ସାଥୀଙ୍କୁ ନିଶାବଟିକା ଖୁଆଇଦେଲେ ଦୁଇ ଛାତ୍ର: ଆଉ ତା’ପରେ…
ଦେଓଗାଁ,୪।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଦେଓଗାଁ ମୁଖ୍ୟାଳୟସ୍ଥିତ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଦେଇ ଗତିକରୁଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଅବହେଳା ଯୋଗୁ ଛାତ୍ରମାନେ ଅପରାଧିକ କାର୍ଯ୍ୟକଳାପ କରୁଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ବିଦ୍ୟାଳୟରେ ଦୁଇଜଣ ଛାତ୍ର ଦେଓଗାଁ ଭଞ୍ଜପଡାର ଜନୈକ ଛାତ୍ରକୁ ଛୁରି ଦେଖାଇ ବାଧ୍ୟକରି ୨ରୁ ୩ଟି ନିଶା ବଟିକା ଖୁଆଇ ଦେଇଥିଲେ। ପରେ ସମ୍ପୃକ୍ତ ଛାତ୍ର ଘରକୁ ଆସିବା ପରେ […] The post ସାଥୀଙ୍କୁ ନିଶାବଟିକା ଖୁଆଇଦେଲେ ଦୁଇ ଛାତ୍ର: ଆଉ ତା’ପରେ… appeared first on Dharitri Odia News.
ଦେଓଗାଁ,୪।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଦେଓଗାଁ ମୁଖ୍ୟାଳୟସ୍ଥିତ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଦେଇ ଗତିକରୁଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଅବହେଳା ଯୋଗୁ ଛାତ୍ରମାନେ ଅପରାଧିକ କାର୍ଯ୍ୟକଳାପ କରୁଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ବିଦ୍ୟାଳୟରେ ଦୁଇଜଣ ଛାତ୍ର ଦେଓଗାଁ ଭଞ୍ଜପଡାର ଜନୈକ ଛାତ୍ରକୁ ଛୁରି ଦେଖାଇ ବାଧ୍ୟକରି ୨ରୁ ୩ଟି ନିଶା ବଟିକା ଖୁଆଇ ଦେଇଥିଲେ। ପରେ ସମ୍ପୃକ୍ତ ଛାତ୍ର ଘରକୁ ଆସିବା ପରେ ଗୁରୁତର ହୋଇପଡିଥିଲେ।
ଛାତ୍ରଙ୍କୁ ପରିବାରବର୍ଗ ବଲାଙ୍ଗୀର ନେଇ ଚିକିତ୍ସା କରିବା ପରେ ଛାତ୍ର ଅବସ୍ଥାରେ ସୁଧାର ଆସିଥିଲା ା ଶନିବାର ଉକ୍ତ ଖବର ପ୍ରଚାରିତ ହେବାପରେ କିଛି ଅଭିଭାବକ ବିଦ୍ୟାଳୟକୁ ଯାଇ ଅଭିଯୋଗ କରିବା ସହ ସମ୍ପୃକ୍ତ ଛାତ୍ରଙ୍କ ଅଭିଭାବକ ଦେଓଗାଁ ଥାନାରେ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୋଲିସ ସ୍କୁଲକୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ନିଶାବଟିକାର ଖୋଳକୁ ଜବତ କରିବା ସହ ସମ୍ପୃକ୍ତ ଛାତ୍ରଙ୍କୁ ପଚରାଉଚୁରା କରିଥିଲା।
ସେହିପରି ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଇଓ ମମତା ମହାଡିକ ଓ ଏବିଇଓ ଅଜିତ କୁମାର ମିଶ୍ର ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ। ଏହି ସମ୍ପର୍କରେ ଏବିଇଓ ମିଶ୍ରଙ୍କୁ ପଚାରିବାରୁ ଅଭିଯୋଗର ସତ୍ୟତା ରହିଛି। ଷଷ୍ଠ, ସପ୍ତମ ଶ୍ରେଣୀର କିଛି ଛାତ୍ର ବାରମ୍ବାର ନିଶାବଟିକା ସେବନ କରି ବ୍ୟାଗରେ ଛୁରୀଧରି ସ୍କୁଲକୁ ଆସୁଥିବା ଏବଂ ବାରଣ କଲେ ମହାକାଳ ଗୋଷ୍ଠୀ ବୋଲି ଧମକ ଦେଉଥିବା ଅଭିଯୋଗ ପାଇଛୁ। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରଧାନ ଶିକ୍ଷକ ଏନେଇ ଆଗରୁ ଆମକୁ ସୂଚନା ଦେଇ ନ ଥିବାରୁ ପରିସ୍ଥିତି ବିଗିଡିବାରେ ଲାଗିଛି। ଏଣୁ ଆଗକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ା
The post ସାଥୀଙ୍କୁ ନିଶାବଟିକା ଖୁଆଇଦେଲେ ଦୁଇ ଛାତ୍ର: ଆଉ ତା’ପରେ… appeared first on Dharitri Odia News.