ସାବଧାନ! Pay later ହେଉଛି ହ୍ୟାକ୍, ଆକାଉଣ୍ଟରୁ ୯୭ହଜାର ଟଙ୍କା ହୋଇଗଲା ଗାଏବ
ନୂଆଦିଲ୍ଲୀ,୨୧।୨: ଦେଶରେ ପ୍ରତିଦିନ ନୂଆ ଉପାୟରେ ସ୍କାମ ହେଉଛି। ଆପଣ ଜାଣିଥିବେ, ସାଧାରଣତ ହ୍ୟାକରମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଟଙ୍କା ନେଇଯାଇଥା’ନ୍ତି। କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଫୁଡ୍ ଡେଲିଭରି ଆକାଉଣ୍ଟକୁ ହ୍ୟାକ୍ କରାଯାଇ ୯୭ହଜାର ଟଙ୍କାର ସ୍କାମ କରାଯାଇଛି। ଏହି ମାମଲାରେ ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି। ଆସନ୍ତୁ ଜାଣିବା ପୁରା ମାମଲା… ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୨୬ବର୍ଷ ବୟସ୍କା ମହିଳାଙ୍କ ସ୍ବିିଗି ଆକାଉଣ୍ଟକୁ […] The post ସାବଧାନ! Pay later ହେଉଛି ହ୍ୟାକ୍, ଆକାଉଣ୍ଟରୁ ୯୭ହଜାର ଟଙ୍କା ହୋଇଗଲା ଗାଏବ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୨: ଦେଶରେ ପ୍ରତିଦିନ ନୂଆ ଉପାୟରେ ସ୍କାମ ହେଉଛି। ଆପଣ ଜାଣିଥିବେ, ସାଧାରଣତ ହ୍ୟାକରମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଟଙ୍କା ନେଇଯାଇଥା’ନ୍ତି। କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଫୁଡ୍ ଡେଲିଭରି ଆକାଉଣ୍ଟକୁ ହ୍ୟାକ୍ କରାଯାଇ ୯୭ହଜାର ଟଙ୍କାର ସ୍କାମ କରାଯାଇଛି। ଏହି ମାମଲାରେ ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି। ଆସନ୍ତୁ ଜାଣିବା ପୁରା ମାମଲା…
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୨୬ବର୍ଷ ବୟସ୍କା ମହିଳାଙ୍କ ସ୍ବିିଗି ଆକାଉଣ୍ଟକୁ ଦୁଇଜଣ ସାଇବର ଅପରାଧି ହ୍ୟାକ କରିଥିଲେ। ହ୍ୟାକ୍ କରି ସେମାନେ ୯୭ହଜାର ୧୯୭ ଟଙ୍କାର ଖାଦ୍ୟ ଅର୍ଡର କରିଥିଲେ। ମହିଳାଙ୍କ ଫୁଡ୍ ଡେଲିଭରି ଆକାଉଣ୍ଟ ଲେଜି ପେ ଆକାଉଣ୍ଟ ସହ ସଂଯୋଗ ଥିଲା ଯାହାର ଉଭୟ ଫାଇଦା ଉଠାଇଥିଲେ।
IVR କଲ ମାଧ୍ୟମରେ ଦୁହେଁ ମହିଳାଙ୍କୁ ବିଭ୍ରାନ୍ତ କରିଥିଲେ। ମହିଳା ଭାବିଥିଲେ ଯେ, ସ୍ବିଗି ଅଫିସିଆଲରୁ ଏହି କଲ୍ କରାଯାଇଛି। ଫୋନ୍ରେ ମହିଳାଙ୍କୁ କୁହାଯାଇଥିଲା କି, କେହି ତାଙ୍କ ଆକାଉଣ୍ଟକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ, ମହିଳା ଜଣକ ତାଙ୍କ ଆକାଉଣ୍ଟ ସହିତ ଜଡିତ କିଛି ସୂଚନା ହ୍ୟାକର୍ସଙ୍କୁ ଦେଇଥିଲେ। ଯେଉଁଥିରେ ୟୁଜରନେମ୍ ସହ ପାସୱାର୍ଡ ତଥା ବ୍ୟାଙ୍କ ଆକାଉଣ୍ଟ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା।
ଏହି ସୂଚନା ଆଧାରରେ ମହିଳାଙ୍କ ଆକାଉଣ୍ଟକୁ ଅନ୍ୟ ଏକ ଫୋନରେ ଲଗଇନ୍ କରାଯାଇଥିଲା। ହ୍ୟାକର୍ସମାନେ ଏଥିରୁ ପ୍ରାୟ ୧ଲକ୍ଷ ଟଙ୍କା ଫୁଡ୍ ଅର୍ଡର କରିଥିଲେ। ସ୍କାମ ବିଷୟରେ ଜଣାପଡିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୋଲିସର ପଚରାଉଚରା ବେଳେ ଜଣାପଡିଥିଲା କି, ଉଭୟ ଜୋମାଟୋ ଓ ସ୍ବିଗିି ପାଇଁ ଡେଲିଭରି ଏଜେଣ୍ଟ ଭାବରେ କାମ କରୁଥିଲେ। ତେବେ ଏହି ଘଟଣା ପରି ଆପଣଙ୍କ ସହ ଫ୍ରଡ ହୋଇପାରେ। କୌଣସି ମୂଲ୍ୟରେ ଆପଣଙ୍କର ବ୍ୟାଙ୍କ କିମ୍ବା ବ୍ୟକ୍ତିଗତ ସୂଚନା କାହାକୁ ଦିଅନ୍ତୁ ନାହିଁ।
The post ସାବଧାନ! Pay later ହେଉଛି ହ୍ୟାକ୍, ଆକାଉଣ୍ଟରୁ ୯୭ହଜାର ଟଙ୍କା ହୋଇଗଲା ଗାଏବ appeared first on Dharitri Odia News.