ସାମରିକ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେଲା ଭାରତ: ଦୂରଗାମୀ ହାଇପରସୋନିକ ମିସାଇଲ୍‌ର ସଫଳ ପରୀକ୍ଷଣ

ଭଦ୍ରକ: ପ୍ରତିରକ୍ଷା ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ଏକ ନୂଆ ସଫଳତା ହାସଲ କରିଛି। ଶନିବାର ଦୂରଗାମୀ ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଭଦ୍ରକରେ ଥିବା ଅବଦୁଲ କଲାମ ଦ୍ୱୀପରୁ ଏହି ଦୂରଗାମୀ ହାଇପରସୋନିକ ମିସାଇଲ୍‌ର ପରୀକ୍ଷଣ କରାଯାଇଥିଲା। ପରୀକ୍ଷା ସଫଳ ହେବା ପରେ ଭାରତ ପ୍ରତିରକ୍ଷା ଦିଗରେ ଏକ ମାଇଲଖୁଣ୍ଡ ହାସଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଥିବା ମିସାଇଲକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ନିର୍ମାଣ କରାଯାଇଛି। ଏହାକୁ ଏମିତି ଡିଜାଇନ କରାଯାଇଛି ଯେ ଏହା ଏକାଧିକ ପେଲୋଡ୍ ନେଇ ୧୫୦୦ କିମି ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ। ଭାରତର ସବୁ ବିଭାଗର ସୁରକ୍ଷା ବଳ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମିସାଇଲ ହେବ। ଶନିବାର ସନ୍ଧ୍ୟାରେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ମିସାଇଲ ପରୀକ୍ଷଣ କରାଯାଇଥିଲା। ଏହାର ପରୀକ୍ଷା ସଫଳ ହେବା ପରେ ଭାରତ କିଛି ନିର୍ଦ୍ଦିଷ୍ଟ ଶକ୍ତିଶାଳୀ ଦେଶଙ୍କ ଗ୍ରୁପରେ ସାମିଲ ହୋଇଛି। ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓଙ୍କୁ ପ୍ରଶଂସା କରି ଲେଖିଛନ୍ତି “ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ କରି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

ସାମରିକ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେଲା ଭାରତ: ଦୂରଗାମୀ ହାଇପରସୋନିକ ମିସାଇଲ୍‌ର ସଫଳ ପରୀକ୍ଷଣ

ଭଦ୍ରକ: ପ୍ରତିରକ୍ଷା ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ଏକ ନୂଆ ସଫଳତା ହାସଲ କରିଛି। ଶନିବାର ଦୂରଗାମୀ ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଓଡ଼ିଶାର ଭଦ୍ରକରେ ଥିବା ଅବଦୁଲ କଲାମ ଦ୍ୱୀପରୁ ଏହି ଦୂରଗାମୀ ହାଇପରସୋନିକ ମିସାଇଲ୍‌ର ପରୀକ୍ଷଣ କରାଯାଇଥିଲା। ପରୀକ୍ଷା ସଫଳ ହେବା ପରେ ଭାରତ ପ୍ରତିରକ୍ଷା ଦିଗରେ ଏକ ମାଇଲଖୁଣ୍ଡ ହାସଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। 

ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଥିବା ମିସାଇଲକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ୱାରା ନିର୍ମାଣ କରାଯାଇଛି। ଏହାକୁ ଏମିତି ଡିଜାଇନ କରାଯାଇଛି ଯେ ଏହା ଏକାଧିକ ପେଲୋଡ୍ ନେଇ ୧୫୦୦ କିମି ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ। ଭାରତର ସବୁ ବିଭାଗର ସୁରକ୍ଷା ବଳ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମିସାଇଲ ହେବ। 

ଶନିବାର ସନ୍ଧ୍ୟାରେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ମିସାଇଲ ପରୀକ୍ଷଣ କରାଯାଇଥିଲା। ଏହାର ପରୀକ୍ଷା ସଫଳ ହେବା ପରେ ଭାରତ କିଛି ନିର୍ଦ୍ଦିଷ୍ଟ ଶକ୍ତିଶାଳୀ ଦେଶଙ୍କ ଗ୍ରୁପରେ ସାମିଲ ହୋଇଛି। 

ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓଙ୍କୁ ପ୍ରଶଂସା କରି ଲେଖିଛନ୍ତି “ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ କରି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହି ସଫଳତା ପରେ ଭାରତ ଉନ୍ନତ ସାମରିକ ସାମର୍ଥ୍ୟ ଥିବା କିଛି ଶକ୍ତିଶାଳୀ ଦେଶ ମଧ୍ୟରେ ସାମିଲ ହୋଇଛି।” ଏଥିପାଇଁ ରାଜନାଥ ସିଂହ ଡିଆରଡିଓ ସମେତ, ସେନା କର୍ମୀ ଓ ଏଥିରେ ସାମିଲ ଥିବା ଇଣ୍ଡଷ୍ଟ୍ରୀ ପାର୍ଟନରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହି ମିସାଇଲ୍ ହାଇଦ୍ରାବାଦର ଡକ୍ଟର ଏପିଜେ ଅବଦୁଲ କଲାମ ମିସାଇଲ୍ କମ୍ପ୍ଲେକ୍ସର ଲାବୋରେଟୋରୀରେ ଡେଭଲପ କରାଯାଇଥିଲା। ଡିଆରଡିଓ ଲ୍ୟାବ ଏବଂ ପ୍ରତିରକ୍ଷା କ୍ଷେତ୍ରରେ କାମ କରୁଥିବା କିଛି ଶିଳ୍ପ ସଂସ୍ଥା ମିସି ଏହି ମିସାଇଲ୍‌ର ବିକାଶ କରିଥିଲେ। ଏହା “ମେକ୍ ଇନ୍ ଇଣ୍ଡିଆ” ଏକ ଉତ୍ତମ ନିର୍ଦ୍ଦଶନ। ସୂଚନା ଥାଉକି, ଶବ୍ଦ ଠାରୁ ୫ ଗୁଣା ଅଧିକ ସ୍ପିଡ୍‌ରେ ହାଇପରସୋନିକ ମିସାଇଲ୍ ଗତି କରିପାରିବ। ତେଣୁ ଏହାକୁ ଡିଟେକ୍ଟ କରି ନଷ୍ଟ କରିବା କଷ୍ଟକର।