ସାମାଜିକ ସୁରକ୍ଷା ପେନ୍‌ସନ୍ ପାଇଁ ୭ ହଜାର ୬୦୦ କୋଟି ବ୍ୟୟବରାଦ : ଭତ୍ତା ୩ ହଜାର ୫ ଶହ ଟଙ୍କା ହେବ

ଭୁବନେଶ୍ବର ୨୫।୭: ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ସରକାରଙ୍କ ଏହା ପ୍ରଥମ ବଜେଟ୍ । ଚଳିତ ବର୍ଷ ବଜେଟ୍‌ର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି ।ସମାଜର ସମସ୍ତ ବର୍ଗ ବିଶେଷତଃ ଗରିବ ଓ ଦୁର୍ବଳ ଲୋକଙ୍କୁ ସାମାଜିକ ନ୍ୟାୟ, ସମାନତା ଓ ଅନ୍ତର୍ଭୁକ୍ତିକରଣ ନୀତି ମାଧ୍ୟମରେ ସଶକ୍ତ କରିବାର ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ପେନ୍‌ସନ୍ ପାଇଁ ୭ ହଜାର ୬୦୦ କୋଟିର ବ୍ୟୟବରାଦ । ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ ଶହ ଟଙ୍କା ହେବ । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା ।ଭିନ୍ନକ୍ଷମ କଲ୍ୟାଣ ପାଇଁ ୩ ଶହ ୨ କୋଟି ଟଙ୍କା ବ୍ୟୟବରାଦ । ନିଶାମୁକ୍ତି କାର୍ଯ୍ୟକ୍ରମ ପାଇଁ ୨୦ କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ । ଆଦର୍ଶ ଆଦିବାସୀ ଗ୍ରାମ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାର ଲକ୍ଷ୍ୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାରି ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ କରାଯିବ । ପିଏମ୍-ଅଜୟ ଯୋଜନା ପାଇଁ ୨ ଶହ ୬୬ କୋଟି ଟଙ୍କାର ବ୍ୟବବରାଦ । OPELIP Plus କାର୍ଯ୍ୟକ୍ରମ ଅଧିନରେ ୯୦ କୋଟି ଟଙ୍କା ବ୍ୟୟବରାଦ । You Can Read:ଚଳିତ ବର୍ଷ ବଢିଲା କୃଷି ବଜେଟ୍ ପରିମାଣ : ସମୃଦ୍ଧ କୃଷକ ଯୋଜନା ଘୋଷଣା, ଚାଷୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନା

ସାମାଜିକ ସୁରକ୍ଷା ପେନ୍‌ସନ୍ ପାଇଁ ୭ ହଜାର ୬୦୦ କୋଟି ବ୍ୟୟବରାଦ : ଭତ୍ତା ୩ ହଜାର ୫ ଶହ ଟଙ୍କା ହେବ

ଭୁବନେଶ୍ବର ୨୫ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ସରକାରଙ୍କ ଏହା ପ୍ରଥମ ବଜେଟ୍ । ଚଳିତ ବର୍ଷ ବଜେଟ୍‌ର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି ।

ସମାଜର ସମସ୍ତ ବର୍ଗ ବିଶେଷତଃ ଗରିବ ଓ ଦୁର୍ବଳ ଲୋକଙ୍କୁ ସାମାଜିକ ନ୍ୟାୟ, ସମାନତା ଓ ଅନ୍ତର୍ଭୁକ୍ତିକରଣ ନୀତି ମାଧ୍ୟମରେ ସଶକ୍ତ କରିବାର ଆବଶ୍ୟକତା ରହିଛି । 

ସାମାଜିକ ସୁରକ୍ଷା ପେନ୍‌ସନ୍ ପାଇଁ ୭ ହଜାର ୬୦୦ କୋଟିର ବ୍ୟୟବରାଦ । ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ ଶହ ଟଙ୍କା ହେବ । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା ।

ଭିନ୍ନକ୍ଷମ କଲ୍ୟାଣ ପାଇଁ ୩ ଶହ ୨ କୋଟି ଟଙ୍କା ବ୍ୟୟବରାଦ । ନିଶାମୁକ୍ତି କାର୍ଯ୍ୟକ୍ରମ ପାଇଁ ୨୦ କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ । 

ଆଦର୍ଶ ଆଦିବାସୀ ଗ୍ରାମ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବାର ଲକ୍ଷ୍ୟ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାରି ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ କରାଯିବ । ପିଏମ୍-ଅଜୟ ଯୋଜନା ପାଇଁ ୨ ଶହ ୬୬ କୋଟି ଟଙ୍କାର ବ୍ୟବବରାଦ । OPELIP Plus କାର୍ଯ୍ୟକ୍ରମ ଅଧିନରେ ୯୦ କୋଟି ଟଙ୍କା ବ୍ୟୟବରାଦ । 

You Can Read:

ଚଳିତ ବର୍ଷ ବଢିଲା କୃଷି ବଜେଟ୍ ପରିମାଣ : ସମୃଦ୍ଧ କୃଷକ ଯୋଜନା ଘୋଷଣା, ଚାଷୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନା