ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ ଭାବେ କଥାବାର୍ତ୍ତା କିମ୍ବା ଠିକ୍‌ ଭାବେ ଚଲାବୁଲା କରି ପାରନ୍ତି ନାହିଁ। ତେବେ ସେମାନେ ଗୁରୁବାର ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଟାଉନ ଥାନା ପରିସରରେ ରହିଥିବା ଶିବ ମନ୍ଦିରରେ ସେମାନଙ୍କ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। […] The post ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ appeared first on Dharitri Odia News.

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ ଭାବେ କଥାବାର୍ତ୍ତା କିମ୍ବା ଠିକ୍‌ ଭାବେ ଚଲାବୁଲା କରି ପାରନ୍ତି ନାହିଁ। ତେବେ ସେମାନେ ଗୁରୁବାର ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଟାଉନ ଥାନା ପରିସରରେ ରହିଥିବା ଶିବ ମନ୍ଦିରରେ ସେମାନଙ୍କ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ନ ଥିଲା ଯାନି ଯୌତୁକ। ରୀତିନୀତି ଅନୁସାରେ ପଣ୍ଡିତ ସେମାନଙ୍କ ବିବାହ ସମ୍ପନ୍ନ କରିଥିଲେ। ସୁବାସ ଅଗ୍ରଓ୍ବାଲ ସସ୍ତ୍ରୀକ କନ୍ୟାଦାନ କରିଥିଲେ। ଜିଲାର ବିଭିନ୍ନ ଅନୁଷ୍ଠାନ ବିବାହରେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଏବଂ ଉପହାର ପ୍ରଦାନ କରିଥିଲେ। ପରସ୍ପରକୁ ଜୀବନସାଥୀ ଭାବେ ପାଇ ନବଦମ୍ପତି ସେମାନଙ୍କ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଭଗବାନଙ୍କ କୃପା ଥିଲେ ଏଭଳି କନ୍ୟାଦାନ କରିବା ପାଇଁ ସୌଭାଗ୍ୟ ମିଳେ ବୋଲି କନ୍ୟାଦାନ କରିଥିବା ସୁବାସ ଅଗ୍ରଓ୍ବାଲ କହିଛନ୍ତି। ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଆଗରୁ ମଧ୍ୟ ଏଭଳି ବିବାହ କରିଛି ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଶ୍ୟାମସୁନ୍ଦର ଅଗ୍ରଓ୍ବାଲ କହିଛନ୍ତି।

The post ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ appeared first on Dharitri Odia News.