ସାବଧାନ ! କରନ୍ତୁନି ଏହି ଭୁଲ୍‌, ନଚେତ୍‌ କାନରେ ଫାଟିପାରେ ଇୟରବଡ୍

ନୂଆଦିଲ୍ଲୀ ୦୭।୦୪: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଗୋଟିଏ  ଇୟରବଡ୍ । ଏହାକୁ ଅନେକ ଅଧିକ ସମୟ ଧରି କରିଥାନ୍ତି ବ୍ୟବହାର । କିନ୍ତୁ ଆପଣ ବି ଯଦି ଲମ୍ବା ସମୟ ଯାଏଁ ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର  କରୁଛନ୍ତି ହୋଇଯାଆନ୍ତୁ ସାବଧାନ । କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ପସନ୍ଦର ଇୟରବଡ୍ ଆପଣଙ୍କ ପାଇଁ ହୋଇପାରେ କାଳ ? ନିକଟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଇୟରବଡ୍ କିମ୍ବା ହେଡଫୋନ୍ ଫାଟିବାରୁ ଲୋକମାନେ ଆହାତ ହୋଇଛନ୍ତି । ଏହାର କାରଣ ହେଉଛି ଏହାକୁ ବାରମ୍ବାର ଚାର୍ଜିଂରେ ଲଗାଇ ରଖିବା । ଏପରି କରିବା ଦ୍ବାରା ବ୍ୟାଟେରୀ ଗରମ ହୋଇଯାଏ ଏବଂ ଫାଟିବାର ବିପଦ ଅଧିକ ବଢିଯାଇଥାଏ ।  ଅତ୍ୟାଧିକ ଖରା କିମ୍ବା  ଅଧିକ ଗରମରେ ଇୟରବଡ ଅଧିକ ବ୍ୟବହାର କରନ୍ତୁନି । ଏହା ବ୍ୟାଟେରୀକୁ କ୍ଷତି ପହଞ୍ଚାଇଥାଏ । ଝାଳ କିମ୍ବା ପାଣିରେ ଓଦା ହୋଇଥିବା ଇୟରବଡରେ ସର୍ଟସର୍କିଟର ବିପଦ ଅଧିକ ରହିଥାଏ । ଯେଉଁକାରଣରୁ ଇୟରବଡ ହୋଇପାରେ ବ୍ଲାଷ୍ଟ । ଘଣ୍ଟାଘଣ୍ଟା ଯାଏଁ କାନରେ ଇୟରବଡ ଲଗାଇବା ଶୋଇବା ଦ୍ବାରା ବ୍ୟାଟେରୀ ଗରମ ହୋଇଥାଏ ଏବଂ କାନକୁ କ୍ଷତି ପହଞ୍ଚାଇଥାଏ । ଲୋକାଲ୍ ଚାର୍ଜରରେ ଚାର୍ଜ କରିବା ଦ୍ବାରା ଖରାପ ହୋଇପାରେ ବ୍ୟାଟେରୀ । ଆଉ ବ୍ଲାଷ୍ଟ ହେବାର ବିପଦ ଅଧିକ ବଢି ଯାଇଥାଏ । ଏଥିରେ କାନକୁ କମ୍ ଶୁଣାଯିବା କିମ୍ବା କାଲ ହୋଇପାରନ୍ତି ।

ସାବଧାନ ! କରନ୍ତୁନି ଏହି ଭୁଲ୍‌, ନଚେତ୍‌ କାନରେ ଫାଟିପାରେ ଇୟରବଡ୍

ନୂଆଦିଲ୍ଲୀ ୦୭।୦୪: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଗୋଟିଏ  ଇୟରବଡ୍ । ଏହାକୁ ଅନେକ ଅଧିକ ସମୟ ଧରି କରିଥାନ୍ତି ବ୍ୟବହାର । କିନ୍ତୁ ଆପଣ ବି ଯଦି ଲମ୍ବା ସମୟ ଯାଏଁ ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର  କରୁଛନ୍ତି ହୋଇଯାଆନ୍ତୁ ସାବଧାନ । 

କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ପସନ୍ଦର ଇୟରବଡ୍ ଆପଣଙ୍କ ପାଇଁ ହୋଇପାରେ କାଳ ? ନିକଟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଇୟରବଡ୍ କିମ୍ବା ହେଡଫୋନ୍ ଫାଟିବାରୁ ଲୋକମାନେ ଆହାତ ହୋଇଛନ୍ତି । ଏହାର କାରଣ ହେଉଛି ଏହାକୁ ବାରମ୍ବାର ଚାର୍ଜିଂରେ ଲଗାଇ ରଖିବା । 

ଏପରି କରିବା ଦ୍ବାରା ବ୍ୟାଟେରୀ ଗରମ ହୋଇଯାଏ ଏବଂ ଫାଟିବାର ବିପଦ ଅଧିକ ବଢିଯାଇଥାଏ ।  ଅତ୍ୟାଧିକ ଖରା କିମ୍ବା  ଅଧିକ ଗରମରେ ଇୟରବଡ ଅଧିକ ବ୍ୟବହାର କରନ୍ତୁନି । ଏହା ବ୍ୟାଟେରୀକୁ କ୍ଷତି ପହଞ୍ଚାଇଥାଏ । ଝାଳ କିମ୍ବା ପାଣିରେ ଓଦା ହୋଇଥିବା ଇୟରବଡରେ ସର୍ଟସର୍କିଟର ବିପଦ ଅଧିକ ରହିଥାଏ । ଯେଉଁକାରଣରୁ ଇୟରବଡ ହୋଇପାରେ ବ୍ଲାଷ୍ଟ । 

ଘଣ୍ଟାଘଣ୍ଟା ଯାଏଁ କାନରେ ଇୟରବଡ ଲଗାଇବା ଶୋଇବା ଦ୍ବାରା ବ୍ୟାଟେରୀ ଗରମ ହୋଇଥାଏ ଏବଂ କାନକୁ କ୍ଷତି ପହଞ୍ଚାଇଥାଏ । ଲୋକାଲ୍ ଚାର୍ଜରରେ ଚାର୍ଜ କରିବା ଦ୍ବାରା ଖରାପ ହୋଇପାରେ ବ୍ୟାଟେରୀ । ଆଉ ବ୍ଲାଷ୍ଟ ହେବାର ବିପଦ ଅଧିକ ବଢି ଯାଇଥାଏ । ଏଥିରେ କାନକୁ କମ୍ ଶୁଣାଯିବା କିମ୍ବା କାଲ ହୋଇପାରନ୍ତି ।