ସାବଧାନ... ପୁରୀରେ ମାତିଛନ୍ତି ପିଲାଚୋର ରାକେଟ୍
ପୁରୀ ୧୯।୦୩ : ସାବଧାନ। ପୁରୀରେ ମାତିଛନ୍ତି ପିଲାଚୋର ରାକେଟ୍। ପୁରୀ ସହର ସମେତ ସଦର ଅଞ୍ଚଳରୁ ତିନିଜଣ ସନ୍ଦିଗ୍ଧଙ୍କୁ ଲୋକମାନେ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି। ପିଲାଚୋରୀ କରି ପଳାଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ କେଉଁଠୁ ଆସୁଛନ୍ତି ସେନେଇ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ସୂଚନା ନାହିଁ। ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତି ପିଲାଚୋରୀ କରୁଥିବା ସନ୍ଦେହ କରି ତାକୁ ନିସ୍ତୁକ ମାଡ ମାରି ଲୋକମାନେ ପୋଲିସର ଜିମା ଦେଇଛନ୍ତି।ସେପଟେ ପୁରୀ ସଦର ପିଳିପିଳା ଓ ବାଲିପାଟଣା ଅଞ୍ଚଳରୁ ମଧ୍ୟ ଗ୍ରାମବାସୀ ମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି। ଜିଲ୍ଲାରେ ପିଲାଚୋରୀ ଗ୍ୟାଙ୍ଗ କାମ କରୁଛି ଓ ସନ୍ଦିଗ୍ଧ ମାନେ ବାଲାଂଦେଶୀ ବୋଲି ଅନୁମାନ କରାଯାଉଛି। ତେବେ ଗୋଟିଏ ଦିନରେ ପୁରୀ ସହର ଓ ସଦରରୁ ତିନିତିନି ଜଣ ପିଲାଚୋରଙ୍କୁ ଲୋକମାନେ କାବୁ କରିବା ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମାନେ ଜିଲ୍ଲାରେ ଆଉ କେଉଁ କେଉଁ ଅଞ୍ଚଳରେ ସକ୍ରିୟ ରହିଛନ୍ତି ତାହା ପୋଲିସ ପ୍ରଶାସନ ଅନୁସନ୍ଧାନ କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ପୁରୀ ଜିଲ୍ଲାରେ ପିଲାଚୋରୀ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ଘଟଣା ଆମ ନଜରକୁ ଆସିଛି ବୋଲି କହିଛନ୍ତି ଏସପି। ସନ୍ଦିଗ୍ଧ ପିଲାଚୋର ମାନଙ୍କୁ ମାଡ ନମାରିବାକୁ ସେ ସାମାଜିକ
ପୁରୀ ୧୯।୦୩ : ସାବଧାନ। ପୁରୀରେ ମାତିଛନ୍ତି ପିଲାଚୋର ରାକେଟ୍। ପୁରୀ ସହର ସମେତ ସଦର ଅଞ୍ଚଳରୁ ତିନିଜଣ ସନ୍ଦିଗ୍ଧଙ୍କୁ ଲୋକମାନେ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି। ପିଲାଚୋରୀ କରି ପଳାଉଥିବା ସମ୍ପୃକ୍ତ ବ୍ୟକ୍ତିମାନେ କେଉଁଠୁ ଆସୁଛନ୍ତି ସେନେଇ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପାଖରେ କୌଣସି ସୂଚନା ନାହିଁ। ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତି ପିଲାଚୋରୀ କରୁଥିବା ସନ୍ଦେହ କରି ତାକୁ ନିସ୍ତୁକ ମାଡ ମାରି ଲୋକମାନେ ପୋଲିସର ଜିମା ଦେଇଛନ୍ତି।
ସେପଟେ ପୁରୀ ସଦର ପିଳିପିଳା ଓ ବାଲିପାଟଣା ଅଞ୍ଚଳରୁ ମଧ୍ୟ ଗ୍ରାମବାସୀ ମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି। ଜିଲ୍ଲାରେ ପିଲାଚୋରୀ ଗ୍ୟାଙ୍ଗ କାମ କରୁଛି ଓ ସନ୍ଦିଗ୍ଧ ମାନେ ବାଲାଂଦେଶୀ ବୋଲି ଅନୁମାନ କରାଯାଉଛି। ତେବେ ଗୋଟିଏ ଦିନରେ ପୁରୀ ସହର ଓ ସଦରରୁ ତିନିତିନି ଜଣ ପିଲାଚୋରଙ୍କୁ ଲୋକମାନେ କାବୁ କରିବା ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏମାନେ ଜିଲ୍ଲାରେ ଆଉ କେଉଁ କେଉଁ ଅଞ୍ଚଳରେ ସକ୍ରିୟ ରହିଛନ୍ତି ତାହା ପୋଲିସ ପ୍ରଶାସନ ଅନୁସନ୍ଧାନ କରିବାକୁ ସାଧାରଣରେ ଦାବି ହୋଇଛି।
ଅନ୍ୟପଟେ ପୁରୀ ଜିଲ୍ଲାରେ ପିଲାଚୋରୀ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଏସପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଏଭଳି ଘଟଣା ଆମ ନଜରକୁ ଆସିଛି ବୋଲି କହିଛନ୍ତି ଏସପି। ସନ୍ଦିଗ୍ଧ ପିଲାଚୋର ମାନଙ୍କୁ ମାଡ ନମାରିବାକୁ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏଭଳି ଘଟଣା ଘଟିଲେ ପୋଲିସକୁ ଜଣାନ୍ତୁ। ପୋଲିସ ଘଟଣାର ସବିଶେଷ ତଦନ୍ତ କରିବ ବୋଲି ସୁଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର।