ହୋଲିରେ ଆତଙ୍କରାଜ କରି ଆକ୍ରମଣ ଘଟଣା : ୮ ଆକ୍ରମଣକାରୀ ଗିରଫ
ଭୁବନେଶ୍ବର ୨୯।୩: ନୟାପଲ୍ଲୀ ପୋଲିସ ପଞ୍ଝାରେ ୮ ଆକ୍ରମଣକାରୀ । ହୋଲି ଦିନ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପଶି ଏହି ୮ ଜଣ ଅଭିଯୁକ୍ତ ରାସ୍ତାରେ ଯାଉଥିବା ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ହୋଲି ସଂଧ୍ୟାରେ ଘଟିଥିଲା ଏଭଳି ନାରକୀୟ ଘଟଣା । ଯେଉଁଥିରେ ୬ ଜଣ ଆହତ ହେବା ସହିତ ଗୋଟିଏ କାର୍ ଓ ଗୋଟିଏ ବାଇକକୁ ଭାଙ୍ଗି ଦେଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ କହିଛି । ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଗାଧୁଆ ତୁଠରୁ । ହୋଲି ଖେଳ ସାରି ସନ୍ଧ୍ୟା ସମୟରେ ନୟାପଲ୍ଲୀ ଗଡସାହି ପୋଖରୀରେ କିଛି ଲୋକ ଗାଧୋଇବାକୁ ଯାଇଥିଲେ । ଆଉ ସେହି ସମୟରେ ସେଠାରେ ଗାଧାଉଥିବା କେନ୍ଦୁ ଖୁଣ୍ଟିଆଙ୍କ ସହିତ ନୟାପଲ୍ଲୀ ମୁଣ୍ଡାସାହିର କିଛି ପିଲାଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏହାକୁ ଆଧାର କରି ସେହି ସନ୍ଧ୍ୟାରେ ୧୨ରୁ ୧୫ ଜଣ ଯୁବକ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପଶି ରାସ୍ତା ଉପରେ ଯାଉଥିବା ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ । ଗିରଫ ଅଭିଯୁକ୍ତ ମାନେ କେବିଏନ ଗ୍ୟାଙ୍ଗର ବୋଲି ଜଣାପଡିଛି । ପୂର୍ବରୁ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ବିଭିନ୍ନ ଦଫାରେ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇଟି ବାଇକ୍ ଖଣ୍ଡା, ଭୁଜାଲୀ, କାଠ, ରୋଲବାଡି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଯାହାର ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ଅଭିଯୋଗକା
ଭୁବନେଶ୍ବର ୨୯।୩: ନୟାପଲ୍ଲୀ ପୋଲିସ ପଞ୍ଝାରେ ୮ ଆକ୍ରମଣକାରୀ । ହୋଲି ଦିନ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପଶି ଏହି ୮ ଜଣ ଅଭିଯୁକ୍ତ ରାସ୍ତାରେ ଯାଉଥିବା ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ହୋଲି ସଂଧ୍ୟାରେ ଘଟିଥିଲା ଏଭଳି ନାରକୀୟ ଘଟଣା । ଯେଉଁଥିରେ ୬ ଜଣ ଆହତ ହେବା ସହିତ ଗୋଟିଏ କାର୍ ଓ ଗୋଟିଏ ବାଇକକୁ ଭାଙ୍ଗି ଦେଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ କହିଛି ।
ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଗାଧୁଆ ତୁଠରୁ । ହୋଲି ଖେଳ ସାରି ସନ୍ଧ୍ୟା ସମୟରେ ନୟାପଲ୍ଲୀ ଗଡସାହି ପୋଖରୀରେ କିଛି ଲୋକ ଗାଧୋଇବାକୁ ଯାଇଥିଲେ । ଆଉ ସେହି ସମୟରେ ସେଠାରେ ଗାଧାଉଥିବା କେନ୍ଦୁ ଖୁଣ୍ଟିଆଙ୍କ ସହିତ ନୟାପଲ୍ଲୀ ମୁଣ୍ଡାସାହିର କିଛି ପିଲାଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ଏହାକୁ ଆଧାର କରି ସେହି ସନ୍ଧ୍ୟାରେ ୧୨ରୁ ୧୫ ଜଣ ଯୁବକ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ପଶି ରାସ୍ତା ଉପରେ ଯାଉଥିବା ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ ।
ଗିରଫ ଅଭିଯୁକ୍ତ ମାନେ କେବିଏନ ଗ୍ୟାଙ୍ଗର ବୋଲି ଜଣାପଡିଛି । ପୂର୍ବରୁ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ବିଭିନ୍ନ ଦଫାରେ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇଟି ବାଇକ୍ ଖଣ୍ଡା, ଭୁଜାଲୀ, କାଠ, ରୋଲବାଡି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଯାହାର ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।
ଅଭିଯୋଗକାରୀ କେନ୍ଦୁ ମହାରଣା ମଧ୍ୟ ଜଣେ ଅପରାଧି ବୋଲି ଡିସିପି କହିଛନ୍ତି । ତା ବିରୋଧରେ ଯଦି କିଛି ପ୍ରମାଣ ମିଳେ ତାକୁ ମଧ୍ୟ ଗିରଫ କରାଯିବ । ତେବେ ହୋଲି ସନ୍ଧ୍ୟାରେ ପ୍ରକୃତରେ କ’ଣ ଘଟଣା ଘଟିଥିଲା ତାର ଛାନଭିନ କରୁଛି ନୟାପଲ୍ଲୀ ପୋଲିସ ।
You Can Read :
ବଲାଙ୍ଗୀରରେ ମୁଖ୍ୟ ନିର୍ବାଚନ ଅଧିକାରୀ, ମାଓ ଗଡ଼ରେ ସୁରକ୍ଷା ସହ ଭୋଟ୍ ଗ୍ରହଣ ଉପରେ କଲେ ସମୀକ୍ଷା