ସାମନ୍ଥା ନିଜ EX’କୁ ନେଇ କଲେ ଖୁଲାସା କହିଲେ-ମହଙ୍ଗା ଉପହାର ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛି

ମୁମ୍ଵାଇ ୨୪।୧୧; ନଭେମ୍ବର ୨ ରେ ବରୁଣ ଧାୱନ ଏବଂ ସାମନ୍ଥାଙ୍କ ଅଭିନୀତ 'ସିଟାଡେଲ: ହନି ବନି' ମୁକ୍ତିଲାଭ କରିଥିଲା। ଏହି ସିରିଜରେ ଉଭୟ ତାରକାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ସିରିଜ୍ ବହୁତ ଟ୍ରେଣ୍ଡ କରୁଛି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ ପାଇଁ ମଧ୍ୟ ଦାବି କରୁଛନ୍ତି । ଏହି ସିରିଜ ବରୁଣ ଧାୱନ ଏବଂ ସାମନ୍ଥାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।ନିକଟରେ ଆମାଜନ ପ୍ରାଇମ ଉଭୟ ତାରକାଙ୍କର ଏକ ମଜାଳିଆ ଭିଡିଓ ସେୟାର କରିଛି। ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି ।ନିକଟରେ ସେୟାର ହୋଇଥିବା ଭିଡିଓରେ ବରୁଣ ଧାୱନ ଏବଂ ସାମନ୍ଥା ରାପିଡ ଫାୟାର କରୁଥିବାର ନଜର ଆସିଛନ୍ତି। ସାମନ୍ଥା ଏହି ଖେଳର ନାମ ମସଲାଯୁକ୍ତ ରାପିଡ୍ ରଖିଛନ୍ତି।ଭିଡିଓରେ ସାମନ୍ଥା ବରୁଣଙ୍କୁ କୌତୁହଳପୂର୍ଣ୍ଣ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି। ଯେଉଁଥିରେ ଦୁହେଁ ଖୁବ୍‌ ହସୁଥିବାର ନଜର ଆସିଥିଲେ । View this post on InstagramA post shared by prime video IN (@primevideoin)ଖେଳର ଗୋଟିଏ ରାଉଣ୍ଡ ପରେ, ବରୁଣ ସାମନ୍ଥାଙ୍କୁ ପଚାରିଥିଲେ ଯେ ଆପଣ କେଉଁ ଜିନିଷ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ କେଉଁଟି ଅଦରକାରୀ ଥିଲା ? ଏହି ପ୍ରଶ୍ନର ଉତ୍ତର ଦେଇ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଏକ୍ସର ମହଙ୍ଗା ଉପହାର ଉପରେ । ବରୁଣ ଏହାର ମୂଲ୍ୟ ଜାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭି

ସାମନ୍ଥା ନିଜ EX’କୁ ନେଇ କଲେ ଖୁଲାସା କହିଲେ-ମହଙ୍ଗା ଉପହାର ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛି

ମୁମ୍ଵାଇ ୨୪।୧୧; ନଭେମ୍ବର ୨ ରେ ବରୁଣ ଧାୱନ ଏବଂ ସାମନ୍ଥାଙ୍କ ଅଭିନୀତ 'ସିଟାଡେଲ: ହନି ବନି' ମୁକ୍ତିଲାଭ କରିଥିଲା। ଏହି ସିରିଜରେ ଉଭୟ ତାରକାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ସିରିଜ୍ ବହୁତ ଟ୍ରେଣ୍ଡ କରୁଛି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ ପାଇଁ ମଧ୍ୟ ଦାବି କରୁଛନ୍ତି । ଏହି ସିରିଜ ବରୁଣ ଧାୱନ ଏବଂ ସାମନ୍ଥାଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।ନିକଟରେ ଆମାଜନ ପ୍ରାଇମ ଉଭୟ ତାରକାଙ୍କର ଏକ ମଜାଳିଆ ଭିଡିଓ ସେୟାର କରିଛି। ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି ।

ନିକଟରେ ସେୟାର ହୋଇଥିବା ଭିଡିଓରେ ବରୁଣ ଧାୱନ ଏବଂ ସାମନ୍ଥା ରାପିଡ ଫାୟାର କରୁଥିବାର ନଜର ଆସିଛନ୍ତି। ସାମନ୍ଥା ଏହି ଖେଳର ନାମ ମସଲାଯୁକ୍ତ ରାପିଡ୍ ରଖିଛନ୍ତି।ଭିଡିଓରେ ସାମନ୍ଥା ବରୁଣଙ୍କୁ କୌତୁହଳପୂର୍ଣ୍ଣ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି। ଯେଉଁଥିରେ ଦୁହେଁ ଖୁବ୍‌ ହସୁଥିବାର ନଜର ଆସିଥିଲେ । 

ଖେଳର ଗୋଟିଏ ରାଉଣ୍ଡ ପରେ, ବରୁଣ ସାମନ୍ଥାଙ୍କୁ ପଚାରିଥିଲେ ଯେ ଆପଣ କେଉଁ ଜିନିଷ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ କେଉଁଟି ଅଦରକାରୀ ଥିଲା ? ଏହି ପ୍ରଶ୍ନର ଉତ୍ତର ଦେଇ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଏକ୍ସର ମହଙ୍ଗା ଉପହାର ଉପରେ । ବରୁଣ ଏହାର ମୂଲ୍ୟ ଜାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିନେତ୍ରୀ ଏହି ପ୍ରଶ୍ନକୁ ଏଡାଇ ଦେଇଥିଲେ। ଏହି ପ୍ରଶ୍ନଗୁଡିକ ସହିତ, ଦୁହେଁ ପରସ୍ପରକୁ ଆହୁରି ଅନେକ ପ୍ରଶ୍ନ ପଚାରିଥିଲେ । ଯାହା ଖୁବ୍‌ ମଜାଦାର ଥିଲା । କହିବାକୁ ଗଲେ ଏହି ସିରିଜ୍ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେଉଛି ।