ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ସାହୁ ନିଜ ବିଧବା ଭାଉଜ ସସ୍ମିତା ସାହୁ(୩୨)ଙ୍କୁ ନିର୍ମମ ଭାବେ ଛୁରି ଭୂଷି ହତ୍ୟା କରିବା ପରେ ହତ୍ୟା କାଣ୍ଡରେ ବ୍ୟବୃହତ ଧାରୁଆ ଛୁରି ସହ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ବିବରଣୀ ଅନୁଯାୟୀ ବରଡାବିଲି ଗ୍ରାମର ସିକନ୍ଦର ସାହୁଙ୍କ ପାଞ୍ଚ ପୁଅ ମଧ୍ୟରୁ ଶିବରାମ ସାହୁ କ୍ୟାନସରରେ […] The post ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା appeared first on Dharitri Odia News.

ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ସାହୁ ନିଜ ବିଧବା ଭାଉଜ ସସ୍ମିତା ସାହୁ(୩୨)ଙ୍କୁ ନିର୍ମମ ଭାବେ ଛୁରି ଭୂଷି ହତ୍ୟା କରିବା ପରେ ହତ୍ୟା କାଣ୍ଡରେ ବ୍ୟବୃହତ ଧାରୁଆ ଛୁରି ସହ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ମିଳିଥିବା ବିବରଣୀ ଅନୁଯାୟୀ ବରଡାବିଲି ଗ୍ରାମର ସିକନ୍ଦର ସାହୁଙ୍କ ପାଞ୍ଚ ପୁଅ ମଧ୍ୟରୁ ଶିବରାମ ସାହୁ କ୍ୟାନସରରେ ମୃତ୍ୟୁବରଣ କରିବା ପରେ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ ନିଜର ଏକ ମାତ୍ର ଝିଅ ଜ୍ୟୋତି ସାହୁ(୧୦)ଙ୍କ ସହ ଘରେ ରହୁଥିଲେ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସିଲେଇ କରି ପରିବାର ପ୍ରତି ପୋଷଣ କରୁଥିଲେ। ସବୁଦିନ ପରି ଆଜି ଝିଅ ଜ୍ୟୋତି ନିକଟସ୍ଥ ବିଦ୍ୟାଳୟକୁ ଯିବା ପରେ ବଳରାମ ମଧ୍ୟାହ୍ନ ସମୟରେ ସସ୍ମିତା ନିକଟକୁ ଆସିଥିଲେ। କୌଣସି କରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ଏଥିରେ ଉତ୍ତକ୍ଷିପ୍ତ ହୋଇ ପୁତୁରା ବଳରାମ ସାଙ୍ଗରେ ଆଣିଥିବା ଧାରୁଆ ଛୁରିରେ ଖୁଡି ସସ୍ମିତାଙ୍କୁ ଆକ୍ରମଣ କରିବା ସହ ତଣ୍ଟି କାଟି ହତ୍ୟା କରିବା ପରେ ଧରାକୋଟ ଥାନାରେ ଆତ୍ମସମର୍ପଣ କରିଥିଲେ।

The post ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା appeared first on Dharitri Odia News.