ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ…

ଓ୍ବାଶିଂଟନ୍‌,୭।୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ୨୦ ତାରିଖ ମଧ୍ୟାହ୍ନ ୧୨ଟାରେ ଆମେରିକାର ସଂସଦ ଭବନ କ୍ୟାପିଟାଲରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରେ ସେ କ୍ୟାପିଟାଲରୁ ତାଙ୍କ ସ୍ତ୍ରୀ ଏବଂ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ସହ ହ୍ବାଇଟ ହାଉସରେ ରହିବାକୁ ଯିବେ। ଶପଥ ଗ୍ରହଣ ଦାୟିତ୍ୱ ଆମେରିକାର ସଂସଦର ମିଳିତ କମିଟିର ରହିଛି । ଜାନୁଆରୀ ୬ରେ ଏହି କମିଟି ଗଠନ କରାଯିବ । ଏହା ପରେ […] The post ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ… appeared first on Dharitri Odia News.

ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ…

ଓ୍ବାଶିଂଟନ୍‌,୭।୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ୨୦ ତାରିଖ ମଧ୍ୟାହ୍ନ ୧୨ଟାରେ ଆମେରିକାର ସଂସଦ ଭବନ କ୍ୟାପିଟାଲରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରେ ସେ କ୍ୟାପିଟାଲରୁ ତାଙ୍କ ସ୍ତ୍ରୀ ଏବଂ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ସହ ହ୍ବାଇଟ ହାଉସରେ ରହିବାକୁ ଯିବେ।

ଶପଥ ଗ୍ରହଣ ଦାୟିତ୍ୱ ଆମେରିକାର ସଂସଦର ମିଳିତ କମିଟିର ରହିଛି । ଜାନୁଆରୀ ୬ରେ ଏହି କମିଟି ଗଠନ କରାଯିବ । ଏହା ପରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଜାନୁଆରୀ ୨୦ରେ ଆମେରିକାର ସମୟ ଦ୍ୱିପ୍ରହରରେ ଶପଥ ଗ୍ରହଣ ଆରମ୍ଭ ହେବ ।

ସ୍ତ୍ରୀ ମେଲାନିଆ ଟ୍ରମ୍ପଙ୍କ ହାତରେ ବାଇବେଲ ଏବଂ ଆମେରିକାର ସମ୍ବିଧାନ ରହିବ । ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ହାତ ରଖିବେ ଏବଂ ସମ୍ବିଧାନର ସୁରକ୍ଷା ତଥା ତାଙ୍କ କର୍ତ୍ତବ୍ୟ ପାଳନ କରିବାକୁ ଶପଥ ନେବେ । ପରେ ଟ୍ରମ୍ପ କ୍ୟାପିଟାଲ ହିଲ ବିଲ୍ଡିଂରେ ଥିବା ରାଷ୍ଟ୍ରପତିଙ୍କ କୋଠରୀକୁ ଯାଇ କାର୍ଯ୍ୟ ଆରମ୍ଭରେ ପ୍ରଥମ ଫାଇଲରେ ଦସ୍ତଖତ କରିବେ ।

ପରମ୍ପରା ଅନୁଯାୟୀ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ପୁରାତନ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିଥାନ୍ତି । କିନ୍ତୁ ୨୦୨୦ରେ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସେ ଯୋଗ ଦେଇନଥିଲେ । ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ପରି ସେ ତାଙ୍କ ଉତ୍ତରାଧିକାରୀ ଜୋ ବାଇଡେନଙ୍କ ପାଇଁ ଏକ ଚିଠି ଲେଖି ହ୍ବାଇଟ ହାଉସରେ ଅବସ୍ଥିତ ଓଭାଲ ଅଫିସର ରାଷ୍ଟ୍ରପତିଙ୍କ ଟେବୁଲରେ ରଖିଥିଲେ ।

The post ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ… appeared first on Dharitri Odia News.