ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତାଙ୍କୁ ହୃଦଘାତ, ଘଟଣାସ୍ଥଳରେ ମୃତ୍ୟୁ, ଦେଖନ୍ତୁ Video

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ସାମ୍ବାଦିକ ସମ୍ମିଳନୀ କାଳରେ କୁରୁପା ସମୂଦାୟ ସଂଘର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ସି.କେ.ରବିଚନ୍ଦ୍ରନ (୬୩)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ରବିଚନ୍ଦ୍ରନ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟାଙ୍କ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଏହି ସମୟରେ ତାଙ୍କର ଅଚାନକ ହୃଦଘାତ ହୋଇଥିଲା ଓ ସେ ଚେୟାରରୁ ସାମ୍ନାକୁ ଟଳି ପଡିଥିଲେ। ଘଟଣାକୁ ନେଇ କଂଗ୍ରେସ ପାର୍ଟି ଓ ସ୍ଥାନୀୟ ସମୂଦାୟରେ ଶୋକର ଲହରୀ ଖେଳି ଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସିଦ୍ଦା ରମୈୟା ଲେଖିଛନ୍ତି ଯେ ରାଜ୍ୟପାଳଙ୍କ ପ୍ରୋସିକ୍ୟୁସନ ଆଦେଶ ବିରୋଧରେ କର୍ଣ୍ଣାଟକ ରାଜ୍ୟ ପଛୁଆବର୍ଗ ଓ ସଂଖ୍ୟାଲଘୁ ଆସୋସିଏସନ ପକ୍ଷରୁ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଆସୋସିଏସନର ସଦସ୍ୟ ତଥା ଆମ ପାର୍ଟିର କାର୍ଯ୍ୟକର୍ତ୍ତା ସି.କେ. ରବିଚନ୍ଦ୍ରନଙ୍କ ହୃଦଘାତ ହେବାରୁ ତାଙ୍କର ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। TRIGGER WARNING !!!!Karnataka Congress' CK Ravichandran dies of Cardiac Arrest during a LIVE press conference at the press club near Cubbon Park. pic.twitter.com/Ycj94tVF8L—

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତାଙ୍କୁ ହୃଦଘାତ, ଘଟଣାସ୍ଥଳରେ ମୃତ୍ୟୁ, ଦେଖନ୍ତୁ Video

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ସାମ୍ବାଦିକ ସମ୍ମିଳନୀ କାଳରେ କୁରୁପା ସମୂଦାୟ ସଂଘର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ସି.କେ.ରବିଚନ୍ଦ୍ରନ (୬୩)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ରବିଚନ୍ଦ୍ରନ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟାଙ୍କ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ଏହି ସମୟରେ ତାଙ୍କର ଅଚାନକ ହୃଦଘାତ ହୋଇଥିଲା ଓ ସେ ଚେୟାରରୁ ସାମ୍ନାକୁ ଟଳି ପଡିଥିଲେ। ଘଟଣାକୁ ନେଇ କଂଗ୍ରେସ ପାର୍ଟି ଓ ସ୍ଥାନୀୟ ସମୂଦାୟରେ ଶୋକର ଲହରୀ ଖେଳି ଯାଇଛି। 

ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସିଦ୍ଦା ରମୈୟା ଲେଖିଛନ୍ତି ଯେ ରାଜ୍ୟପାଳଙ୍କ ପ୍ରୋସିକ୍ୟୁସନ ଆଦେଶ ବିରୋଧରେ କର୍ଣ୍ଣାଟକ ରାଜ୍ୟ ପଛୁଆବର୍ଗ ଓ ସଂଖ୍ୟାଲଘୁ ଆସୋସିଏସନ ପକ୍ଷରୁ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଆସୋସିଏସନର ସଦସ୍ୟ ତଥା ଆମ ପାର୍ଟିର କାର୍ଯ୍ୟକର୍ତ୍ତା ସି.କେ. ରବିଚନ୍ଦ୍ରନଙ୍କ ହୃଦଘାତ ହେବାରୁ ତାଙ୍କର ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। 


ଉଲ୍ଲେଖଯୋଗ୍ୟ ଯେ ରବିଚନ୍ଦ୍ରନ କଂଗ୍ରେସ ଅଭିଯାନ କମିଟିର ସଦସ୍ୟ ଥିଲେ। ସେ ମୈସୁର ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟାଙ୍କ ବିରୋଧରେ ରାଜ୍ୟପାଳ ପ୍ରୋସିକ୍ୟୁସନ ଅନୁମତି ଦେବା ବିରୋଧରେ ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ। ପୋଲିସ ସୂଚନା ଅନୁସାରେ ତାଙ୍କୁ ହୃଦଘାତ ହେବାରୁ କନିଂଘମ ରୋଡସ୍ଥିତ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା। ତେବେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 


କର୍ଣ୍ଣାଟକ ରାଜ୍ୟପାଳ ଥାବର ଚନ୍ଦ ଗହଲୋତ ମୈସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି (ଏମୟୁଡିଏ) ର ଭୂମି ଆବଣ୍ଟନରେ କଥିତ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଯାଞ୍ଚକୁ ମଞ୍ଜୁରୀ ଦେଇଛନ୍ତି। ଯାହାକୁ ନେଇ କ୍ଷମତାସୀନ ପାର୍ଟି ସାରା ରାଜ୍ୟରେ ଏବେ ବିରୋଧ ପ୍ରଦର୍ଶନ କରୁଛି।