ସାବଧାନ ! ଗୁଗଲ ଏଆଇ ପଢିପାରିବ ଆପଣଙ୍କ ହ୍ଵାଟ୍ସଆପ୍‌ ଚାଟ୍‌, ତୁରନ୍ତ ବନ୍ଦ କରନ୍ତୁ ଏହି ସେଟିଙ୍ଗ

ନୂଆଦିଲ୍ଲୀ ୧୦।୦୭; ଏଆଇ ଫିଚର୍ସ ଆସିବା ପରେ ମୋବାଇଲ ଫୋନ ଅଧିକ ସ୍ମାର୍ଟ ହେବାରେ ଲାଗିଛି। ହେଲେ ଏହି କାରଣରୁ କୋଟି କୋଟି ୟୁଜର୍ସଙ୍କ ପ୍ରାଇଭେସୀ ଏବେ ବିପଦ ଆଡ଼କୁ ଗତି କରୁଛି । ବର୍ତ୍ତମାନ ଏହାକୁ ଅଣଦେଖା କରିହେବ ନାହିଁ । ନିକଟରେ ଗୁଗଲ ଜେମିନୀକୁ ଏକ ଅପଗ୍ରେଡ ମିଳିଛି । ଏହି ଏଆଇ ଟୁଲ ଆପଣଙ୍କ ମେସେଜ, ଫୋନ ଓ ହ୍ବାଟସଆପ ଚାଟସକୁ ମଧ୍ୟ ସହଜରେ ପଢ଼ିପାରେ । ଗତ ସପ୍ତାହରେ କିଛି ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଗୁଗଲ ପକ୍ଷରୁ ଏକ ଇ-ମେଲ ମିଳିଥିଲା । ସେଥିରେ କୁହାଯାଇଥିଲା, ଜୁଲାଇ ୭ ଠାରୁ ଗୁଗଲ ୟୁଜର୍ସଙ୍କ ଫୋନରେ କିଛି ଏପରି ଆପ୍ସ ସହ ଜେମିନୀର ଇଣ୍ଟରାକ୍ଟ କରିବାର ତରିକାରେ ପରିବର୍ତ୍ତନ କରାଯାଉଛି । ଏହି ଇ-ମେଲରେ ଗୁଗଲ ପକ୍ଷରୁ କୁହାଯାଇଥିଲା, ଖୁବଶୀଘ୍ର ଜେମିନୀ ୟୁଜର୍ସଙ୍କ ମେସେଜ, ହ୍ବାଟସଆପର ବ୍ୟବହାର କରିବାରେ ସହଯୋଗ କରିବ । ନିଜ ଡିଭାଇରେ ଜେମିନୀ ଆପ୍ସର ଆକ୍ଟିଭିଟିକୁ ବନ୍ଦ କରିଥିଲେ ବି ଏହି ସହାୟତା ମିଳିବ । ଗୁଗଲ ମୁତାବକ, ଜେମିନୀ ଆପ୍ସକୁ ଗୁଗଲ ଏଆଇର ସିଧାସଳଖ ଆକ୍ସେସ ଦେଇଥାଏ ଓ ଆପଣଙ୍କ ଚାଟସକୁ ଆକାଉଣ୍ଟରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେଭ କରିପାରେ । ଏହାର ଅର୍ଥ ହେଉଛି, ଆପଣଙ୍କ ଇଛ୍ଛା ଥାଉ କି ନଥାଉ, ଆପଣଙ୍କ ପର୍ସନାଲ ଡାଟା ପରି ହ୍ବାଟସଆପ ଚାଟସ କମ୍ପାନୀ ପାଖରେ କିଛି ଘଣ୍ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଷ୍ଟୋର ରହିବ । ଆପଣ ଯଦି ସବୁ କନେକ୍ଟିଭିଟି ଆପ୍ସ ପାଇଁ ଜେମିନୀ ଆକ୍ଟଇଭିଟିକୁ ରୋ

ସାବଧାନ ! ଗୁଗଲ ଏଆଇ ପଢିପାରିବ ଆପଣଙ୍କ ହ୍ଵାଟ୍ସଆପ୍‌ ଚାଟ୍‌, ତୁରନ୍ତ ବନ୍ଦ କରନ୍ତୁ ଏହି ସେଟିଙ୍ଗ

ନୂଆଦିଲ୍ଲୀ ୧୦।୦୭; ଏଆଇ ଫିଚର୍ସ ଆସିବା ପରେ ମୋବାଇଲ ଫୋନ ଅଧିକ ସ୍ମାର୍ଟ ହେବାରେ ଲାଗିଛି। ହେଲେ ଏହି କାରଣରୁ କୋଟି କୋଟି ୟୁଜର୍ସଙ୍କ ପ୍ରାଇଭେସୀ ଏବେ ବିପଦ ଆଡ଼କୁ ଗତି କରୁଛି । ବର୍ତ୍ତମାନ ଏହାକୁ ଅଣଦେଖା କରିହେବ ନାହିଁ । ନିକଟରେ ଗୁଗଲ ଜେମିନୀକୁ ଏକ ଅପଗ୍ରେଡ ମିଳିଛି । ଏହି ଏଆଇ ଟୁଲ ଆପଣଙ୍କ ମେସେଜ, ଫୋନ ଓ ହ୍ବାଟସଆପ ଚାଟସକୁ ମଧ୍ୟ ସହଜରେ ପଢ଼ିପାରେ । 

ଗତ ସପ୍ତାହରେ କିଛି ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଗୁଗଲ ପକ୍ଷରୁ ଏକ ଇ-ମେଲ ମିଳିଥିଲା । ସେଥିରେ କୁହାଯାଇଥିଲା, ଜୁଲାଇ ୭ ଠାରୁ ଗୁଗଲ ୟୁଜର୍ସଙ୍କ ଫୋନରେ କିଛି ଏପରି ଆପ୍ସ ସହ ଜେମିନୀର ଇଣ୍ଟରାକ୍ଟ କରିବାର ତରିକାରେ ପରିବର୍ତ୍ତନ କରାଯାଉଛି । ଏହି ଇ-ମେଲରେ ଗୁଗଲ ପକ୍ଷରୁ କୁହାଯାଇଥିଲା, ଖୁବଶୀଘ୍ର ଜେମିନୀ ୟୁଜର୍ସଙ୍କ ମେସେଜ, ହ୍ବାଟସଆପର ବ୍ୟବହାର କରିବାରେ ସହଯୋଗ କରିବ । ନିଜ ଡିଭାଇରେ ଜେମିନୀ ଆପ୍ସର ଆକ୍ଟିଭିଟିକୁ ବନ୍ଦ କରିଥିଲେ ବି ଏହି ସହାୟତା ମିଳିବ । ଗୁଗଲ ମୁତାବକ, ଜେମିନୀ ଆପ୍ସକୁ ଗୁଗଲ ଏଆଇର ସିଧାସଳଖ ଆକ୍ସେସ ଦେଇଥାଏ ଓ ଆପଣଙ୍କ ଚାଟସକୁ ଆକାଉଣ୍ଟରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସେଭ କରିପାରେ । 

ଏହାର ଅର୍ଥ ହେଉଛି, ଆପଣଙ୍କ ଇଛ୍ଛା ଥାଉ କି ନଥାଉ, ଆପଣଙ୍କ ପର୍ସନାଲ ଡାଟା ପରି ହ୍ବାଟସଆପ ଚାଟସ କମ୍ପାନୀ ପାଖରେ କିଛି ଘଣ୍ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଷ୍ଟୋର ରହିବ । ଆପଣ ଯଦି ସବୁ କନେକ୍ଟିଭିଟି ଆପ୍ସ ପାଇଁ ଜେମିନୀ ଆକ୍ଟଇଭିଟିକୁ ରୋକିବାକୁ ଚାହାନ୍ତି, ତେବେ ନିଜର ଆଣ୍ଡ୍ରଏଡ ଫୋନ ଜେମିନୀକୁ ଓପନ କରନ୍ତୁ । ଏହାପରେ ପ୍ରୋଫାଇଲ ଫଟୋ ଆଇକନ ଉପରେ ଟ୍ୟାପ କରନ୍ତୁ ଓ ଜେମିନୀ ଆପ୍ସ ଆକ୍ଟିଭିଟି ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହାପରେ ଏକ ନୂଆ ପେଜ ଖୋଲିବ, ଯେଉଁଠାରେ ଆପଣଙ୍କୁ ଏହି ଫିଚରକୁ ବନ୍ଦ କରିବାର ଅପ୍ସନ ମିଳିବ ।