ସାମ୍ନାକୁ ଆସିଲା 'ରାମାୟଣର' ଟିଜର, ପୂରା ଷ୍ଟାରକାଷ୍ଟଙ୍କ ଚରିତ୍ର ଉପରୁ ହଠିଲା ପରଦା
ମୁମ୍ଵାଇ ୦୪।୦୭; ବଲିଉଡ ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁର ଏବଂ ସାଉଥ ସୁପରଷ୍ଟାର ୟଶଙ୍କ ଆଗାମୀ ଫିଲ୍ମ 'ରାମାୟଣ' ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ଦୀର୍ଘ ଅପେକ୍ଷା ପରେ, ଶେଷରେ ଏହି ଫିଲ୍ମର ପ୍ରଥମ ଝଲକ ସାମ୍ନାକୁ ଆସିଛି । ନିର୍ମାତା ନମିତ ମଲହୋତ୍ରା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଝଲକ ଟିଜର ସେୟାର କରିଛନ୍ତି । ଦେଶର ୯ଟି ସହରରେ ଏହି ଝଲକ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତା, ପୁନେ ଏବଂ କୋଚି ସାମିଲ।ନିର୍ମାତା ନମିତ ମଲହୋତ୍ରା ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଝଲକ ଟିଜର ସେୟାର କରିଛନ୍ତି । ପ୍ରଥମ ଲୁକ୍ ଟିଜର ଭିଡିଓରେ ରଣବୀର କପୁର ଏବଂ ୟଶଙ୍କ ଲୁକ୍ ଦେଖିବାକୁ ମିଳିଛି । ପ୍ରଥମ ଲୁକ୍ ଭିଡିଓରେ ରାମ ଏବଂ ରାବଣଙ୍କ ମଧ୍ୟରେ ଲଢ଼େଇ ଦେଖାଯାଇଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ରଣବୀର ଏବଂ ୟଶଙ୍କୁ ବହୁତ ପସନ୍ଦ କରୁଛନ୍ତି । ରାବଣ ଭୂମିକାରେ ୟଶଙ୍କୁ ଦେଖି ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ସମସ୍ତ ଷ୍ଟାରକାଷ୍ଟଙ୍କ ନାଁ ଏବଂ ଚରିତ୍ର ମଧ୍ୟ ସାମ୍ନାକୁ ଆସିଛି । ରଣବୀର ଫିଲ୍ମରେ ରାମ ଭୂମିକାରେ ଅଭିନୟ କରୁଥିବା ବେଳେ ସାଇ ପଲ୍ଲବୀ ଫିଲ୍ମରେ ମା ସୀତା ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ଭାଗ ୨୦୨୬ରେ ମୁକ୍ତିଲାଭ କରିବ। ଦ୍ୱିତୀୟ ଭାଗ ୨୦୨୭ରେ ରିଲିଜ୍ ହେବ ।ନିର୍ମାତା ନମିତ ମଲ
ମୁମ୍ଵାଇ ୦୪।୦୭; ବଲିଉଡ ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁର ଏବଂ ସାଉଥ ସୁପରଷ୍ଟାର ୟଶଙ୍କ ଆଗାମୀ ଫିଲ୍ମ 'ରାମାୟଣ' ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ଦୀର୍ଘ ଅପେକ୍ଷା ପରେ, ଶେଷରେ ଏହି ଫିଲ୍ମର ପ୍ରଥମ ଝଲକ ସାମ୍ନାକୁ ଆସିଛି । ନିର୍ମାତା ନମିତ ମଲହୋତ୍ରା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଝଲକ ଟିଜର ସେୟାର କରିଛନ୍ତି । ଦେଶର ୯ଟି ସହରରେ ଏହି ଝଲକ ପ୍ରଦର୍ଶିତ ହୋଇଛି । ଯେଉଁଥିରେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତା, ପୁନେ ଏବଂ କୋଚି ସାମିଲ।
ନିର୍ମାତା ନମିତ ମଲହୋତ୍ରା ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଝଲକ ଟିଜର ସେୟାର କରିଛନ୍ତି । ପ୍ରଥମ ଲୁକ୍ ଟିଜର ଭିଡିଓରେ ରଣବୀର କପୁର ଏବଂ ୟଶଙ୍କ ଲୁକ୍ ଦେଖିବାକୁ ମିଳିଛି । ପ୍ରଥମ ଲୁକ୍ ଭିଡିଓରେ ରାମ ଏବଂ ରାବଣଙ୍କ ମଧ୍ୟରେ ଲଢ଼େଇ ଦେଖାଯାଇଛି । ସୋସିଆଲ ମିଡିଆରେ ପ୍ରଶଂସକମାନେ ରଣବୀର ଏବଂ ୟଶଙ୍କୁ ବହୁତ ପସନ୍ଦ କରୁଛନ୍ତି । ରାବଣ ଭୂମିକାରେ ୟଶଙ୍କୁ ଦେଖି ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ସମସ୍ତ ଷ୍ଟାରକାଷ୍ଟଙ୍କ ନାଁ ଏବଂ ଚରିତ୍ର ମଧ୍ୟ ସାମ୍ନାକୁ ଆସିଛି । ରଣବୀର ଫିଲ୍ମରେ ରାମ ଭୂମିକାରେ ଅଭିନୟ କରୁଥିବା ବେଳେ ସାଇ ପଲ୍ଲବୀ ଫିଲ୍ମରେ ମା ସୀତା ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ପ୍ରଥମ ଭାଗ ୨୦୨୬ରେ ମୁକ୍ତିଲାଭ କରିବ। ଦ୍ୱିତୀୟ ଭାଗ ୨୦୨୭ରେ ରିଲିଜ୍ ହେବ ।


ନିର୍ମାତା ନମିତ ମଲହୋତ୍ରା ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଦଶ ବର୍ଷର ଆକାଂକ୍ଷା । ସର୍ବକାଳୀନ ମହାକାବ୍ୟକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବା ପାଇଁ ନିରନ୍ତର ବିଶ୍ୱାସ । ବିଶ୍ୱର କିଛି ଶ୍ରେଷ୍ଠ ବ୍ୟକ୍ତିଙ୍କ ସହଯୋଗ ମାଧ୍ୟମରେ ଏକ ଫଳାଫଳ ଯାହା ନିଶ୍ଚିତ କରିବ ଯେ ରାମାୟଣକୁ ସର୍ବୋତ୍ତମ ଶ୍ରଦ୍ଧା ଏବଂ ସମ୍ମାନ ସହିତ ଉପସ୍ଥାପନ କରାଯାଇଛି । ଆରମ୍ଭକୁ ସ୍ୱାଗତ । ଆସନ୍ତୁ ରାମ ବନାମ ରାବଣର ଅମର କାହାଣୀକୁ ପାଳନ କରିବା । ଆମର ସତ୍ୟ । ଆମର ଇତିହାସ ।'