ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ସଦଳବଳ ଥାନାଠାରୁ ଫ୍ଲାଗ୍‌ମାର୍ଚ୍ଚରେ ବାହାରି ବଜାର ସମେତ ଓଡ଼ିଆ ସାହି, ଧର୍ମ ସାହି, ଶିବମନ୍ଦିର ସାହି ହାଟପଦା ଆଦି ଅଞ୍ଚଳରେ ଏହି ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲକ୍ଷ୍ୟରେ ପୋଲିସ ଉପସ୍ଥିତିକୁ ଲୋକଲୋଚନକୁ ଅଣାଯିବା ଲକ୍ଷ୍ୟରେ […] The post ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ appeared first on Dharitri Odia News.

ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ପ୍ରମୁଖ ସଦଳବଳ ଥାନାଠାରୁ ଫ୍ଲାଗ୍‌ମାର୍ଚ୍ଚରେ ବାହାରି ବଜାର ସମେତ ଓଡ଼ିଆ ସାହି, ଧର୍ମ ସାହି, ଶିବମନ୍ଦିର ସାହି ହାଟପଦା ଆଦି ଅଞ୍ଚଳରେ ଏହି ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲକ୍ଷ୍ୟରେ ପୋଲିସ ଉପସ୍ଥିତିକୁ ଲୋକଲୋଚନକୁ ଅଣାଯିବା ଲକ୍ଷ୍ୟରେ ପୋଲିସ ବିଭିନ୍ନ ସ୍ଥାନରେ ନାକା ଲଗାଇ ଗାଡ଼ିମୋଟର ଯାଞ୍ଚ କରିବା ସହ ପାଟ୍ରୋଲିଂକୁ ଜୋର୍‌ଦାର କରାଯାଉଥିବା ଥାନା ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି, ନିର୍ବାଚନ ଆହୁରି ମାସକରୁ ଊର୍ଦ୍ଧ୍ୱ ରହିଥିବା ବେଳେ ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିପାଇଁ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଥିବା କୁହାଯାଇଛି। ଅଞ୍ଚଳରେ ଶାନ୍ତିଶୃଙ୍ଖଳାକୁ ଗୁରୁତ୍ୱ ଦେବା ସହ ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଅବାଧରେ କରାଯିବାକୁ ପୋଲିସ ସବୁ ପ୍ରକାର ପଦକ୍ଷେପ ନେଉଥିବା କୁହାଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା। ସେହିପରି ଅଞ୍ଚଳରେ ଚୋରା ମଦ କାରବାରକୁ ରୋକିବା ଦିଗରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

The post ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ appeared first on Dharitri Odia News.