ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ କରିଥିଲେ ହତ୍ୟା: ଏବେ ମିଳିଲା ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୨୪।୩(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୨ୟ ଗଳିରେ ୨୦୨୩ ଡିସେମ୍ବର ୧୧ରେ ରଙ୍କ ସେଠୀ(୬୭)ଙ୍କ ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା। ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଉକ୍ତ ହତ୍ୟା ମାମଲାର ଶୁଣାଣି ସୋମବାର କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ସେ ଅଭିଯୁକ୍ତ ନିମଖଣ୍ଡି ବଡ ସାହିର ହରିହର ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସାମାନ୍ୟ ବଚସା ଓ ଗାଳିକୁ କେନ୍ଦ୍ରକରି ରଙ୍କଙ୍କ ଉପରେ ରାଗ ସୁଝାଇବାକୁ ଚାହିଁଥିଲେ […] The post ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ କରିଥିଲେ ହତ୍ୟା: ଏବେ ମିଳିଲା ଆଜୀବନ କାରାଦଣ୍ଡ appeared first on Dharitri Odia News.
ବ୍ରହ୍ମପୁର,୨୪।୩(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୨ୟ ଗଳିରେ ୨୦୨୩ ଡିସେମ୍ବର ୧୧ରେ ରଙ୍କ ସେଠୀ(୬୭)ଙ୍କ ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା। ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଉକ୍ତ ହତ୍ୟା ମାମଲାର ଶୁଣାଣି ସୋମବାର କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ସେ ଅଭିଯୁକ୍ତ ନିମଖଣ୍ଡି ବଡ ସାହିର ହରିହର ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସାମାନ୍ୟ ବଚସା ଓ ଗାଳିକୁ କେନ୍ଦ୍ରକରି ରଙ୍କଙ୍କ ଉପରେ ରାଗ ସୁଝାଇବାକୁ ଚାହିଁଥିଲେ ହରିହର। ଘଟଣାଦିନ ବଢି ଭୋରରୁ ରଙ୍କ ଚା’ ପିଇବାକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ହରିହର ଏକ ଛୁରିରେ ଭୁସି ହତ୍ୟା କରିଥିଲେ। ଅଭିଯୋଗ ପରେ ଟାଉନଥାନା ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲା। ଉକ୍ତ ଥାନାର ତତ୍କାଳୀନ ଏସଆଇ ତଥା ତଦନ୍ତକାରୀ ଅଧିକାରୀ ସିଲୁ ଧଳ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାରଣାବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ ଆଧାର ରେ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର (ପିପି) ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରିଥିଲେ।
The post ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ କରିଥିଲେ ହତ୍ୟା: ଏବେ ମିଳିଲା ଆଜୀବନ କାରାଦଣ୍ଡ appeared first on Dharitri Odia News.