ସାମ୍ନାକୁ ଆସିବ କୋଲକାତା ସତ, ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ସମେତ ୭ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ

ପଶ୍ଚିମବଙ୍ଗ ୨୪/୦୮: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାମ୍ନାକୁ ଆସିବ ଅସଲ ସତ । କାରଣ ଘଟଣାରେ ସ୍କାନରକୁ ଆସିଥିବା ମୋଟ ୭ଜଣଙ୍କର ଚାଲିଛି  ପଲିଗ୍ରାଫ୍ ଟେଷ୍ଟ । ସିବିଆଇର କୋଲକାତା କାର୍ଯ୍ୟାଳୟରେ ଅଭିଯୁକ୍ତ ସଞ୍ଜୟ ରୟ, ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଡଃ ସନ୍ଦୀପ ଘୋଷ, ଘଟଣାର ରାତିରେ ପୀଡିତାଙ୍କ ସହ ଥିବା ଚାରିଜଣ ଡାକ୍ତରଙ୍କ ସହ ଜଣେ ସ୍ୱେଚ୍ଛାସେବୀଙ୍କର ପଲିଗ୍ରାଫ୍ ପରୀକ୍ଷା କରାଯାଉଛି । ସିବିଆଇ ଏହି କର୍ମଚାରୀଙ୍କ ବିବୃତ୍ତି ଯାଞ୍ଚ କରିବାକୁ ଲକ୍ଷ୍ୟ ରଖିଛି, ଯେହେତୁ ଅନ୍ୟ ଡାକ୍ତରୀ ରିପୋର୍ଟ ସେମାନଙ୍କୁ ଏହି ଘଟଣା ସହିତ ସ୍ପଷ୍ଟ ଭାବରେ ଯୋଡିବାରେ ବିଫଳ ହୋଇଛି । ସିବିଆଇ ଜାଣିବାକୁ ଚାହୁଁଛି ଯେ ଏହି ଚାରିଜଣ କୌଣସି ପ୍ରକାରେ ପ୍ରମାଣକୁ ବଦଳାଇ ଦେଇଛନ୍ତି ନା ସେମାନେ କିଛି ଷଡଯନ୍ତ୍ରର ଅଂଶ ଅଟନ୍ତି । ଅଭିଯୁକ୍ତ ସଞ୍ଜୟଙ୍କ ସାଇକୋଆନାଲିସିସରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଆସିଛି । ଜଣେ ସିବିଆଇ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ସାଇକୋଆନାଲିସିସ୍ ସୂଚାଇ ଦେଇଛି ଯେ ସେ ଜଣେ ପଶୁ ପ୍ରକୃତିର ବ୍ୟକ୍ତି । ପଚରାଉଚରା ପରେ ସିବିଆଇ ଶୁକ୍ରବାର ଦିନ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିଲଡାର ସ୍ୱତନ୍ତ୍ର କୋର୍ଟରେ ଉପସ୍ଥାପନ କରିଛି । ଯେଉଁଠାରୁ କୋର୍ଟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ସାମ୍ନାକୁ ଆସିବ କୋଲକାତା ସତ, ସଞ୍ଜୟ ରୟ ଓ ସନ୍ଦୀପ ଘୋଷଙ୍କ ସମେତ ୭ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ

ପଶ୍ଚିମବଙ୍ଗ ୨୪/୦୮: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାମ୍ନାକୁ ଆସିବ ଅସଲ ସତ । କାରଣ ଘଟଣାରେ ସ୍କାନରକୁ ଆସିଥିବା ମୋଟ ୭ଜଣଙ୍କର ଚାଲିଛି  ପଲିଗ୍ରାଫ୍ ଟେଷ୍ଟ । ସିବିଆଇର କୋଲକାତା କାର୍ଯ୍ୟାଳୟରେ ଅଭିଯୁକ୍ତ ସଞ୍ଜୟ ରୟ, ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଡଃ ସନ୍ଦୀପ ଘୋଷ, ଘଟଣାର ରାତିରେ ପୀଡିତାଙ୍କ ସହ ଥିବା ଚାରିଜଣ ଡାକ୍ତରଙ୍କ ସହ ଜଣେ ସ୍ୱେଚ୍ଛାସେବୀଙ୍କର ପଲିଗ୍ରାଫ୍ ପରୀକ୍ଷା କରାଯାଉଛି । 

ସିବିଆଇ ଏହି କର୍ମଚାରୀଙ୍କ ବିବୃତ୍ତି ଯାଞ୍ଚ କରିବାକୁ ଲକ୍ଷ୍ୟ ରଖିଛି, ଯେହେତୁ ଅନ୍ୟ ଡାକ୍ତରୀ ରିପୋର୍ଟ ସେମାନଙ୍କୁ ଏହି ଘଟଣା ସହିତ ସ୍ପଷ୍ଟ ଭାବରେ ଯୋଡିବାରେ ବିଫଳ ହୋଇଛି । ସିବିଆଇ ଜାଣିବାକୁ ଚାହୁଁଛି ଯେ ଏହି ଚାରିଜଣ କୌଣସି ପ୍ରକାରେ ପ୍ରମାଣକୁ ବଦଳାଇ ଦେଇଛନ୍ତି ନା ସେମାନେ କିଛି ଷଡଯନ୍ତ୍ରର ଅଂଶ ଅଟନ୍ତି । 

ଅଭିଯୁକ୍ତ ସଞ୍ଜୟଙ୍କ ସାଇକୋଆନାଲିସିସରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଆସିଛି । ଜଣେ ସିବିଆଇ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ସାଇକୋଆନାଲିସିସ୍ ସୂଚାଇ ଦେଇଛି ଯେ ସେ ଜଣେ ପଶୁ ପ୍ରକୃତିର ବ୍ୟକ୍ତି । ପଚରାଉଚରା ପରେ ସିବିଆଇ ଶୁକ୍ରବାର ଦିନ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିଲଡାର ସ୍ୱତନ୍ତ୍ର କୋର୍ଟରେ ଉପସ୍ଥାପନ କରିଛି । ଯେଉଁଠାରୁ କୋର୍ଟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।