ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା
ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଲାଲମଟିଆ ଗ୍ରାମର ରାଜେନ୍ଦ୍ର ମାଝୀ। ରାଜେନ୍ଦ୍ରଙ୍କ ସାନ ଭାଇ ବାହା ହୋଇ ଘରକୁ ଫେରିଥିଲେ। ଏଥିପାଇଁ ସୋମବାର ରାତିରେ ପରିବାର ପରିଜନମାନେ ନାଚଗୀତରେ ମସ୍ଗୁଲ ଥିଲେ। ରାତି ପ୍ରାୟ ୧୨ଟାରେ ରାଜେନ୍ଦ୍ର ଘର ଭିତରକୁ ପଶିଥିଲେ। ସେ ଘରୁ କିଛି ସମୟ ନ ବାହାରିବାରୁ ତାଙ୍କ ସ୍ତ୍ରୀ […] The post ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା appeared first on Dharitri Odia News.
ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଲାଲମଟିଆ ଗ୍ରାମର ରାଜେନ୍ଦ୍ର ମାଝୀ। ରାଜେନ୍ଦ୍ରଙ୍କ ସାନ ଭାଇ ବାହା ହୋଇ ଘରକୁ ଫେରିଥିଲେ। ଏଥିପାଇଁ ସୋମବାର ରାତିରେ ପରିବାର ପରିଜନମାନେ ନାଚଗୀତରେ ମସ୍ଗୁଲ ଥିଲେ। ରାତି ପ୍ରାୟ ୧୨ଟାରେ ରାଜେନ୍ଦ୍ର ଘର ଭିତରକୁ ପଶିଥିଲେ। ସେ ଘରୁ କିଛି ସମୟ ନ ବାହାରିବାରୁ ତାଙ୍କ ସ୍ତ୍ରୀ ଓ ଅନ୍ୟ ଜଣେ ମହିଳା ଘରକୁ ପଶି ଦେଖିଲାବେଳେ ରାଜେନ୍ଦ୍ର ଘରର ମୋଟା କାଠରେ ଶାଢ଼ୀକୁ ବାନ୍ଧି ଝୁଲି ପଡିଛନ୍ତି। ପରିବାର ଲୋକେ ତାଙ୍କୁ ଓହ୍ଲାଇଥିଲେ ଓ ପୋଲିସକୁ ଜଣାଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ ୟୁଡି କେସ୍ ନମ୍ବର ୮ରେ ମାମଲ ରୁଜୁ କରି ଘଟଣାର ତଦନ୍ତ କରୁଛି।
The post ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା appeared first on Dharitri Odia News.