ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜ ଯୁବକ ରାମଜିତ ଟୁଡ଼ୁଙ୍କ ଅବଦାନ, ମନ୍ କି ବାତ୍‌ରେ ପ୍ରଶଂସା କଲେ ମୋଦି

କେନ୍ଦୁଝର ୨୯।୯: ଅଖ୍ୟାତ ପଲ୍ଲୀରୁ ବିକ୍ଷାତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ର ଗୋବିନ୍ଦପୁର ଗାଁର ରାମଜିତ ଟୁଡ଼ୁ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତରେ ପ୍ରଶଂସା କରିଛନ୍ତି । କାରଣ ସେ ଆଜି ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରି ସାରା ବିଶ୍ଵରେ ପରିଚିତ କରାଇଛନ୍ତି । ମୋଦି ତାଙ୍କ ମନ୍‌ କି ବାତ୍‌ରେ ମାତୃଭାଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଲେ । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜ ଯୁବକଙ୍କ ଅବଦାନ କଥା କହିଲେ । ନିଜ ମାତୃଭାଷା ପାଇଁ ରାମଜିତ ଟୁଡୁ ଗୌରବ ଆଣିଛନ୍ତି । ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି ରାମଜିତ । ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚି ପାରିଛି । ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ପଢ଼ିବା ସହ ଲେଖାଯାଇ ପାରୁଛି ।ଉଲ୍ଲେଖଯୋଗ୍ୟ ଯେ, ରାମଜିତ ଯୁକ୍ତ ୨ ପାଠ ପଢ଼ିବା ପରେ ଡିପ୍ଲୋମା କରୁଥିବା ବେଳେ ଏଆରଆଇ ଚାକିରି ପାଇଲେ । ଏବେ ସେ କେନ୍ଦୁଝରରେ ଟ୍ରେନିଂ ନେଉଛନ୍ତି । You Can Read:ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ, ମନ୍ତ୍ରୀ କହିଲେ- ଖୁବ୍‌ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ

ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜ ଯୁବକ ରାମଜିତ ଟୁଡ଼ୁଙ୍କ ଅବଦାନ, ମନ୍ କି ବାତ୍‌ରେ ପ୍ରଶଂସା କଲେ ମୋଦି

କେନ୍ଦୁଝର ୨୯।୯: ଅଖ୍ୟାତ ପଲ୍ଲୀରୁ ବିକ୍ଷାତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ର ଗୋବିନ୍ଦପୁର ଗାଁର ରାମଜିତ ଟୁଡ଼ୁ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତରେ ପ୍ରଶଂସା କରିଛନ୍ତି । କାରଣ ସେ ଆଜି ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରି ସାରା ବିଶ୍ଵରେ ପରିଚିତ କରାଇଛନ୍ତି । 

ମୋଦି ତାଙ୍କ ମନ୍‌ କି ବାତ୍‌ରେ ମାତୃଭାଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଲେ । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜ ଯୁବକଙ୍କ ଅବଦାନ କଥା କହିଲେ । ନିଜ ମାତୃଭାଷା ପାଇଁ ରାମଜିତ ଟୁଡୁ ଗୌରବ ଆଣିଛନ୍ତି । ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି ରାମଜିତ । ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚି ପାରିଛି । ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ପଢ଼ିବା ସହ ଲେଖାଯାଇ ପାରୁଛି ।

ଉଲ୍ଲେଖଯୋଗ୍ୟ ଯେ, ରାମଜିତ ଯୁକ୍ତ ୨ ପାଠ ପଢ଼ିବା ପରେ ଡିପ୍ଲୋମା କରୁଥିବା ବେଳେ ଏଆରଆଇ ଚାକିରି ପାଇଲେ । ଏବେ ସେ କେନ୍ଦୁଝରରେ ଟ୍ରେନିଂ ନେଉଛନ୍ତି । 

You Can Read:

ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ, ମନ୍ତ୍ରୀ କହିଲେ- ଖୁବ୍‌ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ