଜପା ବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ଏମ୍ପିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳର ସସ୍ମିତ ପାତ୍ର, ରିବଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ, ତେଲୁଗୁ ଦେଶମ ପାର୍ଟିର ରାମ ମୋହନ ନାଇଡୁ, ବହୁଜନ ସମାଜ ପାର୍ଟିର ରିତେଶ ପାଣ୍ଡେ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ. ମୁରଗନ, ହିନା ଗାବିତଙ୍କ ସମେତ କିଛି ଭାଜପା ନେତା ପିଏମ ମୋଦିଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ସେ ଅପରାହ୍ନରେ ଏକ ଭୋଜନ ଉପଭୋଗ କରିଥିଲେ। ବିଭିନ୍ନ ଦଳ ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ସଂସଦୀୟ ସହକର୍ମୀମାନେ ଏହାକୁ ଆହୁରି ଉନ୍ନତ କରିଥିଲେ। ସେମାନଙ୍କୁ ଧନ୍ୟବାଦ। ଏହା ସହିତ ପ୍ରଧାନମନ୍ତ୍ରୀ ଭୋଜନ ସମୟର କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ଆଜି ଅର୍ଥାତ୍ ଶନିବାର ଶେଷ ହେବ। ଏପ୍ରିଲ-ମେରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ସଂସଦର ଶେଷ ଅଧିବେଶନ।
ମଧ୍ୟାହ୍ନ ଭୋଜନ ପରେ କେନ୍ଦ୍ର ମନ୍ତ୍ରୀ ମୁରଗନ କହିଛନ୍ତି , ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିଛନ୍ତି। ସେ ତାଙ୍କର ଯୋଗ, ବିଦେଶ ଯାତ୍ରା, କରାଚି ଯାତ୍ରା ବିଷୟରେ କହିଛନ୍ତି। ଆମେ ତାଙ୍କ ସହିତ ୪୫ ମିନିଟ୍ ବିତାଇଲୁ । ତାଙ୍କଠାରୁ ଅନେକ ପ୍ରେରଣାଦାୟକ ଜିନିଷ ଶିଖିବାର ସୁଯୋଗ ପାଇଲୁ । ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ କେବଳ ୩.୫ ଘଣ୍ଟା ଶୋଇଥାନ୍ତି ଏବଂ ସନ୍ଧ୍ୟା ଛଅଟା ପରେ କିଛି ଖାଆନ୍ତି ନାହିଁ।
The post ‘ସାଢେ ୩ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ ମୋଦି, ସନ୍ଧ୍ୟା ୬ଟାରେ ପରେ କିଛି ଖାଆନ୍ତିନି’ appeared first on Dharitri Odia News.