ସାଧାରଣ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି, ନୀଳଗିରି ପୋଲିସ ତରଫରୁ ଫ୍ଲାଗ୍‌ମାର୍ଚ୍ଚ

ନୀଳଗିରି: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୀଳଗିରି ପୋଲିସ ପ୍ରଶାସନ ତରଫରୁ ଫ୍ଲାଗ୍ ମାର୍ଚ୍ଚ। ନିର୍ବାଚନ ସମୟରେ ଯେପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ଶାନ୍ତି ବଜାୟ ରହିବ ସେନେଇ ବୁଧବାର ପୋଲିସ ପ୍ରଶାସନ ତରଫରୁ ନୀଳଗିରି ସହରରେ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ନୀଳଗିରି ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଙ୍କ ନେତୃତ୍ବରେ  ମାଲକାନଗିରି ଜିଲ୍ଲାରୁ ଆସିଥିବା ବିଏସଫର ସେକେଣ୍ଡ  ବାଟାଲିୟନ ଏକ କମ୍ପାନୀ, ବାଲେଶ୍ଵର ରିଜର୍ଭ ପୋଲିସ ଏବଂ ନୀଳଗିରି ପୋଲିସଙ୍କ ସମେତ ସମୁଦାୟ ଚାରି ପ୍ଲାଟୁନ ଫୋର୍ସଙ୍କୁ ନେଇ ମିଳିତ ଫ୍ଲାଗ ମାର୍ଚ୍ଚ ହୋଇଛି।ନୀଳଗିରି ଥାନାରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ବ ହୋଇ ଜଗନ୍ନାଥ ମନ୍ଦିର, ଘାଟଘରସାହି, ନୀଳଗିରି ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଛି। ତେବେ ଆଗକୁ ସମ୍ବେଦନଶୀଳ ବୁଥରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ନୀଳଗିରି ଏସଡିପିଓ ଉପାଧ୍ୟାୟ ସୂଚନା ଦେଇଛନ୍ତି।ଏହି ଅବସରରେ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ମାଲକାନଗିରି ବିଏସଏଫ ସେକେଣ୍ଡ ବାଟାଲିୟନ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  ମନୋରଞ୍ଜନ ନାୟକଙ୍କ ସମେତ ବହୁ ପୋଲିସ୍ ଅଧିକାରୀ, କର୍ମଚାରୀ ସାମିଲ ଥିଲେ।

ସାଧାରଣ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି, ନୀଳଗିରି ପୋଲିସ ତରଫରୁ ଫ୍ଲାଗ୍‌ମାର୍ଚ୍ଚ

ନୀଳଗିରି: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୀଳଗିରି ପୋଲିସ ପ୍ରଶାସନ ତରଫରୁ ଫ୍ଲାଗ୍ ମାର୍ଚ୍ଚ। ନିର୍ବାଚନ ସମୟରେ ଯେପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ଶାନ୍ତି ବଜାୟ ରହିବ ସେନେଇ ବୁଧବାର ପୋଲିସ ପ୍ରଶାସନ ତରଫରୁ ନୀଳଗିରି ସହରରେ ଏହି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ନୀଳଗିରି ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଙ୍କ ନେତୃତ୍ବରେ  ମାଲକାନଗିରି ଜିଲ୍ଲାରୁ ଆସିଥିବା ବିଏସଫର ସେକେଣ୍ଡ  ବାଟାଲିୟନ ଏକ କମ୍ପାନୀ, ବାଲେଶ୍ଵର ରିଜର୍ଭ ପୋଲିସ ଏବଂ ନୀଳଗିରି ପୋଲିସଙ୍କ ସମେତ ସମୁଦାୟ ଚାରି ପ୍ଲାଟୁନ ଫୋର୍ସଙ୍କୁ ନେଇ ମିଳିତ ଫ୍ଲାଗ ମାର୍ଚ୍ଚ ହୋଇଛି।

ନୀଳଗିରି ଥାନାରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ବ ହୋଇ ଜଗନ୍ନାଥ ମନ୍ଦିର, ଘାଟଘରସାହି, ନୀଳଗିରି ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଛି। ତେବେ ଆଗକୁ ସମ୍ବେଦନଶୀଳ ବୁଥରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ନୀଳଗିରି ଏସଡିପିଓ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଏହି ଅବସରରେ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ମାଲକାନଗିରି ବିଏସଏଫ ସେକେଣ୍ଡ ବାଟାଲିୟନ ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ  ମନୋରଞ୍ଜନ ନାୟକଙ୍କ ସମେତ ବହୁ ପୋଲିସ୍ ଅଧିକାରୀ, କର୍ମଚାରୀ ସାମିଲ ଥିଲେ।